କନ୍ଧମାଳ , ଶ୍ରେୟ ତରଙ୍ଗ ( କାହ୍ନା ପଟ୍ଟନାୟକ) :
କନ୍ଧମାଳ ଜିଲ୍ଲାରେ ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱତନ୍ତ୍ର ସଂଶୋଧିତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଫୁଲବାଣୀ ସଦ୍ଭାବନା ସଭାଗୃହରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ବେଦଭୂଷଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ତାଲିକା ଉନ୍ମୋଚିତ ହୋଇଯାଇଛି।

ଏହି ଅବସରରେ ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଚୂଡ଼ାନ୍ତ ଭୋଟର ତାଲିକାର ନକଲ ସିଡି, ହାର୍ଡ କପି ପ୍ରଦାନ କରାଯାଇଛି।ପୁରୁଷଙ୍କ ଅପେକ୍ଷା ମହିଳା ଭୋଟର ଅଧିକ:ନୂତନ ଭୋଟର ତାଲିକାର ତଥ୍ୟ ଅନୁଯାୟୀ, ଜିଲ୍ଲାରେ ମୋଟ ଭୋଟରଙ୍କ ସଂଖ୍ୟା ୫,୩୪,୨୨୬ କୁ ବୃଦ୍ଧି ପାଇଛି। ଚଳିତ ତାଲିକାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ଜିଲ୍ଲାରେ ମୋଟ ୨,୬୧,୫୧୬ ଜଣ ପୁରୁଷ ଭୋଟର ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୨, ୭୨, ୬୩୮ ରହିଛି। ଏହାଛଡ଼ା ତାଲିକାରେ ୭୨ ଜଣ ତୃତୀୟ ଲିଙ୍ଗୀ (TG) ଭୋଟର ମଧ୍ୟ ସାମିଲ ଅଛନ୍ତି। ସେହିପରି ଭୋଟରମାନଙ୍କ ସୁବିଧା ପାଇଁ ଜିଲ୍ଲାରେ ମୋଟ ବୁଥ୍ ସଂଖ୍ୟା ୬୬୧ ରୁ ୮୧୨ କୁ ବୃଦ୍ଧି କରାଯାଇଛି।


