କନ୍ଧମାଳ ( ଶ୍ରେୟ ତରଙ୍ଗ ) : ମୁଖ୍ୟମନ୍ତ୍ରୀ କନ୍ଧମାଳ ଜିଲ୍ଲା ଗସ୍ତ ରେ ଆସିଥିବା ବେଳେ, ସୁରକ୍ଷା ଦୃଷ୍ଟିରୁ ପୋଲିସ କଂଗ୍ରେସ ନେତା ଙ୍କୁ ଅଟକ ରଖିଥିଲା । ମୁଖ୍ୟମନ୍ତ୍ରୀ ଙ୍କୁ କଳା ପତାକା ଦେଖାଇ ବିରୋଧ କରିବାକୁ ପ୍ରସ୍ତୁତି କରୁଥିଲା କଂଗ୍ରେସ । କିନ୍ତୁ ଆଗୁଆ କନ୍ଧମାଳ ଜିଲ୍ଲା ପୋଲିସ କଂଗ୍ରେସ କର୍ମୀମାନଙ୍କୁ ଉଠେଇ ନେଇଥିଲା ।

ଯୁବ କଂଗ୍ରେସ ନେତା ତଥା ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ଜିଲ୍ଲା ସଭାପତି ଘନ କୁମାର ଶବରଙ୍କ ନେତୃତ୍ବରେ କର୍ମୀ ମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ଦେଖାଇ ବିରୋଧ କରିବାକୁ ଉଦ୍ୟମ କରୁଥିଲେ। କିନ୍ତୁ ଘଟଣାସ୍ଥଳରେ ଫୁଲବାଣୀ ଟାଉନ ପୁଲିସ ପହଞ୍ଚି କଂଗ୍ରେସ ନେତା ଘନ ଶବରଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ହେମନ୍ତ କୁମାର କର, ଯୁବ କଂଗ୍ରେସ ନେତା ସଂସାର ଭୋଇ, ଶିବ ଶଙ୍କର ବେହେରା, ମିଲନ ନାୟକ, ଗୋବିନ୍ଦ ଦିଗାଲ, ଦେବେନ୍ଦ୍ର ଦିଗାଲ, ଗଜେନ୍ଦ୍ର କହଁର ପ୍ରମୁଖ ଛାମୁଆଁ କଂଗ୍ରେସ, ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ନେତାଙ୍କୁ ଥାନାରେ ଅଟକ ରଖିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଶେଷ ହେବା ପରେ ପୁଲିସ ଏ ସମସ୍ତ କଂଗ୍ରେସ ନେତାଙ୍କୁ ଛାଡ଼ି ଦେଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କନ୍ଧମାଳରେ ମେଡିକାଲ କଲେଜ ଓ ଡାକ୍ତରଖାନାର ଲୋକାର୍ପଣ ଉତ୍ସବ ରେ ସାମିଲ ହେବାକୁ ଆସିଥିଲେ ।

