ଶ୍ରେୟ ତରଙ୍ଗ କନ୍ଧମାଳ ( କାହ୍ନା ପଟ୍ଟନାୟକ ):
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ କାରବାର ବିରୋଧରେ ଏକ ବଡ଼ ଧରଣର ସଫଳତା ମିଳିଛି। ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଶ୍ରାନିକେତା ପଞ୍ଚାୟତର ଦଣ୍ଡିମାହା ଗ୍ରାମ ନିକଟ ଜଙ୍ଗଲ ଭିତରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ପୋଚ ନଷ୍ଟ କରାଯିବା ସହ ପ୍ରସ୍ତୁତ ମହୁଲି ମଦ ଜବତ କରାଯାଇଛି।

ସୂଚନା ଅନୁସାରେ, ଦାରିଙ୍ଗବାଡି ଅବକାରୀ ବିଭାଗର ଟିମ୍ ଦଣ୍ଡିମାହା ଅଞ୍ଚଳରେ ହଠାତ୍ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ସମୟରେ ମଦ ପ୍ରସ୍ତୁତି ପାଇଁ ରଖାଯାଇଥିବା ପ୍ରାୟ ୧୮୦୦ କିଲୋ ପୋଚକୁ ଘଟଣାସ୍ଥଳରେ ହିଁ ନଷ୍ଟ କରାଯାଇଛି। ଏହା ସହିତ ବିକ୍ରି ପାଇଁ ପ୍ରସ୍ତୁତ ଥିବା ୧୪୦ଲିଟର ମହୁଲି ମଦ ବିଭାଗ ପକ୍ଷରୁ ଜବତ କରାଯିବା ସହିତ ରନ୍ଧା ଯାଉଥିବା ମଦ କୁ ମଧ୍ୟ ନଷ୍ଟ କରାଯାଇଛି l

ଏହି ଚଢ଼ାଉ କାର୍ଯ୍ୟକ୍ରମରେ ଅବକାରୀ ଦାରିଙ୍ଗବାଡ଼ି ଅବକାରୀ ବିଭାଗ ଭାରପ୍ରାପ୍ତ ଅଧିକାରୀ ଭୂପତି ମହାପାତ୍ର, ଏ.ଏସ.ଆଇ ଲକ୍ଷ୍ମଣ ଗାନିକ କନେଷ୍ଟବଳ ସଚିନ ଗୁରୁ ପ୍ରମୁଖ ସାମିଲ ହୋଇଥିଲେ ଦାରିଙ୍ଗବାଡି ଅଞ୍ଚଳରେ ଚୋରା ମଦ କାରବାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ଅବକାରୀ ବିଭାଗ ତରଫରୁ ଆଗାମୀ ଦିନରେ ଏଭଳି ଚଢ଼ାଉ ଜାରି ରଖିବ ବୋଲି ଦାରିଙ୍ଗବାଡି ଅବକାରୀ ବିଭାଗ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି l


