( ଶ୍ରେୟ ତରଙ୍ଗ ବ୍ୟୁରୋ ) : ସାଧାରଣ ଦେଖାଯାଏ, ଘରୁ କୌଣସି ଜରୁରୀ କାମରେ ହେଉ, ବୁଲିବା, ଅଫିସ, ମିଟିଂ, ସେମିନାର, ପରୀକ୍ଷା ଭଳି ଗୁରୁତ୍ଵ ପୂର୍ଣ୍ଣ କାମରେ ଆମେ ଯେତେବେଳେ ବାହାରକୁ ଯାଉ, ସେତେବେଳେ ହୋଟେଲ ଗୁଡ଼ିକ ରେ ରୁମ୍ ବୁକିଂ କରି ରହିଥାଉ । ଏବେ ବର୍ଷ ସାରା ପର୍ଯ୍ୟଟନ ମାନେ ବୁଲୁ ଥିବାରୁ, ସବୁବେଳେ ହୋଟେଲ ଗୁଡ଼ିକ ରେ ଗହଳି ଦେଖା ଯାଇ । ବଡ ବଡ ସହର ଗୁଡ଼ିକ ରେ, ଦିନକୁ ଦିନ ଭିଡ ଦେଖା ଯାଉଛି । ସେହି ହିସାବରେ ହୋଟେଲ ଶିଳ୍ପ ଗୁଡ଼ିକ ମଧ୍ୟ ବଢିବାରେ ଲାଗିଛି । ହୋଟେଲ ଏବେ ଶିଳ୍ପ ରେ ପରିଣତ ହେଲାଣି । ଓଡ଼ିଶାରେ ବିଭିନ୍ନ ସ୍ଥାନ ଗୁଡିକ ରେ ବହୁତ୍ ବଡ ବଡ ଆନ୍ତର୍ଜାତୀୟ ସ୍ତରର ରିଶୋର୍ଟ ସଂସ୍ଥା ଆସି ସେମାନଙ୍କର ବ୍ୟବସାୟ ଆରମ୍ଭ କରି ସାରିଲେଣି । ଖାଦ୍ୟ ପାନୀୟ ଠାରୁ ଆରମ୍ଭ କରି, ସୁମିଂପୂଲ୍, ଡାନ୍ସ ବାର , ସ୍ପା, କନଫରେନ୍ସ ହଲ, ମ୍ୟାରେଜ୍ ପାର୍ଟି, ଭଳି ବହୁ ଅତ୍ୟାଧୁନିକ ସେବା ଠାରୁ ରାତ୍ରୀ ରହଣୀ ପର୍ଯ୍ୟନ୍ତ ସମସ୍ତ ସୁବିଧା ଗୁଡ଼ିକ ଏକ ସାଙ୍ଗରେ ଉପଲବ୍ଧ ହେଉଥିବାରୁ, ହୋଟେଲ ଶିଳ୍ପ ପ୍ରତି ପୁଞ୍ଜି ନିବେଶ କାରୀ ମାନେ ମନ ବଳେଇବା ଆରମ୍ଭ କଲେଣି ।

ତେବେ ସବୁଠାରୁ ରୋଚକ କଥା ହେଉଛି, ଏତେ ସୁବିଧା ଥିଲେ ମଧ୍ୟ ହୋଟେଲ ରୁମ୍ ଗୁଡ଼ିକ ରେ କାହିଁକି କାନ୍ଥ ଘଣ୍ଟା ବା ଟେବୁଲ୍ ଘଣ୍ଟା ରଖା ଯାଇ ନାହିଁ ? ଏହା ପଛରେ ବିଶେଷ କାରଣ ଗୁଡିକ ହେଉଛି,
@ ସମସ୍ତେ ମୋବାଇଲ ଫୋନ୍ ରେ ଏତେ ଅଭ୍ୟସ୍ତ ଜେ, ହାତ ଘଣ୍ଟା ମଧ୍ୟ ପିନ୍ଧିବା କୁ ପସନ୍ଦ କରୁ ନାହାନ୍ତି । ତେଣୁ ଅଯଥା ରୁମ୍ ରେ ଘଣ୍ଟା ରଖି ରୁମ୍ ର ସୌନ୍ଦର୍ଯ୍ୟ କୁ ନଷ୍ଟ କରିବାକୁ ହୋଟେଲ ପରିଚାଳନା କମିଟି ପସନ୍ଦ କରନ୍ତି ନାହିଁ
