ବର୍ଷକୁ ଥରେ ରଙ୍ଗର ପର୍ବ ହୋଲି ପାଳନ କରାଯାଉଥିବାରୁ, ରଙ୍ଗ ରେ ଭିଯିବାକୁ ସମସ୍ତଙ୍କୁ ମଜା ଲାଗିଥାଏ । ସେଥିପାଇଁ, ହୋଲି ପର୍ବକୁ ସମସ୍ତେ ଅପେକ୍ଷା କରିଥାନ୍ତି । ଦିନକ ପୂର୍ବରୁ ବଜାର ଯାଇ , ସପ୍ତ ରଙ୍ଗ ସାଙ୍ଗକୁ ବିଭିନ୍ନ ପ୍ରକାର ମୁଖା, ପିଚକାରୀ କିଣି ଆଣନ୍ତି। ଛୋଟ ଛୋଟ ଶିଶୁ ଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ, ସମସ୍ତେ ରଙ୍ଗ ଖେଳିଥାନ୍ତି । ଏପରିକି ପ୍ରତିଯୋଗିତା ମଧ୍ୟ ଲାଗିଥାଏ, କିଏ କାହାକୁ ଆଗ ରଙ୍ଗ ଲାଗିବ । ଏହି ରଙ୍ଗ ଲଗେଇବା ଚକ୍କର ରେ ବଜାର ରୁ କେମିକାଲ ମିଶା ରଙ୍ଗ ନେଇ ଆସନ୍ତି, ଯାହା ଆମ ଦେହ ପାଇଁ କ୍ଷତି କଟକ । ତେବେ ରଙ୍ଗ ଲଗେଇବା ପୂର୍ବରୁ ଜାଣିବା ଦରକାର, ଏହା ଆମ ଶରୀର ପାଇଁ କେତେ କ୍ଷତି କାରକ । ତେବେ କେଉଁ ମାନେ ରଙ୍ଗ ନ ଖେଳିଲେ ଭଲ ଆସନ୍ତୁ ଜାଣିବା ।
ଆଖିରେ ସମସ୍ୟା- ଯେଉଁମାନଙ୍କର ଆଖି ସମ୍ବେଦନଶୀଳ ଆଖି, ଲାଲ ପଡ଼ିବା କିମ୍ବା ଆଖିରେ ଜଳାପୋଡ଼ା ଭଳି ଆଖି ସମ୍ବନ୍ଧୀୟ ସମସ୍ୟା ଅଛି, ସେମାନେ ହୋଲି ଖେଳିବା ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବା ଉଚିତ। ରାସାୟନିକ ରଙ୍ଗ ଆଖିରେ ପ୍ରବେଶ କଲେ ଏହା ଜ୍ୱଳନ, ଫୁଲା ଏବଂ ସଂକ୍ରମଣ ସୃଷ୍ଟି କରିପାରେ। ଆଖିକୁ ସୁରକ୍ଷା ଦେବା ପାଇଁ ଚଷମା ପିନ୍ଧନ୍ତୁ କିମ୍ବା ରଙ୍ଗରୁ ଦୂରେଇ ରୁହନ୍ତୁ ।
ତ୍ବଚାରେ ଆଲର୍ଜି- ରାସାୟନିକ ରଙ୍ଗରେ ଥିବା କ୍ଷତିକାରକ ଉପାଦାନ ଚର୍ମ ପାଇଁ ବହୁତ କ୍ଷତିକାରକ ହୋଇପାରେ । ଯେଉଁମାନଙ୍କର ଚର୍ମରେ ଜଳାପୋଡ଼ା, ଫୋଡ଼ା କିମ୍ବା ଆଲର୍ଜି ଅଛି, ସେମାନେ ଏହି ରଙ୍ଗଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ଏଡାଇ ରହିବା ଉଚିତ । ରାସାୟନିକ ରଙ୍ଗ ଚର୍ମରେ କୁଣ୍ଡାଇ ଏବଂ ଫୁଲା ସୃଷ୍ଟି କରିପାରେ । ଏହି ସମସ୍ୟାଗୁଡ଼ିକୁ ଏଡାଇବା ପାଇଁ, ପ୍ରାକୃତିକ ରଙ୍ଗ ବ୍ୟବହାର କରନ୍ତୁ କିମ୍ବା ରଙ୍ଗଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ଏଡାନ୍ତୁ ।
