Close Menu
  • ସ୍ୱାସ୍ଥ୍ୟ
  • ଅପରାଧ
  • ଆଜିର ଖବର
  • ଆଧ୍ୟାତ୍ମିକ
  • ଦେଶ ବିଦେଶ
  • ମନୋରଞ୍ଜନ
Facebook X (Twitter) Instagram
SreyatarangaSreyataranga
  • ସ୍ୱାସ୍ଥ୍ୟ
  • ଅପରାଧ
  • ଆଜିର ଖବର
  • ଆଧ୍ୟାତ୍ମିକ
  • ଦେଶ ବିଦେଶ
  • ମନୋରଞ୍ଜନ
Facebook X (Twitter) Instagram
Trending
  • ୯ ଜଣ ଆଇଏସ ଅଧିକାରୀ ସିଭିଲ ସର୍ଭିସେସ୍ କୋଚିଙ୍ଗ ସେଣ୍ଟର ବୁଲି ଦେଖିଲେ
  • ପ୍ରଥମ ଦାଶରଥି ସ୍ମାରକୀ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ
  • ନୂଆପଡ଼ା ରେ ବିଜେପି ର ବାଜିମାତ, ତୃତୀୟ ସ୍ଥାନ କୁ ଖସିଲା ବିଜେଡି
  • ବିଜେପି ନେତା ଭଗବାନ ମହାନ୍ତି ଙ୍କୁ ଫୁଲବାଣୀ ରେ ବିପୁଳ ସମ୍ବର୍ଦ୍ଧନା ।
  • କଳିଙ୍ଗା ଘାଟି ରେ ଶ୍ରୀରାମ ଘରୋଇ ଯାତ୍ରୀବାହି ବସ୍ ଓଲଟି ଜଣେ ମୃତ, ସାତ ରୁ ଅଧିକ ଆହତ
  • କାଞ୍ଚି ଅଭିଯାନ ବେଶରେ ମହାପ୍ରଭୁ ଶ୍ରୀ ନୀଳମାଧବ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।
  • ଇଟିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ୟୁନାଇଟେଡ଼ ଇଣ୍ଡିଆ ଇନ୍ସୁରାନ୍ସ କମ୍ପାନୀ ତରଫରୁ ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ
  • ମହିଳା କ୍ରିକେଟ ବିଶ୍ୱକପ ଜିତିଲା ଭାରତ.
SreyatarangaSreyataranga
  • ସ୍ୱାସ୍ଥ୍ୟ
  • ଅପରାଧ
  • ଆଜିର ଖବର
  • ଆଧ୍ୟାତ୍ମିକ
  • ଦେଶ ବିଦେଶ
  • ମନୋରଞ୍ଜନ

କଂଗ୍ରେସ ର ନୂଆ ପିସିସି ସଭାପତି ହେଲେ ଭକ୍ତ ଦାସ

By sreyatarangaFebruary 12, 2025 ଆଜିର ଖବର
Ad 1

ଭୁବନେଶ୍ୱର (ଶ୍ରେୟ ତରଙ୍ଗ): ଭକ୍ତ ଚରଣ ଦାସ ହେଲେ ଓଡ଼ିଶା କଂଗ୍ରେସ ପ୍ରଦେଶ ର ନୂତନ ପିସିସି ସଭାପତି । ଅଲ୍ ଇଣ୍ଡିଆ କଂଗ୍ରେସ କମିଟି AICC ଙ୍କ ଅନୁମୋଦନ କ୍ରମେ ଭକ୍ତ ଚରଣ ଦାସ ଓଡ଼ିଶା PCC ସଭାପତି ହୋଇଛନ୍ତି ଓଡ଼ିଶା ପିସିସି ସଭାପତି ନିଯୁକ୍ତି ନେଇ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ଓ ଭକ୍ତଚରଣ ଦାସଙ୍କୁ ନିଯୁକ୍ତି ଦେଇଛନ୍ତି ଏଆଇସିସି ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡଗେ ।

