ନୟାଗଡ : (ଶ୍ରେୟ ତରଙ୍ଗ), ନୟାଗଡର ଅଗ୍ରଣୀ ସ୍ଵେଚ୍ଛାସେବୀ ସଙ୍ଗଠନ “ସୋହମ” , ଭାରତ ସରକାରଙ୍କ ଯୁବ ଓ କ୍ରିଡା ବ୍ୟାପାର ବିଭାଗ ର ସହଯୋଗରେ ମୋ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ “ଆନ୍ତର୍ଜାତିକ ମହିଳା ଦିବସ ” ସୋହମ ସଙ୍ଗଠନ ର କାର୍ଯ୍ୟlଳୟ ଠାରେ ଅନୁଷ୍ଟିତ ହୋଇଯାଇଛି I ଏହାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଅଞ୍ଜଳି ମାଚ୍ଛଖଣ୍ଡ , ସୋହମ ସଙ୍ଗଠନର ସମ୍ପାଦକ ଶ୍ରୀଯୁକ୍ତ କାମାକ୍ଷI ପ୍ରସାଦ ଦାଶ, ଉପସଭାପତି ତଥା ପରିବେଶବିତ ଶ୍ରୀଯୁକ୍ତ ଅନାଦି ଚରଣ ମହାନ୍ତି, ୩ ନମ୍ବର ୱାର୍ଡ କାଉନ୍ ସିଲର ଶ୍ରୀମତୀ ସ୍ଵୟଂ ପ୍ରଭା ମିଶ୍ର , ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମହାରଣା ପ୍ରମୁଖ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ l ଏଥିରେ ବରେଣ୍ୟ ଅତିଥି ଶ୍ରୀମତୀ ଅଞ୍ଜଳି ମାଚ୍ଛଖଣ୍ଡ , ସଂସ୍କୃତ ବିଭାଗ ଅଧ୍ୟାପିକା ତଥା ସୁ ଲେଖିକା ଶ୍ରୀମତୀ ନୀଳିମା ନନ୍ଦ ସମାଜ ଓ ଜୀବନରେ ନାରୀ ମାନଙ୍କ ଭୂମିକା , ଦାୟିତ୍ଵ ଓ ଅଧିକାର ଉପରେ ସବିଶେଷ ଆଲୋକପାତ କରିଥିଲେ l ପରିଶେଷରେ ମହିଳା ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତା ର କୃତି ମହିଳା ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରଯାଇଥିଲା l ଏଥିରେ ସଙ୍ଗଠନର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ବିଦ୍ୟାଧର ଆଚାର୍ଯ୍ୟ, ପ୍ରଶାନ୍ତ କୁମାର ଶତପଥୀ ,ଗୋପୀନାଥ ସେଠି, ଆଶୁତୋଷ ସାମନ୍ତରାୟ, ଅଖିଲା କୁମାର ନାୟକ , ସୁଧୀର କୁମାର ବେହେରା , ଅନିଲ କୁମାର ବେହେରା , ଶ୍ରୀମତୀ ସବିତା ସାହୁ , କୈଲାଶ ଚନ୍ଦ୍ର ନାୟକ, ଚରଣ ଗୁରୁ, ସୁନୀଲ କୁମାର ମହାନ୍ତି , ବାପିନା ନାୟକ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ l

