ରଣପୁର,( ଶ୍ରେୟ ତରଙ୍ଗ, ଲିଶାରାଣୀ ମହାପାତ୍ର), ରଣପୁର ମହାବିଦ୍ୟାଳୟରେ 6-ଓଡିଶା ବାଟାଲିୟନ ଏନ. ସି. ସି., ପୁରୀ ଓ ୟୁଥ୍ ରେଡକ୍ରସ ର ମିଳିତ ଆନୁକୂଲ୍ୟରେ, ରଣପୁର ମହୋତ୍ସବର ତୃତୀୟ ଦିନରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ! ରକ୍ତଦାନ ଶିବିର ରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମିଶ୍ର, ପୁର୍ବତନ ଅଧ୍ୟକ୍ଷ ଶୁଵାଷ ଚନ୍ଦ୍ର ବାରିକ, ପ୍ରଶାସନିକ ଅଧିକାରୀ ଡଃ ପ୍ରଫୁଲ କୁମାର ଜେନା, ଲେଫ୍ଟନାଣ୍ଟ ଭାଗ୍ୟଧର ସ୍ୱାଇଁ , ଶ୍ରୀ ରାଜେନ୍ଦ୍ର କୁମାର ଡାଙ୍ଗୁଆ , ଆଧ୍ୟାପକ୍, ଅଧ୍ୟାପିକା , ଏବଂ ଛାତ୍ରଛାତ୍ରୀ ମାନେ ରକ୍ତ ଦାନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । 40 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ପ୍ରତିବର୍ଷ ରଣପୁର ମହୋତ୍ସବରେ ମହାବିଦ୍ୟାଳୟ ତରଫରୁ ରକ୍ତଦାନ ଶିବିର ଆୟୋଜନ କରାଯାଉଥିବା ମହାବିଦ୍ୟାଳୟ ଅଧ୍ୟକ୍ଷ କହିଛନ୍ତି ।