ଭକ୍ତ ଙ୍କ ନାମ ଘୋଷଣା ପରେ AICC ଅଧ୍ଯକ୍ଷ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧିଙ୍କୁ ଧନ୍ୟବାଦ୍ ଦେଇଛନ୍ତି । ଦିଲ୍ଲୀରେ ବରିଷ୍ଠ ଓଡ଼ିଆ ସାମ୍ବାଦିକଙ୍କୁ ସାକ୍ଷାତକାର ଦେଇ ଭକ୍ତ କହିଛନ୍ତି , ଦଳକୁ ସଂଗଠିତ କରିବୁ, ଓଡ଼ିଶାର ସ୍ବାର୍ଥ ପାଇଁ ଲଢେ଼ଇ କରିବୁ । ସଠିକ୍ ସମୟରେ ଦଳ ତାଙ୍କୁ ସୁଯୋଗ ଦେଇଛି, କାମ କରିବା ପାଇଁ । ଦଳର ବରିଷ୍ଠ ନେତା, ଅସନ୍ତୁଷ୍ଟ ନେତା କର୍ମୀଙ୍କ ଠାରୁ ଆରମ୍ଭ କରି ତୃଣମୂଳ ସ୍ତର କର୍ମୀଙ୍କୁ ଏକାଠି ନେଇ ଆଗକୁ ବଢିବ । ଦଳର ବିଭିନ୍ନ ସମୟ ଗୋଷ୍ଠୀ କନ୍ଦଳ ଯୋଗୁଁ ପିସିସି ସଭାପତି ପରିବର୍ତ୍ତନ ପାଇଁ ଦିଲ୍ଲୀ ଆସି ନେତା ମାନେ ଦାବି କରନ୍ତି , ସେହିଭଳି ୨୦୨୯ ପର୍ଯ୍ୟନ୍ତ ଭକ୍ତ ପିସିସି ସଭାପତି ରହି ପାରିବେ ତ ବୋଲି ପ୍ରଶ୍ନ ପଚାରିବାରୁ ଭକ୍ତ କହିଛନ୍ତି , ଦଳର ଗୋଟେ କ୍ରିୟାଶୀଳ ରହିଛି, ଆଭିମୁଖ୍ୟ ରହିଛି, ମୋ ସହ ଦଳରେ ସମସ୍ତଙ୍କ ସହ ଭଲ ସମ୍ପର୍କ ରହିଛି, ତେନୁନାମେ ସଂଗଠିତ ହୋଇ ରହିବୁ । ସେହିଭଳି ଭକ୍ତ କହିଛନ୍ତି, ୨୦୨୯ ରେ ଦଳ ଜିତିବ ବୋଲିଙ୍କହିଲେ ସେଇଟା ଅହଙ୍କାର ହୋଇଯିବ ଓ ବାହାଦୂରୀ ହୋଇଯିବ । ଓଡ଼ିଶାରେ ଲୋକମାନେ ପରିବର୍ତ୍ତନ ହେଲେଣି, ଆମେ ଭଲ କାମ କଲେ,ଲୋକଙ୍କ ସହ ରହିଲେ ନିଶ୍ଚୟ ଓଡ଼ିଶା ବାସୀଙ୍କ ଆଶୀର୍ବାଦ ଆମେ ପାଇ ପାରିବୁ ।

