ନୟାଗଡ଼, ଶ୍ରେୟ ତରଙ୍ଗ (ବ୍ୟୁରୋ ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ରାଜଧାନୀ ଭୁବନେଶ୍ବରରେ ଆର ଆଣ୍ଡ ବି ଡିଭିଜନର ସହକାରୀ ଯନ୍ତ୍ରୀ ରାଜା କିଶୋର ଜେନାଙ୍କ ଅଫିସ ସମେତ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

ଭୁବନେଶ୍ବର ଏବଂ ନୟାଗଡରେ ୧୩ ଟି ମୂଲ୍ୟବାନ ପ୍ଲଟ ସହିତ, ବହୁ ବେନାମୀ ସମ୍ପତି ଠାବ କରିଛି । ଆର ଆଣ୍ଡ ବି ଡିଭିଜନ-III, ଭୁବନେଶ୍ବରରେ କାର୍ଯ୍ୟରତ ରାଜା କିଶୋର ଜେନାଙ୍କ ପୈତୃକ ଗାଁ, ବାସଭବନ ସମେତ ୧୦ଟି ଭିନ୍ନ ଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି । ଭିଜିଲାନ୍ସ ବିଭାଗର ୭ ଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (ଡିଏସ୍ ପି), ପାଞ୍ଚ ଜଣ ଇନ୍ସପେକ୍ଟର, ଜଣେ ସବ-ଇନ୍ସପେକ୍ଟର, ୧୧ ଜଣ ସହକାରୀ ସବ-ଇନ୍ସପେ ନ୍ସପେକ୍ଟର (ଏଏସ୍ ଆଇ) ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ନେଇ ଗଠିତ ଟିମ୍ ସହକାରୀ ଯନ୍ତ୍ରୀଙ୍କ ଭୁବନେଶ୍ବରର ନୀଳାଦ୍ରି ବିହାରର ସେକ୍ଟର-୫ରେ ଥିବା ଆବାସିକ କୋଠା, କସମୋପଲିସ୍ ଟାୱାରରେ ଥୂବା ଏକ ଫ୍ଲାଟ୍, ସିମ୍ପାନୀ ମଲରେ ଥିବା ଏକ ଦୋକାନ, ନୟାଗଡ଼ ଜିଲ୍ଲା ପୈତୃକ ଗାଁ ଜଗନ୍ନାଥପ୍ରସାଦ ରେ ଥିବା ଘର, ଭୁବନେଶ୍ବରର ଆର୍ ଆଣ୍ଡ୍ ବି ଡିଭିଜନ-III ରେ ଥିବା ତାଙ୍କ କାର୍ଯ୍ୟାଳୟ, ପଟିଆ (ଭୁବନେଶ୍ବର) ଏବଂ ନୟାଗଡ଼ ଶିବାଜୀ ନଗର ରେ ଥିବା ତାଙ୍କ ଶ୍ବଶୁରଙ୍କ ଘରେ ଚଢ଼ାଉ ଜାରି ରହିଛି ।

ଏଥିସହ ଅନେକ ମୂଲ୍ୟବାନ ସୁନା ଗହଣା ମଧ୍ୟ ଜବତ ହୋଇଛି । ଜଣେ ଯନ୍ତ୍ରୀ କିଭଳି କୋଟି କୋଟି ଟଙ୍କାର ମାଲିକ, ଏଥିସହ ସିମ୍ଫୋନି ମଲ, କଳ୍ପନା ରେ ଥିବା ଉତ୍କଳ ଗ୍ୟାଲେରୀ ଭଳି ବଡ ବଡ ମଲ ରେ ବ୍ୟବସାୟ କରିଛନ୍ତି, ସାଧାରଣ ଲୋକଙ୍କ ଟଙ୍କା ଲୁଟିଛନ୍ତି , ତାର ପ୍ରମାଣ ସାମ୍ନା କୁ ଆସିଛି ।

ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ଜଗନ୍ନାଥ ପ୍ରସାଦ ଭଳି ଏକ ଛୋଟିଆ ଗାଁରୁ ଯାଇ ରାଜଧାନୀ ଛାତି ଉପରେ ବିଶାଳ ସାମ୍ରାଜ୍ୟ କରିବା, ବେୟାଇନ୍ ସମ୍ପତି ଠୁଳ କରିବା, ଘଟଣା ଏବେ ଚର୍ଚ୍ଚାରେ ରହିଛି । ଭିଜିଲାନ୍ସ ବିଭାଗ ଖାଲି ଯନ୍ତ୍ରୀଙ୍କ ପଛରେ ନପଡି, ମନ୍ତ୍ରୀ, ଅଫିସର, ଆଇଏଏସ, ଓଏଏସ ଙ୍କ ଘର ରେଡ କରୁ ବୋଲି ଯନ୍ତ୍ରୀଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।

