ବାଲିଗୁଡା, ( ଶ୍ରେୟ ତରଙ୍ଗ ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା ପୋଲିସ ଆଉଟ ପୋଷ୍ଟ ରେ ରାତ୍ରୀ କାଳୀନ ପେଟ୍ରୋଲିଂ କରୁଥିବା ସମୟରେ ଏକ ପଇଡ଼ ବୋଝେଇ ଟ୍ରକ ସହ ଗଞ୍ଜେଇ ଜବତ କରିଥିବା ବେଳେ ଘଟଣା ସ୍ଥଳରୁ ଡ୍ରାଇଭର ଓ ଚାଲାଣକାରୀ ବ୍ୟକ୍ତି ଚମ୍ପଟ ମାରିଥିବା ଜଣାପଡିଛି l ଘଟଣାରୁ ପ୍ରକାଶ ଯେ, ବାଲିଗୁଡ଼ା ପୋଲିସ ଷ୍ଟେସନ ଅଧୀନରେ କାର୍ଯ୍ୟ କରୁଥିବା ବାରଖାମା ପୋଲିସ ଆଉଟପୋଷ୍ଟର ଏକ ସ୍ୱତନ୍ତ୍ର ପୋଲିସ ଦଳ ନିୟମିତ ରାତ୍ରି କାଳୀନ ପାଟ୍ରୋଲିଂ କରୁଥିବା ସମୟରେ ବାଲିଗୁଡ଼ାରୁ ବାରଖାମା ଅଞ୍ଚଳ ଦେଇ ପଶ୍ଚିମବଙ୍ଗ ଅଞ୍ଚଳ କୁ ଏକ ପଇଡ଼ ବୋଝେଇ ଟ୍ରକ ଦ୍ରୁତ ଗତିରେ ଯାଉଥିବାର ଦେଖିବାକୁ ମିଳିଥିଲା। ଗାଡିର ଚାଳନାରେ ପୋଲିସ ସନ୍ଦେହ ସୃଷ୍ଟି ହୋଇଥିଲା, ପୋଲିସ ଦଳ ଯାଞ୍ଚ ପାଇଁ ଟ୍ରକକୁ ଅଟକାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ଡ୍ରାଇଭର ଗାଡ଼ି ନ ଅଟକେଇ ଦ୍ରୁତ ଗତିରେ…
Author: sreyataranga
ଶ୍ରେୟ ତରଙ୍ଗ ( ବ୍ୟୁରୋ ) : ଭାପୁର ସତସଙ୍ଗ କେନ୍ଦ୍ର ର ତୃତୀୟ ବାର୍ଷିକ ଉତ୍ସବ ଓ ଶ୍ରୀ ଶ୍ରୀ ଠାକୁର୍ ଅନୁକୂଳ ଚନ୍ଦ୍ର ଙ୍କ ୧୩୮ ତମ ଜନ୍ମ ମହା ମହୋତ୍ସବ୍ ଦିବସ ବ୍ୟାପି, ଭାପୁର ଦୁର୍ଗା ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ପ୍ରଭାତ ରୁ ବେଦ ମାଙ୍ଗଳିକ, ଉଷା କୀର୍ତ୍ତନ ପରେ, ସକାଳ ପ୍ରାର୍ଥନା, ସଦ୍ ଗ୍ରନ୍ଥ ପାଠ, ହୋଇଥିଲା । ସୁ ସଜ୍ଜିତ ରଥ ରେ, ଭାପୁର ବଜାର ନଗର କୀର୍ତ୍ତନ ପରିକ୍ରମା ହୋଇ ସାରିବା ପରେ, ଦିନବେଳେ ଦିବ୍ୟ ସତସଙ୍ଗ ଆୟୋଜନ ହୋଇଥିଲା । ଭଜନ, କୋରସ, କୀର୍ତ୍ତନ ପରେ ଆଲୋଚନା ହୋଇଥିଲା । ପ୍ରାରମ୍ଭିକ ସୂଚନା ଶ୍ରୀ ପ୍ରବୀର୍ ପୃଷ୍ଟି ଦେଇଥିଲେ । ପରେ ଠାକୁରଙ୍କ ସହ ପ୍ରତି ରିତ୍ୱିକ ପବିତ୍ର ମେକାପ, ଦୀପକ ରାଜଗୁରୁ , ମନୋଜ ରାଉତ ଆଲୋଚନା ରଖି, ଠାକୁରଙ୍କ ଦିବ୍ୟ ଲୀଳା ,କିଭଳି ଆମ ମାନଙ୍କୁ ରକ୍ଷା…