ଶ୍ବାସ ସମସ୍ୟା- ଯେଉଁମାନଙ୍କର ଆସ୍ଥମା, ବ୍ରୋଙ୍କାଇଟିସ୍ କିମ୍ବା ନିଶ୍ୱାସ ନେବାରେ କଷ୍ଟ ହେଉଛି, ସେମାନେ ହୋଲି ରଙ୍ଗ ଠାରୁ ଦୂରେଇ ରହିବା ଉଚିତ । ପବନରେ ଉଡ଼ୁଥିବା ରଙ୍ଗ ନିଶ୍ୱାସ ମାଧ୍ୟମରେ ପ୍ରବେଶ କରି ଫୁସଫୁସକୁ କ୍ଷତି ପହଞ୍ଚାଇପାରେ । ବିଶେଷକରି, ଗୁଲାଲର ସୂକ୍ଷ୍ମ ପାଉଡର ଶ୍ୱାସକ୍ରିୟା ନଳୀରେ ଫସି ଯାଇପାରେ, ଯାହା ନିଶ୍ୱାସ ନେବାରେ ସମସ୍ୟା ସୃଷ୍ଟି କରିପାରେ ।
ଗର୍ଭବତୀ ମହିଳା- ଗର୍ଭବତୀ ମହିଳାମାନେ ହୋଲି ରଙ୍ଗକୁ ଏଡାଇବା ଉଚିତ କାରଣ ରାସାୟନିକ ରଙ୍ଗରେ ଥିବା ବିଷାକ୍ତ ପଦାର୍ଥ ମା’ ଏବଂ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ଏହା ବ୍ୟତୀତ, ହୋଲିର ଶବ୍ଦ ଏବଂ ଭିଡ଼ ଗର୍ଭବତୀ ମହିଳାଙ୍କ ପାଇଁ ଚାପ ସୃଷ୍ଟି କରିପାରେ । ପ୍ରାକୃତିକ ରଙ୍ଗ ବ୍ୟବହାର କରିବା ଏବଂ ଭିଡ଼ରୁ ଦୂରରେ ରହିବା ସେମାନଙ୍କ ପାଇଁ ଏକ ଭଲ ବିକଳ୍ପ ।
ଏଥିସହ, ମଜାରେ ମଜାରେ ବିଭିନ୍ନ ପଶୁ,ପକ୍ଷୀ ଙ୍କୁ ମଧ୍ୟ ରଙ୍ଗ ଲଗେଇ ଥାଉ । ଯାହା ସେମାନଙ୍କ ପାଇଁ ଘାତକ ସୃଷ୍ଟି କରିଥାଏ । ଛୋଟ ଶିଶୁ ମାନଙ୍କୁ ମଧ୍ୟ ରଙ୍ଗ ଲଗେଇ ଥାଉ , କିନ୍ତୁ ମନେ ରଖିବା ଉଚିତ୍, ରଙ୍ଗ ସେମାନଙ୍କ କଅଁଳିଆ ଚର୍ମ ଉପରେ ଯେମିତି କୌଣସି ଖରାପ ପ୍ରଭାବ ନ ପଡ଼ିବ, ସେଥିପାଇଁ ହାତ ରେ ପ୍ରସ୍ତୁତ ଆୟୁର୍ବେଦ ରଙ୍ଗ ବ୍ୟବହାର କରିବା ଉଚିତ୍ ।
ସେହିଭଳି ପବିତ୍ର ହୋଲି ରେ ରଙ୍ଗ ଖେଳି ସରିବା ପରେ, ଭଲ ଭାବରେ ଶରୀରକୁ ସଫା କରିବା ଜରୁରୀ । ଶ୍ରେୟ ତରଙ୍ଗ ପରିବାର ତରଫରୁ ପବିତ୍ର ରଙ୍ଗ ର ପର୍ବ ଶୁଭେଚ୍ଛା ଓ ଶୁଭ କାମନା ସମସ୍ତ ପାଠକ ମାନଙ୍କୁ ।

