କନ୍ଧମାଳ ( ଶ୍ରେୟ ତରଙ୍ଗ): ଫୁଲବାଣୀ କରୋନେସନ୍ ପଡ଼ିଆ ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇ ଯାଇଛି । ଓଡ଼ିଶା ସରକାରଙ୍କ ଶିକ୍ଷା ଗଣଶିକ୍ଷା ଓ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।

ଜିଲ୍ଲାପାଳ କନ୍ଧମାଳ ଶ୍ରୀ ଅମ୍ରିତି ଋତୁରାଜ, ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ, ଜି ଉଦୟଗିରି କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ଏସପି କନ୍ଧମାଳ ଶ୍ରୀ ହରିଶ୍ ବିସ୍ , ଉପଜିଲ୍ଲାପାଳ ଶ୍ରୀ ଭିକାରୀ ସାହୁ, ଙ୍କ ସମେତ ଜିଲ୍ଲା ପ୍ରଶାସନ ର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।

ଏକ ହଜାର ରୁ ଅଧିକ ବୁଦ୍ଧିଜୀବୀ, ଛାତ୍ର ମହିଳା, ଯୋଗ ଦିବସ ରେ ଯୋଗଦେଇଥିଲେ । ଆନ୍ଧ୍ର ପ୍ରଦେଶ ରେ ପ୍ରଧାନମନ୍ତ୍ରୀ ଯୋଗ ଦିବସ ରେ ସମଗ୍ର ବିଶ୍ବ ଉଦ୍ଦେଶ୍ୟ ରେ କହିଥିଲେ, ଯୋଗ ଭାରତର ଅବଦାନ, ଯାହା ଆଜି ପ୍ରତେକ୍ ବ୍ୟକ୍ତି ପାଇଁ ଆବଶ୍ୟକ । ଯୋଗ ଦ୍ୱାରା ମାନସିକ ଶାନ୍ତି ସହ, ଶରୀର ର ବହୁ ଗୁରୁତ୍ଵ ପୂର୍ଣ୍ଣ ରୋଗ ଗୁଡ଼ିକ ନିୟନ୍ତ୍ରଣ ସହ ଶରୀର ସମ୍ପୂର୍ଣ ସୁସ୍ଥ ରହିଥାଏ । ଯୋଗ କୁ ଏବେ ମେଡ଼ିସିନ ସାଇନ୍ସ ମଧ୍ୟ ମାନ୍ୟତା ଦେଉଛି ।

ଯୋଗର ଉପ କରିତା ଉପରେ ଉପସ୍ଥିତ ଅତିଥି ମାନେ କହିଥିଲେ । ମେଦ ବହୁଲତା ତଥା ଆଣ୍ଠୁ ଯନ୍ତ୍ରଣା ଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ର ସମାଧାନ ସହ ଶରୀର କୁ ଠିକ୍ ରଖିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ପାଇଁ ଯୋଗ ନିତ୍ୟାନ୍ତ ଆବଶ୍ୟକ ହୋଇ ପଡ଼ିଛି ।