Ad 2

ସୂଚନା ଥାଉକି, କଂଗ୍ରେସର ବରିଷ୍ଠ ନେତା ଭକ୍ତଚରଣ ଦାସ କଳାହାଣ୍ଡି ଲୋକସଭା ଆସନରୁ ୩ଥର ନିର୍ବାଚିତ ହୋଇଛନ୍ତି। ୧୯୮୯ରୁ ୧୯୯୧, ୧୯୯୬ରୁ ୧୯୯୮ ଓ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ପୂର୍ବରୁ ଭବାନୀପାଟଣା ବିଧାନସଭା ଆସନରୁ ବିଧାୟକ ଭାବେ ମଧ୍ଯ ନିର୍ବାଚିତ ହୋଇଥିଲେ । କେନ୍ଦ୍ରରେ ରେଳମନ୍ତ୍ରୀ ଭାବେ ସେ ଦାୟିତ୍ଵ ତୁଲାଇ ଛନ୍ତି । ଏଆଇସିସି ର ସାଧାରଣ ସଂପାଦକ ଓ ବିଭିନ୍ନ ରାଜ୍ୟର ପ୍ରଭାରୀ ଭାବେ ସେ ଦାୟିତ୍ଵ ତୁଲାଇ ଛନ୍ତି। ୨୦୨୧ରେ ବିହାରର ପ୍ରଭାରୀ ଥିବା ସମୟରେ ଆରଜେଡି ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହୋଇଥିଲା ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ରାଜ୍ୟ କଂଗ୍ରେସ କମିଟିକୁ ଭାଙ୍ଗିଦେଇଥିଲେ ଏଆଇସିସି ପ୍ରାୟ ୧୦ମାସ ପରେ ରାଜ୍ୟରେ ନୂଆ ପିସିସି ସଭାପତି ମିଳିଛି ।

Related Posts

୯ ଜଣ ଆଇଏସ ଅଧିକାରୀ ସିଭିଲ ସର୍ଭିସେସ୍ କୋଚିଙ୍ଗ ସେଣ୍ଟର ବୁଲି ଦେଖିଲେ

November 14, 2025

ପ୍ରଥମ ଦାଶରଥି ସ୍ମାରକୀ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

November 14, 2025

ନୂଆପଡ଼ା ରେ ବିଜେପି ର ବାଜିମାତ, ତୃତୀୟ ସ୍ଥାନ କୁ ଖସିଲା ବିଜେଡି

November 14, 2025

ବିଜେପି ନେତା ଭଗବାନ ମହାନ୍ତି ଙ୍କୁ ଫୁଲବାଣୀ ରେ ବିପୁଳ ସମ୍ବର୍ଦ୍ଧନା ।

November 13, 2025

କଳିଙ୍ଗା ଘାଟି ରେ ଶ୍ରୀରାମ ଘରୋଇ ଯାତ୍ରୀବାହି ବସ୍ ଓଲଟି ଜଣେ ମୃତ, ସାତ ରୁ ଅଧିକ ଆହତ

November 7, 2025

କାଞ୍ଚି ଅଭିଯାନ ବେଶରେ ମହାପ୍ରଭୁ ଶ୍ରୀ ନୀଳମାଧବ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

November 4, 2025

୯ ଜଣ ଆଇଏସ ଅଧିକାରୀ ସିଭିଲ ସର୍ଭିସେସ୍ କୋଚିଙ୍ଗ ସେଣ୍ଟର ବୁଲି ଦେଖିଲେ

November 14, 2025

ପ୍ରଥମ ଦାଶରଥି ସ୍ମାରକୀ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

November 14, 2025

ନୂଆପଡ଼ା ରେ ବିଜେପି ର ବାଜିମାତ, ତୃତୀୟ ସ୍ଥାନ କୁ ଖସିଲା ବିଜେଡି

November 14, 2025

ବିଜେପି ନେତା ଭଗବାନ ମହାନ୍ତି ଙ୍କୁ ଫୁଲବାଣୀ ରେ ବିପୁଳ ସମ୍ବର୍ଦ୍ଧନା ।

November 13, 2025
Facebook X (Twitter) Instagram Pinterest
  • About Us
  • Contact Us
  • Privacy Policy
© 2025 Sreyataranga.com

Design by: KC DIGITAL

Type above and press Enter to search. Press Esc to cancel.