ରଣପୁର (ଶ୍ରେୟ ତରଙ୍ଗ ): ଚାରଣ ଗୋଷ୍ଠୀ,ପୁରୀ ନୟାଗଡ଼ ଜିଲ୍ଲା, ରଣପୁର ମଣ୍ଡଳ ବଜ୍ରକୋଟ ଚାରଣ ଶାଖାର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଉତ୍ସବରେ ଜଗନ୍ନାଥ, ବଳଭଦ୍ର , ସୁଭଦ୍ରା ଓ ସୁଦର୍ଶନ ମହା ପ୍ରଭୁଙ୍କୁ ବିମାନରେ ବସାଇ ଗ୍ରାମ ପରିକ୍ରମା କରାଇ ଦୁଆର ଦୁଆର ଭୋଗ ଖୁଆଇ ଥିଲେ । ପୂର୍ଣ୍ଣ କଳସ ସ୍ଥାପନ କରି ବନ୍ଦାପନା କରିଥିଲେ ।

ନୟାଗଡ଼ଜିଲ୍ଲା ସଂଗଠକ ରାମକୃଷ୍ଣ ସାହୁ ଓ ଶିବରାମ ସାହୁ, ଜିଲ୍ଲା ସମ୍ପାଦକ ଡ. ପ୍ରମୋଦ କୁମାର ପାଳ, ମଣ୍ଡଳ ସଂଗଠକ ପ୍ରଭାକର ଦାସ ଓ ଅଞ୍ଚଳ ସଂଗଠକ ଅଭିମନ୍ୟୁ ବେହେରା ସହ ସତ୍ୟନାରାୟଣ କର, ଅର୍ଜୁନ ବିଶ୍ଵାଳ, ବୈକୁଣ୍ଠନାଥ ପ୍ରଧାନ ଯୋଗଦେଇଥିଲେ । ରଣପୁର ମଣ୍ଡଳ ନାଟିମ ଓ ଗୌରାଙ୍ଗ ପୁର ଶାଖାର ଦଳ ପତି ଓ ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ
ବଜ୍ରକୋଟ ଗ୍ରାମପଞ୍ଚାୟତ ସରପଞ୍ଚ ବନିତା ବଳିୟାରସିଂହ ଉତ୍ସବ ରେ ଯୋଗ ଦେଇଥିଲେ । ପ୍ରଭୁଙ୍କ କୃପାରୁ ଶାନ୍ତି ଶୃଙ୍ଖଳାର ସହ ଉତ୍ସବରେ ବିଷ୍ଣୁ ଗାୟତ୍ରୀ ହୋମ କରି ଜଗତର ମଙ୍ଗଳ ନିମନ୍ତେ ବିଷ୍ଣୁ ସହସ୍ର, ପଞ୍ଚଦଶ ଅଧ୍ୟାୟ, ହନୁମାନ ଚାଳିଶା ପାଠ କରାଯାଇଥିଲା. ସର୍ବ ଶେଷରେ ବଜ୍ରକୋଟ ଚାରଣ ଶାଖାର ଦଳ ପତି ଓ ସଭ୍ଯ ସଭ୍ୟା ସମ୍ପାଦିକା କୃତଜ୍ଞତା ଜଣାଇଥିଲେ । ଜଗତର ମଙ୍ଗଳ କାମନା କରିବା ସହ ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।