ବାଲିଗୁଡ଼ା, ( ଶ୍ରେୟ ତରଙ୍ଗ ବ୍ୟୁରୋ) : କନ୍ଧମାଳ ଜିଲ୍ଲା, ବାଲିଗୁଡା ସତସଙ୍ଗ କେନ୍ଦ୍ର ପରିସରରେ, ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୮ତମ ଜନ୍ମ ମହା ମହୋତ୍ସବ ଦିବସ ବ୍ୟାପି ଅନୁଷ୍ଠିତ ହୋଇଯାଇଛି । ପ୍ରଭାତରୁ, ବେଦ ମାଙ୍ଗଳିକ, ଉଷା କୀର୍ତ୍ତନ, ସକାଳ ବିନତି ପ୍ରାର୍ଥନା, ନାମ ଜପ, ସଦଗ୍ରନ୍ଥ ପାଠ, ପ୍ରଣାମ ନିବେଦନ, ସ୍ୱସ୍ତି ପତାକା ଉତ୍ତୋଳନ,ମାତୃ ସମ୍ମିଳନୀ ଆୟୋଜନ ପରେପରେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ , ଶ୍ରୀ ଶ୍ରୀ ଠାକୁର୍ ଙ୍କ ତିନିରଥ ବାହାରି, ବାଲିଗୁଡା ସହର ପରିକ୍ରମା କରିଥିଲେ । ବାଲିଗୁଡା ସହ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରୁ ଶତାଧିକ ଗୁରିଭାଇ ଓ ମା ମାନେ, ନଗର କୀର୍ତ୍ତନ ସାମିଲ ହୋଇଥିଲେ । ପରେ, ସନ୍ଧ୍ୟା ସମୟରେ ସଙ୍ଗିତାଞ୍ଜଳି, ସତସଙ୍ଗ ଅନୁଷ୍ଠିତ ହୋଇଥିଲା । ସହ ପ୍ରତିରିତ୍ୱିକ ସୁରେଶ ଚନ୍ଦ୍ର ମହାନ୍ତି, ଦିଲ୍ଲୀପ କୁମାର ପାତ୍ର, କୁଳମଣି ରଣା, ବିବେକାନନ୍ଦ ବେହେରା, ଗିରିଶ…
ବାଲିଗୁଡା, ଶ୍ରେୟ ତରଙ୍ଗ :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳ ର ଅଧିଷ୍ଠାତ୍ରୀ ଦେବୀ ‘ ମା,ପାଟଖଣ୍ଡା ଙ୍କ ମନ୍ଦିର ଭିତରେ ଓ ବାହାରେ ଥିବା ହୁଣ୍ଡି କୁ ରବିବାର ସନ୍ଧ୍ୟା ରେ କମିଟି ର ସଭାପତି ସନ୍ୟାସୀ ପାତ୍ର, ସମ୍ପାଦକ କେ. ସୁଶାନ୍ତ କୁମାର ପାତ୍ର ଓ କୋଷାଧ୍ୟକ୍ଷ ମହେଶ୍ୱର ଡାକୁଆ ଙ୍କ ସମେତ ସମସ୍ତ ସଦସ୍ୟ ଙ୍କ ଉପସ୍ଥିତ ରେ ଖୋଲା ଯାଇଥିଲା l ସେଥିରୁ ନଗଦ ୫୪ ହଜାର ୩୦୦ ଟଙ୍କା ମିଳିଥିବା ବେଳେ ୭୪୦ ମିଲି ଗ୍ରାମର ଏକ ଗହଣା ମିଳିଥିବା ବିଷୟ କମିଟି ପକ୍ଷରୁ ସୂଚନା ମିଳିଛି l ଏ ସମସ୍ତ ଟଙ୍କା ଓ ଜିନିଷ ଗୁଡିକୁ ସମସ୍ତ ଙ୍କ ଉପସ୍ଥିତ ରେ କୋଷାଧକ୍ଷ ଙ୍କୁ କମିଟି ର ନିଜସ୍ୱ ଲକର ରେ ସୁରକ୍ଷିତ ଭାବେ ରଖିବା ପାଇଁ ଦାୟିତ୍ୱ ଦିଆଯାଇଥିଲା l ଦୀର୍ଘଦିନ ପରେ କମିଟି ର ସମସ୍ତ ସଦସ୍ୟ,…
