ଅଗ୍ନି ବିପନ୍ନ ପରିବାରଙ୍କୁ ସାହାଯ୍ୟ ର ହାତ ବଢାଇଲେ ରୋଟାରୀ କ୍ଲବ, ନୟାଗଡ଼ ର ସଦସ୍ୟ ମାନେ । ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ ନେପାଳ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଲୋକମାନଙ୍କ ଘର ଓ ଆସବାବପତ୍ର ପୋଡିଯାଇଥିବା ଖବର ପାଇବା ପରେ, ରୋଟାରୀ କ୍ଲବ ର ସଦସ୍ୟ ମାନେ ଏକାଠି ନିଷ୍ପତି ନେଇଥିଲେ ଅଗ୍ନି ବିପନ୍ନ ପରିବାରଙ୍କୁ ସହଯୋଗ କରିବା ପାଇଁ ।

ରୋଟାରୀ କ୍ଲବ ସଂପାଦକ ଅବିନାଶ ସାହୁଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଟିମ୍ ଅପରାହ୍ନରେ ନେପାଳ ଗ୍ରାମକୁ ଯାଇ ସେଠାରେ ଅଗ୍ନିକାଣ୍ଡ ରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ଭେଟିବା ସହ ସେମାନଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ କରିଥିଲେ । ସଂପାଦକ ଙ୍କ ସହ ରୋଟାରୀ ସଦସ୍ୟ ଜି଼ ରଶ୍ମିରାଜ, ପ୍ରବୀର ପୃଷ୍ଟି,, ବାସୁଦେବ ସାହୁ ଓ ଦିଲ୍ଲୀପ ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଲୋକ ମାନଙ୍କର ଅସୁବିଧା ସମୟରେ ସବୁବେଳେ ରୋଟାରୀ କ୍ଳବ୍ ନୟାଗଡ଼ର ସଦସ୍ୟ ମାନେ ଛିଡ଼ା ହେଉଥିବାରୁ ଜନସାଧାରଣ ପ୍ରଶଂସା କରିଛନ୍ତି ।