@ ହୋଟେଲ କୁ ଆସୁଥିବା ଅତିଥି ମାନଙ୍କୁ ଅଯଥା ଟେନ୍ସନ ଦେବାକୁ ଚାହାନ୍ତି ନାହିଁ ହୋଟେଲ କର୍ତ୍ତୃପକ୍ଷ । କାରଣ , ହୋଟେଲ କୁ ଆସୁଥିବା ମଣିଷ ଟି ନିଶ୍ଚିନ୍ତ ରେ କିଛି ସମୟ ବିତେଇବା ପାଇଁ ଚାହିଁ ଥାଏ । ସମୟ କୁ ନେଇ ତା ଭିତରେ କୌଣସି ଦ୍ଵନ୍ଦ ସୃଷ୍ଟି ନ ହେଉ, ସେଥିପ୍ରତି ଅଧିକ ଯତ୍ନଶୀଳ ହୁଅନ୍ତି ହୋଟେଲ କର୍ତ୍ତୃପକ୍ଷ ।
@ ଲୋକମାନଙ୍କର ଅଭ୍ୟାସ, ବାରମ୍ବାର ଘଣ୍ଟା କୁ ଦେଖିବା । ତେଣୁ ହୋଟେଲ କୁ ଆସୁଥିବା ଅତିଥି ମାନେ, ବାରମ୍ବାର ଘଣ୍ଟା ନ ଦେଖି ଆରାମ ରେ ହୋଟେଲ ରେ ସମୟ ଅତି ବାହିତ କରନ୍ତୁ, ସେଥିପାଇଁ ଧ୍ୟାନ ଦେଇଥାନ୍ତି ହୋଟେଲ ପରିଚାଳନା କମିଟି।

@ ବ୍ୟସ୍ତ ବହୁଳ ଚାପ ଗ୍ରସ୍ତ ଜୀବନରୁ ବାହାରି ଟିକେ ମଜା ମସ୍ତି କରିବା, ପରିବାର ସହ ହେଉ, କି ଏକୁଟିଆ ପାର୍ଟନର ସହ ସମୟ ଅତିବାହିତ କରିବା ପାଇଁ ବର୍ତ୍ତମାନ ର ସମାଜ ରେ ଏକ ଷ୍ଟାଟସ୍ ରେ ପରିଣତ ହୋଇଗଲାଣି । ଅଧିକ ସୁବିଧା ସୁଯୋଗ ସହ ଗୋପନୀୟତା କୁ କିଏ ଅଧିକ ଗୁରୁତ୍ଵ ଦେଉଛି, ତାକୁ ନେଇ ଏବେ ପ୍ରତିଯୋଗିତା ଆରମ୍ଭ ହୋଇ ଗଲାଣି । ବିଶେଷ କରି, ଓଏ ଭଳି ସଂସ୍ଥା ଓଡ଼ିଶା ବଜାର କୁ ଆସିଯିବା ପରେ, ଯୁବପିଢୀ ଏବେ ଅଧିକ ଆକୃଷ୍ଟ ହେଉଛନ୍ତି ହୋଟେଲ ଯାଇ ସମୟ ବିୟେଇବା ପାଇଁ । ତେଣୁ ସମୟ ବିତେଇବା ଭଳି ଆରାମ ଦାୟକ ସ୍ଥାନ ଗୁଡିକ ରେ ଘଣ୍ଟା ରଖି, ପର୍ଯ୍ୟଟକ ମାନଙ୍କୁ ଅଯଥା ଚିନ୍ତା ଗ୍ରସ୍ତ କରେଇବା ପାଇଁ ଚାହାନ୍ତି ନାହିଁ ମ୍ୟାନେଜମେଣ୍ଟ । ଯାହା ସେମାନଙ୍କର ବ୍ୟବସାୟ ରେ ଅଧିକ କ୍ଷତି ପହଞ୍ଚାଇଥାଏ ବୋଲି ବିଶ୍ୱାସ କରନ୍ତି ।
ତେଣୁ, ନିଜର ଘରକୁ ଛାଡ଼ିଦେଲେ, ସେକେଣ୍ଡ ୱାଇଫ ର ସ୍ଥାନ ନେଇଛି ହୋଟେଲ ଶିଳ୍ପ । ମନୋରଞ୍ଜନ ର ପ୍ରମୁଖ ମାଧ୍ୟମ ପାଲଟିଛି ହୋଟେଲ ରିଶୋଟ ଗୁଡ଼ିକ । ସହଜ ରେ ସମସ୍ତ ସୁବିଧା ଉପଲବ୍ଧ ସହ ବିଶ୍ୱାସ ଓ ଗୋପନୀୟତା ଉପରେ ଅଧିକ ଗୁରୁତ୍ବ ଦେଉଥିବାରୁ, ଏବେ ହୋଟେଲ ରେ ରହିବାକୁ ଅଧିକ ଲୋକ ପସନ୍ଦ କରନ୍ତି।