ଶ୍ରେୟ ତରଙ୍ଗ, ଗଣିଆ ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ, ଓଡ଼ିଶା ରେ ଜଣାଶୁଣା ସମାଜସେବୀ ଶ୍ରୀଯୁକ୍ତ ଶେଷଦେବ ସ୍ବାଇଁ ଙ୍କୁ ବିଜୁ ଜନତା ଦଳ ଗଣିଆ ବ୍ଲକ୍ ସଭାପତି କରିଛି । ଗଣିଆ ବ୍ଲକ୍ ଛାମୁଣ୍ଡିଆ ପଞ୍ଚାୟତ ରୁ ୨୦୧୭ ମସିହା ରେ ସମିତିସଭ୍ୟ ନିର୍ବାଚନ ଲଢ଼ି ଜିତିଥିଲେ । ପରେ, ଗଣିଆ ବ୍ଲକ୍ ଅଧ୍ୟକ୍ଷ ରୂପେ ଦୀର୍ଘ ପାଞ୍ଚ ବର୍ଷ କାମକରି, ଲୋକଙ୍କର ପ୍ରିୟ ଭାଜନ ହୋଇ ପାରିଛନ୍ତି । ଅତି ଗରିବ ରୁ ବଢ଼ିଥିବା ଶେଷଦେବ, ଭୁବନେଶ୍ୱର ରେ ଏକ ଚା ଦୋକାନ କରି ଜୀବନ ଜୀବିକା ନିର୍ବାହ କରୁଥିବା ବେଳେ, କୀଟ କିସ୍ ର ପ୍ରତିଷ୍ଠାତା ଡ ଅଚ୍ୟୁତ ସାମନ୍ତ, ଙ୍କ ସହ ଭେଟ ହୁଏ । ସରଳ, ନିଷ୍କପଟ ଓ ସଚ୍ଚୋଟ ପଣିଆ ସ୍ଵଭାବ ଦେଖି, ସ୍ୱଳ୍ପ ବେତନ ରେ ଏକ ଛୋଟିଆ ଚାକିରି ଆରମ୍ଭ ହୁଏ । ପରେ, ନିଜର ପରିଶ୍ରମ ଓ ଦକ୍ଷତା…
ବାଲିଗୁଡା, ତା :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ବାଲିଗୁଡା ଉପଜିଲ୍ଲାପାଳ ଙ୍କ ସଭା ଗୃହ ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୭୭ଟି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ୫୩ଟି ବ୍ୟକ୍ତିଗତ ଓ ୨୪ଟି ସାମୂହିକ ଅଭିଯୋଗ ରହିଥିଲା। ଏହି ଅଭିଯୋଗ ଶୁଣାଣିରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ,ଆରକ୍ଷୀ ଅଧିକ୍ଷକ ହରିଶ ବିସି, ବାଲିଗୁଡା ଉପଜିଲ୍ଲାପାଳ ପ୍ରଣୀତା ଦାସ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧୁକାରୀ ଶମ୍ଭୁ ନାଥ ନନ୍ଦୀ, ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭମ ଭୋସଲେ, ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡ଼ା ସନ୍ତୋଷ କୁମାର ପାଢ଼ୀ ପ୍ରମୁଖ ମଞ୍ଚାସିନ ରହି ଲୋକଙ୍କ ଅଭିଯୋଗ ଶୁଣାଣି କରି ସମାଧାନ କରିଥିଲେ | ଏହି ଅଭିଯୋଗ ଶୁଣାଣିରେ ବାଲିଗୁଡା ପ୍ରକଳ୍ପ ପ୍ରଶାସକ ଆଇଟିଡିଏ କୃପାସିନ୍ଧୁ ବେହେରା, ସମେତ ଜିଲ୍ଲା ଓ ଉପଖଣ୍ଡ ସ୍ତରୀୟ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ଏଥିରେ ରାସ୍ତାଘାଟ, ଆବାସ,ମୋବାଇଲ ଟାୱାର,ଭତ୍ତା,…
