ନୟାଗଡ଼, ଶ୍ରେୟ ତରଙ୍ଗ ( ବ୍ୟୁରୋ) :
ନୟାଗଡ ସିଡିଏମଓ ଙ୍କ ବଦଳି କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ହୋଇଥିବା ବେଳେ, ନୂଆ ସିଡିଏମଓ ଭାବେ ଡା. ବି. ସୂର୍ଯ୍ୟ ରାଓଙ୍କୁ ନିଯୁକ୍ତି ଦେଇଛନ୍ତି ଓଡ଼ିଶା ସରକାର ।

ପୂର୍ବତନ ସିଡିଏମଓ ଡ ସୁଶାନ୍ତ କୁମାର ସ୍ୱାଇଁ ଙ୍କ ସମୟରେ ଜିଲ୍ଲାରେ ସ୍ୱାସ୍ଥ୍ୟ ସମସ୍ୟା କୁ ନେଇ କଂଗ୍ରେସ ଜିଲ୍ଲା ବ୍ୟାପି ଆନ୍ଦୋଳନ କରି ଆସିଥିଲା । ଜିଲ୍ଲାରେ କାର୍ଯ୍ୟରତ ଡାକ୍ତର ମାନେ ବିଭିନ୍ନ ଘରୋଇ କ୍ଲିନିକ୍ ରେ ଘଣ୍ଟା ଘଣ୍ଟା ଧରି ରୋଗୀ ଦେଖିବା ସହ, ମୋଟା ଅଙ୍କର ଅର୍ଥ ଆଦାୟ କରୁଥିଲେ । ଏପରିକି ଜିଲ୍ଲା ହସ୍ପିଟାଲ୍ବି ଏକ ରେଫରାଲ୍ ହସ୍ପିଟାଲ ରେ ପରିଣତ ହୋଇ ସାରିଛି । ପୂର୍ବତନ ସିଡିଏମଓ ଜିଲ୍ଲାରେ ମାତ୍ର ଗୋଟିଏ ବର୍ଷ ଭିତରେ ସମସ୍ୟା କୁ ବୁଝିବା ସହ ଧୀରେ ଧୀରେ ନିୟନ୍ତ୍ରଣ କୁ ଆଣୁଥିଲେ । ଏହାରି ଭିତରେ ହଠାତ୍ ରାଜ୍ୟ ସରକାର ତାଙ୍କୁ କଟକ ବଦଳି ନିର୍ଦ୍ଦେଶ ଦେଇଥିବା ବେଳେ, ନୟାଗଡ ଜିଲ୍ଲାରେ ଦୀର୍ଘ ବର୍ଷ ଧରି ଅର୍ଥ ପେଡିକ୍ ଡାକ୍ତର ବି. ରାଓ ଙ୍କୁ ପ୍ରମୋଶନ ଦେଇ ଜିଲ୍ଲା ମୁଖ୍ୟ ସ୍ଵାସ୍ଥ୍ୟ ଅଧିକାରୀ ରୂପେ ନିଯୁକ୍ତି ଦେଇଛନ୍ତି ।

ନୂତନ ସିଡିଏମଓ ଙ୍କ ନିଯୁକ୍ତି ପରେ, ଏବେ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି, ଜିଲ୍ଲାରେ ଦୀର୍ଘ ବର୍ଷ ଧରି ଅର୍ଥ ପେଡିକ ଡାକ୍ତର ରହି ଆସିଛନ୍ତି ଡ ବି. ରାଓ । ଟାଉନ୍ ଥାନା ସାମ୍ନାରେ ଥିବା ଏକ ଘରୋଇ କ୍ଲିନିକ୍ ରେ ଡ ରାଓ ସବୁବେଳେ ଚିକିତ୍ସା କରିଥାନ୍ତି । ଯାହାକୁ କଂଗ୍ରେସ ମଧ୍ୟ ବିରୋଧ କରି ଆସିଛି, ଏପରିକି ଗୋଟିଏ ବର୍ଷ ତଳେ ଡ ବି. ରାଓ ଙ୍କର୍ ଅନ୍ୟ ଜିଲ୍ଲାକୁ ପଦୋନ୍ନତି ସହ ବଦଳି ନିର୍ଦ୍ଦେଶ ଆସିଥିଲେ ମଧ୍ୟ, ଏହାକୁ ପ୍ରତ୍ୟାଖାନ କରି ନୟାଗଡ ଜିଲ୍ଲା ଛାଡ଼ି ଯାଇନଥିଲେ ଡ ରାଓ । ଏବେ ବର୍ଷେ ପୁଣି , ସିଡିଏମଓ ଙ୍କ ବଦଳି ପରେ ତାଙ୍କୁ ଜିଲ୍ଲାରେ ସିଡିଏମଓ ଦାୟିତ୍ୱ ମିଳିଛି ।

ନୟାଗଡ ଜିଲ୍ଲାରେ ଡାକ୍ତର ଙ୍କ ସଂଖ୍ୟା କମ୍ ରହିଥିବା ବେଳେ, ବିଭିନ୍ନ କ୍ଲିନିକ୍ ରେ ଡାକ୍ତର ମାନେ ଯାଇ ରୋଗୀ ଦେଖିବା, ଅଲଟ୍ରାସାଉଣ୍ଡ ମେସିନ୍ ଚଲେଇବା ଅଭିଯୋଗ ରହି ଆସିଛି । ଜିଲ୍ଲାରେ ଜଣେ ମାତ୍ର ଅର୍ଥ ପେଡ଼ିକ ଡାକ୍ତର ହେଉଛନ୍ତି ଡ ରାଓ , ଯାହାଙ୍କର ଏକ ଘ୍ରୋଇ କ୍ଲିନିକ୍ ସହ ରହି ଆସିଛି ସୁ ସମ୍ପର୍କ । ମେଡିକାଲ ରୁ ପ୍ରତ୍ୟେକ ଦିନ ଦୁର୍ଘଟଣା ରେ ଆସିଥିବା ରୋଗୀ, ମାନେ ସେହି ଘରୋଇ କ୍ଲିନିକ୍ କୁ ଯାଇଥାନ୍ତି ଓ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରି ଆସିଛନ୍ତି ।

ଏବେ ସିଡିଏମଓ ପଦବୀ ରେ ବସିଲା ପରେ ଡ ରାଓଙ୍କ ଆଭିମୁଖ୍ୟ କଣ ରହିଛି, ତାକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି । ସିଡିଏମଓ ପରିବର୍ତ୍ତନ ହେଇଗଲେ, କଣ ଜିଲ୍ଲାରେ ଡାକ୍ତର ସମସ୍ୟା ରୋଗୀ ସମସ୍ୟା ବଦଳି ଯିବକି? କଂଗ୍ରେସ ର ଦୀର୍ଘ ଦିନର ଆନ୍ଦୋଳନ କଣ ଵ୍ୟର୍ଥ ଯିବକି ? କି ପ୍ରକାର ରଣ ନୀତି କୁ ନେଇ ନୂତନ ସିଡିଏମଓ ଜିଲ୍ଲାରେ ସମସ୍ୟା ବୁଝୁଛନ୍ତି ତାକୁ ନେଇ ଅନେକ ପ୍ରଶ୍ନ ।

