ରିଲିଜ ହୋଇଛି ‘ପୁଷ୍ପା ୨’ ପ୍ରିମିୟର। ତେବେ ହାଇଦ୍ରାବାଦରେ ରିଲିଜ୍ ହେବା ପୂର୍ବରୁ ସେଠାରେ ବଡ଼ ଅଘଟଣ ଘଟିଯାଇଛି। ହଠାତ୍ ଭିଡ ହୋଇ ଦଳାଚକଟା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି।ସୂଚନାମୁତାବକ ହାଇଦ୍ରାବାଦ୍ରେ ଗତକାଲି ରାତିରେ ପୁଷ୍ପା-୨ ପ୍ରିମିୟର୍ ଶୋ’ ହୋଇଥିଲା। ଏଥିରେ ପୁଷ୍ପା ଅର୍ଥାତ ଅଲ୍ଳୁ ଅର୍ଜୁନ୍ ଓ ରଶ୍ମିକା ମନ୍ଦନା ସାମିଲ ହୋଇଥିଲେ।ତାଙ୍କୁ ଦେଖିବାକୁ ଏଠାରେ ବହୁ ସଂଖ୍ୟାର ପ୍ରଶଂସକ ଭିଡ଼ ଜମିଥିଲା। ଅଭିନେତାଙ୍କ ଗୋଟିଏ ଝଲକ ପାଇବା ପାଇଁ ଲୋକଙ୍କ ମଧ୍ୟରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଗତକାଲି ସନ୍ଧ୍ୟାରେ RTC କ୍ରସ୍ ରୋଡରେ ଥିବା ଥିଏଟର୍ ବାହାରେ ଧସ୍ତାଧସ୍ତି ପରିସ୍ଥିତି ବି ଉପୁଜିଥିଲା। ତେବେ ଏଥିରେ ଜଣେ ୩୯ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି। ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲାଠି ଚାର୍ଜ ମଧ୍ୟ କରିଥିଲା। କିନ୍ତୁ ଯେତେବେଳେ ଲୋକମାନେ ଆଲ୍ଲୁ ଅର୍ଜୁନଙ୍କୁ ଦେଖିଲେ, ସେମାନେ ତାଙ୍କୁ ଭେଟିବାକୁ ଦୌଡିଥିଲେ। ଏଥିରେ ଅନେକ ଲୋକ ଆହତ ହେବାର ଖବର ରହିଛି।
Trending
- ୯ ଜଣ ଆଇଏସ ଅଧିକାରୀ ସିଭିଲ ସର୍ଭିସେସ୍ କୋଚିଙ୍ଗ ସେଣ୍ଟର ବୁଲି ଦେଖିଲେ
- ପ୍ରଥମ ଦାଶରଥି ସ୍ମାରକୀ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ
- ନୂଆପଡ଼ା ରେ ବିଜେପି ର ବାଜିମାତ, ତୃତୀୟ ସ୍ଥାନ କୁ ଖସିଲା ବିଜେଡି
- ବିଜେପି ନେତା ଭଗବାନ ମହାନ୍ତି ଙ୍କୁ ଫୁଲବାଣୀ ରେ ବିପୁଳ ସମ୍ବର୍ଦ୍ଧନା ।
- କଳିଙ୍ଗା ଘାଟି ରେ ଶ୍ରୀରାମ ଘରୋଇ ଯାତ୍ରୀବାହି ବସ୍ ଓଲଟି ଜଣେ ମୃତ, ସାତ ରୁ ଅଧିକ ଆହତ
- କାଞ୍ଚି ଅଭିଯାନ ବେଶରେ ମହାପ୍ରଭୁ ଶ୍ରୀ ନୀଳମାଧବ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।
- ଇଟିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ୟୁନାଇଟେଡ଼ ଇଣ୍ଡିଆ ଇନ୍ସୁରାନ୍ସ କମ୍ପାନୀ ତରଫରୁ ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ
- ମହିଳା କ୍ରିକେଟ ବିଶ୍ୱକପ ଜିତିଲା ଭାରତ.