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳ ର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତି ଦ୍ଵାରା ପରିଚାଳିତ ରେଡ୍କ୍ରସ ଦୃଷ୍ଟିହୀନ ବିଦ୍ୟାଳୟର ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ବନବିହାର ନିମନ୍ତେ ଭଞ୍ଜନଗର ସ୍ଥିତ ଫରେଷ୍ଟ ପାର୍କ ବୁଲିବାକୁ ଯାଇଥିଲେ। ସେଠାରେ ଅତି ଆନନ୍ଦ ଉଲ୍ଲାସରେ ବଣ ଭୋଜି ରେ ସାମିଲ ହେବା ସହ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବାଦ୍ୟ ଓ ସଙ୍ଗୀତ ପରିବେଷଣ କରି ସେଠାକାର ପରିବେଶକୁ ବେଶ୍ ଉତ୍ସବ ମୁଖର କରି ଦେଇଥିଲେ। ଯାହାଦ୍ଵାରା କି, ସେଠାକୁ ଆସିଥିବା ବହୁ ବ୍ୟକ୍ତି ବିଶେଷ ଏହି କାର୍ଯ୍ୟକ୍ରମର ବେଶ୍ ମଜା ନେଉଥିଲେ। ସୁଦୂର ଭୁବନେଶ୍ୱର ଓ ବ୍ରହ୍ମପୁରରୁ ରାଜ୍ୟ ଦଲିଲ ଓ ଲେଖକ ଓ ମୋହରିର ସଂଘର ସଭାପତି ଓ କର୍ମକର୍ତ୍ତା ବୃନ୍ଦ ମଧ୍ୟ ସେଠାକୁ ବଣ ଭୋଜି ଉଦେଶ୍ୟରେ ଆସି ଏହି ଭିନ୍ନକ୍ଷମ ଶିଶୁ ମାନଙ୍କର ସଙ୍ଗୀତ ବିଚିତ୍ରା କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ହୋଇ…
ବାଲିଗୁଡା : (ଶ୍ରେୟ ତରଙ୍ଗ, ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ବେଲଘର ରେଞ୍ଜ ଝିରିପାଣି ପଞ୍ଚାୟତର ସିମିଲିପଦର ନିକଟସ୍ଥ ମୁଣ୍ଡୁଟି ଜଙ୍ଗଲରେ ଏକ ହାତୀ ଜାନୁୟାରୀ ୫ ତାରିଖ ରେ ମୃତ୍ୟୁ ବରଣ କରିଥିବା ବେଳେ ଏହା ଲୋକ ଲୋଚନକୁ ନ ଆସିବା ଏବଂ ଏହାର ତଦନ୍ତ ପାଇଁ କୌଣସି ଅଧିକାରୀ ନ ଆସିବାକୁ ନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଏହି ଘଟଣା ଜଙ୍ଗଲ ମଧ୍ୟରେ ନ ରହି ଲୋକ ଲୋଚନ କୁ ଆସିଥିଲା, ଓ ପରେ ଜଣାପଡ଼ିଲା ହାତୀ ଟିର ମୃତ ଦେହ ସେହି ସ୍ଥାନ ରେ ନ ରଖି ତାହାକୁ ଖଣ୍ଡ ଖଣ୍ଡ କରି ଜରୀ ଅଖା ରେ ଭର୍ତ୍ତି କରି ଏକ ପିକ୍ପପ ରେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରି ଦିଆଯାଇଥିଲା। ହାତୀ ମୃତ କୁ ସମ୍ପୂର୍ଣ୍ଣ ଭାବରେ ଲୁଚାଇ ରଫା ଦଫା କରିବା ପାଇଁ ବନ ବିଭାଗର…
