ନୟାଗଡ଼, (ଶ୍ରେୟ ତରଙ୍ଗ): ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅଞ୍ଚଳ ରେ ଗାଁ ଦାଣ୍ଡରେ ଆଶା କର୍ମୀ ଙ୍କୁ ଉଲଗ୍ନ କରି ଗୋଡ଼ାଇ ଗୋଡ଼ାଇ ମାଡ଼ ଅଭିଯୋଗ ହୋଇଛି ।

ପାର୍ବତୀପୁର ଗାଁ ରେ ଥିବା ଆଶାକର୍ମୀ ଟୁନି ମହାପାତ୍ର ଗତ କାଲି ରାତିରେ ଏକ ଗର୍ଭବତୀ ମହିଳା ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଉଥିବା ବାଟରେ ସୁବାସ ବେହେରା ସହିତ କିଛି ଯୁବକ ମଦ୍ୟପାନ କରୁଥିଲେ । ସେହି ଯୁବକ ମାନଙ୍କୁ ବରଣ କରିବାରୁ , ଯୁବକ ମାନେ ଟୁନି ଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । ସେହି ସ୍ଥାନରେ ସଂଜ୍ଞାହୀନ ହୋଇ ତଳେ ପଡିଯାଇଥିଲେ ଆଶା କର୍ମୀ ଜଣକ । ସ୍ଥାନୀୟ ବାସିନ୍ଦା ଏହାକୁ ପ୍ରତିରୋଧ କରିବାରୁ ଉକ୍ତ ଅସାମାଜିକ ଯୁବକ ମାନେ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଫଳରେ ମାୟାଧର ନାମକ ଯୁବକ ଆକ୍ରମଣ ରେ ଆହତ ହୋଇ ଭାପୁର ଡାକ୍ତର ଖାନା ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି।

ଖବର ପାଇ ଘଟଣା ସ୍ଥଳରେ ଫତେଗଡ଼ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଅଭିଯୁକ୍ତମାନେ ଘଟଣା ସ୍ଥଳରୁ ଫେରର ଅଛନ୍ତି । ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଉତ୍ତେଜନା ଥିବାବେଳେ ଆସାମୀ ମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି |

