ଶ୍ରେୟ ତରଙ୍ଗ, କନ୍ଧମାଳ ( KANHA PATTNAIK):
କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ପୋଲିସ ନକଲି MVI ଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଧର୍ମେନ୍ଦ୍ର କୁମାର ବେହେରା । ନିଜକୁ ନିଖିଲ କୁମାର ପଟ୍ଟନାୟକ ନାମରେ କେବେ ଗଞ୍ଜାମ RTO ବିଭାଗର MVI ଆଉ କେବେ କନ୍ଧମାଳ MVI ର ବୋଲି ପରିଚୟ ଦେଉଥିବା ଅଭିଯୋଗ ରହିଛି ।

ଗଞ୍ଜାମ ଜିଲ୍ଲାରେ କନ୍ଧମାଳର MVI ଏବଂ କନ୍ଧମାଳରେ ଗଞ୍ଜାମ ର MVI କହି Rto ଚେକିଙ୍ଗ ସହ ଯୁବତୀ ମହିଳା ଏପରିକି ପୋଲିସ ଙ୍କୁ ମଧ୍ୟ ଛାଡ଼ି ନଥିଲେ । ପୋଲିସର ସୂଚନା ଅନୁସାରେ, ସରକାରୀ ଚାକିରି କରାଇଦେବା ଏବଂ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଅଭିଯୋଗକାରୀଙ୍କ ଠାରୁ ୭ ଲକ୍ଷ ୧୮ ହଜାର ୮୫୧ ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ପରେ ପାବୁରିଆ ଛକରୁ ଅଭିଯୁକ୍ତଙ୍କୁ ଧରାଯିବା ସହ ତାଙ୍କ ନିକଟରୁ OMVD ୟୁନିଫର୍ମ, ନାମ ଫଳକ, ଦୁଇଟି କାର୍, ଷ୍ଟେଟ ବ୍ୟାଙ୍କ ପାସ୍ ବୁକ୍ , କମଳା ରଙ୍ଗର ଲାଇଟ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ଏହି ଘଟଣାରେ ସାରଙ୍ଗଡ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ, ଏକାଧିକ ମହିଳା ଓ ଯୁବତୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି ।