ବାଲିଗୁଡା : (ଶ୍ରେୟ ତରଙ୍ଗ, ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ.ନୂଆଗାଁ ବ୍ଲକ ସାରଙ୍ଗଡ଼ ଥାନା ଅନ୍ତର୍ଗତ ବଣ୍ଡଗୁଡ଼ା ନିକଟସ୍ଥ କାଣିବାରୁଡ଼ି ଛକ ନିକଟରେ ଏକ ବାଇକ ଦୁର୍ଘଟଣା ଘଟି ଜଣେ ପୁଅ ଓ ଝିଅ ଙ୍କର ମୃତୁ ଘଟିଛି । ସୂଚନା ଅନୁସାରେ, ଫୁଲବାଣୀ ରୁ ଜଣେ ପୁଅ ଓ ଝିଅ ଏକ କେଟିଏମ୍ ବାଇକ ରେ ସାରଙ୍ଗଗଡ ଦେଇ ଗୁଟିଙ୍ଗିଆ ଯାଉଥିବା ବେଳେ, ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛକୁ ଧକ୍କା ଦେଇଥିଲେ । ଦୁର୍ଘଟଣା ଏତେ ଜୋର୍ ହୋଇଥିଲା ଜେ, ବାଇକ୍ ର ଆଗ ଚକ ବାହାରି ଯାଇ ରିମ ଅଲଗା ହୋଇ ଯାଇଥିଲା । ଘଟଣା ସ୍ଥଳ ରେ ବାଇକ୍ ଚାଳକ ଯୁବକ ଙ୍କ ମୃତୁ ହୋଇଥିବା ବେଳେ, ପଛରେ ବସିଥିବା ଝିଅ ଜଣକ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଯୁବକଙ୍କ ସହାୟତା ରେ ଉଦ୍ଧାର କରାଯାଇ ଅଧିକ ଚିକିତ୍ସା…
ଶ୍ରେୟ ତରଙ୍ଗ ( ବ୍ୟୁରୋ) : ଉଭୟ ବିଜେପି ଓ କଂଗ୍ରେସ ର ବନ୍ଧୁମିଳନ ଉତ୍ସବ ତଥା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଫୁଲବାଣୀ ନିର୍ବାଚନ ମଣ୍ଡଳୀ ଗୋଚ୍ଛାପଡ଼ା ରେ ବିଜେପି ର ବନ୍ଧୁ ମିଳନ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବା ବେଳେ, ଲୁଇଶିଂ ଅଞ୍ଚଳ ରେ କଂଗ୍ରେସ ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁସାରେ, ବିଜେଡି ଓ କଂଗ୍ରେସ ଦଳ ଛାଡି ଶତାଧିକ ପୁରୁଷ ଓ ମହିଳା ବିଜେପି ଦଳ ରେ ସାମିଲ ହୋଇଛନ୍ତି। ଆଦିବାସୀଙ୍କ ଭଗବାନ ବିର୍ସା ମୁଣ୍ଡା ଙ୍କ ଜନ୍ମ ଜୟନ୍ତୀ ପରେ, କେନ୍ଦ୍ର ଓ ରାଜ୍ୟ ସରକାର କରିଥିବା ଯୋଜନା ର ଲାଭ ଏବେ କନ୍ଧମାଳ ଜିଲ୍ଲାର ଆଦିବାସୀ ଭାଇ ଭଉଣୀ ମାନେ ପାଉଛନ୍ତି । ତେଣୁ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, ଜିଲ୍ଲା ସଭାପତି ପଣ୍ଡିତ ବିଶି ମାଝୀ ଓ ରାଜ୍ୟ ସମ୍ପାଦକ ଭଗବାନ ମହାନ୍ତି…
