କନ୍ଧମାଳ ( ଶ୍ରେୟ ତରଙ୍ଗ, କାହ୍ନା ପଟ୍ଟନାୟକ) :
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, କନ୍ଧମାଳ ଜିଲ୍ଲା ପ୍ରଶାସନଙ୍କ ଅନୁମୋଦନ କ୍ରମେ, ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ, ନିଶା ମୁକ୍ତ ଭାରତ ଅଭିଯାନର ନିଶା ସେବନର କୁପ୍ରଭାବ ଉପରେ ଆଲୋକପାତ କରି ଏକ ସଚେତନତା ପଦଯାତ୍ରା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଅନୁଷ୍ଠିତ ହୋଇଯାଇଛି ।

ଏହି ପଦଯାତ୍ରା ବିଦ୍ୟାଳୟ ଠାରୁ ଆରମ୍ଭ ହୋଇ ସରକାରୀ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଯିବା ସହିତ ବଜାର ଭ୍ରମଣ କରି ଶେଷ ହୋଇଥିଲା। ଏଥିରେ ସ୍କୁଲର ଏବଂ କଲେଜ ଛାତ୍ର , ଛାତ୍ରୀ ମାନେ ନିଶା ଛାଡ଼ ଦୁନିଆ ଗଢ଼ିବା ପାଇଁ ସ୍ଲୋଗାନ ଦେବା ସହ କାର୍ଯ୍ୟକ୍ରମ ଆରମ୍ଭରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆହ୍ବାନ କରିଥିବା ଗୋଟିଏ ବୃକ୍ଷ ମାଁ ଙ୍କ ନାମ ରେ ବିଦ୍ୟାଳୟର ପରିସରରେ ବୃକ୍ଷ ରୋପଣ ଅଭିଭାବକ ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା କରଯାଇଥିଲା l ନିଶା ଯୋଗୁଁ ବହୁତ୍ ଅସୁବିଧା ହେଉଛି, ନିଶା ଯୋଗୁଁ ଅନେକ ଜୀବନ ଅକାଳରେ ଚାଲି ଯାଉଛି ତେଣୁ ନିଶା ମୁକ୍ତି ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଥିବା ସହିତ ନିଶାମୁକ୍ତ କନ୍ଧମାଳ କରିବା ପାଇଁ ଛାତ୍ର ଛାତ୍ରୀ ମାନେ କହିଛନ୍ତି l ବିଦ୍ୟାଳୟର ଅଧ୍ୟକ୍ଷ ବିନୋଦ କୁମାର ଙ୍କ ଅଧକ୍ଷତାରେ ଅନୁଷ୍ଠିତ ପଦଯାତ୍ରାରଏ ବିଦ୍ୟାଳୟର ପରିଚାଳକ ଜୟନ୍ତ କୁମାର୍ ନାୟକ ସିଷ୍ଟର ପ୍ରେମାଞ୍ଜଳି, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଜେରମୀୟସ ପ୍ରଧାନ, ବିକାଶ ସାହୁ, ସୁଦୀପ୍ତ ନାୟକ , ରାଣୀ ପରିଚ୍ଛା, ରିତିନା ପ୍ରଧାନ, ସ୍ମିତା ସଭାସୁନ୍ଦର, ଦିପ୍ତିରାଣୀ ଦିଗାଲ, ସୁରେଖା ପ୍ରଧାନ, ସୁରେଖା ପ୍ରଧାନ ଜୁଲି ପ୍ରଧାନ ଓ ବର୍ଷାରାଣୀ ଦିଗାଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ବେଳେ ବିଦ୍ୟାଳୟ ପରିଚାଳନ କମିଟି ସଭାପତି ଆଶିଷ ପ୍ରଧାନ ଉପସ୍ଥିତ ରହିଥିଲେ l