ବାଲିଗୁଡା : (ଶ୍ରେୟ ତରଙ୍ଗ, ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ -୨୦୨୬ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଂଘ ର ସଭାପତି ତଥା ଉପଜିଲ୍ଲାପାଳ ପ୍ରଣୀତା ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସଂଘର ଉପସଭାପତି ସତ୍ୟ ନାରାୟଣ ପାଢ଼ୀ, ଉପଦେଷ୍ଟା ଶେଖ ସାଦିକ, ଦେବବ୍ରତ ସିଂ ଦେଓ, ସୁରେନ୍ଦ୍ର କୁମାର ପାତ୍ର, ସାଧାରଣ ସମ୍ପାଦକ ଡ଼. ସୁଶାନ୍ତ କୁମାର ଦାସ, ଯୁଗ୍ମ ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ ଓ କୋଷାଧ୍ୟକ୍ଷ ରଞ୍ଜିତ କୁମାର ମହାନ୍ତି ଙ୍କ ସମେତ ସମସ୍ତ ସଦସ୍ୟ ଙ୍କ ଉପସ୍ଥିତ ରେ ଆଗାମୀ ଫେବୃଆରୀ ୪ ତାରିଖ ରୁ ୧୧ ତାରିଖ ପର୍ଯ୍ୟନ୍ତ ଉପଖଣ୍ଡ କ୍ରୀଡା ସଂଘ କପ ର ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ଆୟୋଜନ…
ଶ୍ରେୟ ତରଙ୍ଗ ( ବ୍ୟୁରୋ) : ଆସନ୍ତା ୧୩ ଜାନୁଆରୀ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ତ୍ରିନାଥ ବଜାର, ମହକ ମଇଦାନ ରେ ଅନୁଷ୍ଠିତ ହେବ ନାଟକ ଆହେ ନୀଳ ଶଇଳ। ଶ୍ରୀମନ୍ଦିର ଉପରେ ମୋଗଲ ମାନଙ୍କ ଆକ୍ରମଣ, କୋଟି ଓଡିଆଙ୍କ ଆରାଧ୍ୟ ଦେବ ମହାପ୍ରଭୁଙ୍କ ଚିଲିକା ରେ ଆତ୍ମଗୋପନ, ରାଜା ରାମଚନ୍ଦ୍ର ଦେବ, ଜଗନ୍ନାଥ ମହାପ୍ରଭୁଙ୍କ ମାନ ରକ୍ଷା କରିବା ପାଇଁ, ଯବନ କନ୍ୟା ଙ୍କୁ ବିବାହ କରିବା, ରାମଚନ୍ଦ୍ର ଦେବଙ୍କ ପରେ ଯୁବରାଜ କୁମାର ଉତ୍କଳର ଗଜପତି ହେବ, କାହାଣୀ କୁ ନେଇ ନାଟକ” ଆହେ ନୀଳ ଶଇଳ” ଅନୁଷ୍ଠିତ ହେବ । ଦଶପଲ୍ଲା ର ଅଗ୍ରଣୀ ଯୁବ ଅନୁଷ୍ଠାନ ସୀତାରାମ ୟୁଥ୍ କ୍ଳବ୍ ର କଳାକାର ମାନେ ବିଭିନ୍ନ ଭୂମିକା ରେ ଅଭିନୟ କରିଛନ୍ତି । ଗୁରୁ ଶ୍ରୀଯୁକ୍ତ ତ୍ରିନାଥ ସାହୁ, ଗୁରୁ ଶ୍ରୀଯୁକ୍ତ ହାଡିବନ୍ଧୁ ମହାଖୁଡ ଓ ସଙ୍ଗୀତ ଗୁରୁ ଶ୍ରୀଯୁକ୍ତ ପଞ୍ଚାନନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ…
