କନ୍ଧମାଳ ( ଶ୍ରେୟ ତରଙ୍ଗ): କନ୍ଧମାଳ ଜିଲ୍ଲା ଫୁଲବାଣୀ ବନଖଣ୍ଡ ର ବିଭିନ୍ନ ଫରେଷ୍ଟ ଡିଭିଜନରେ ୪୭ ଟି ହାତୀ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ଫୁଲବାଣୀ ଡିଏଫଓ ପ୍ରତାପ କୋଟପାଲି । ଏମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ୭୦ ଜଣ ବନ କର୍ମଚାରୀ, ଓ ୧୦ ଟି ଗାଡ଼ି ନିଓଜୀତ ଅଛି ।

ତେବେ ଜି ଉଦୟଗିରି ଅଞ୍ଚଳ ରେ ଏକ ଦନ୍ତା ହାତୀ ଗତ ତିନି ମାସ ରେ ତିନିଜଣ ଲୋକଙ୍କୁ ମାରିଥିବା ବେଳେ, ପାଞ୍ଚଟି ଗାଈ କୁ ମାରିଥିବା ଅଭିଯୋଗ ହୋଇଛି । ସେହିଭଳି ଅନେକ ଲୋକଙ୍କ ଘର ଭାଙ୍ଗିବା ସହ ଫସଲ ନଷ୍ଟ କରିଛି । ଦୁଇଦିନ ତଳେ ଏକ ଚଳନ୍ତା ଯାତ୍ରୀ ବାହି ବସ୍ କୁ ମଧ୍ୟ ଅଟକାଇ ଥିଲା । ସନ୍ଧ୍ୟାରେ ଦନ୍ତା ହାତୀ ସହର ମୁହାଁ ହେଉଥିବାରୁ, ବିଦିତୁ ଲାଇନ୍ କଟା ଯାଉଛି । ବନ କର୍ମଚାରୀଙ୍କ ଦ୍ଵାରା ସୁରକ୍ଷା ଓ ସଚେତନ କରିବା ସହ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଘୋଷଣା ମଧ୍ୟ କରାଯାଉଛି ।

ଜି ଉଦୟଗିରି ଅଞ୍ଚଳ ବାସି ଜିଲ୍ଲାପାଳ ଓ dfo ଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । Dfo କହିଛନ୍ତି, ହାତୀ ମରିଥିବା ମଣିଷ ମାନଙ୍କ ପରିବାରକୁ ରାଜ୍ୟ ସରକାର ତୁରନ୍ତ କ୍ଷତି ପୁରଣ ଦେବେ । ଦଶ ଲକ୍ଷ୍ୟ ଟଙ୍କାର ସହାୟତା ଥିବା ବେଳେ, ପ୍ରାରମ୍ଭ ରେ ସେମାନଙ୍କୁ ଦଶ ପ୍ରତିଶତ କ୍ଷତି ପୁରଣ ଦିଆଯାଇଛି । ସମ୍ପୂର୍ଣ କାଗଜପତ୍ର ଓ ସରକାରୀ ରିପୋର୍ଟ ପରେ, ଅବଶିଷ୍ଟ କ୍ଷତି ପୁରଣ ଶୀଘ୍ର ଦିଆଯିବ । ଦନ୍ତା ହାତୀ କୁ ଟ୍ରାଙ୍କୁଲାଇଯ କରି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଅଞ୍ଚଳ ବାସି ଦାବି କରିଛନ୍ତି ।

ଜିଲ୍ଲାପାଳ ଶ୍ରୀ ବେଦ ଭୂଷଣ କହିଛନ୍ତି, ଯେଉଁମାନେ ଟ୍ରାଙ୍କୁ ଲାଇଯ ରେ ଏକ୍ସପୋର୍ଟ ଅଛନ୍ତି, ସେମାନଙ୍କ ସହ ଆଲୋଚନା କରିବେ । କିଭଳି ଦନ୍ତା ହାତୀକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ, ଶୀଘ୍ର ବ୍ୟବସ୍ଥା କରିବେ । ସେହିଭଳି ବିଦୂତୁ କଟୁ ଥିବାରୁ , ସୋଲାର ଲାଇଟ୍ ବ୍ୟବସ୍ଥା ସହ ଯେଉଁମାନଙ୍କ ର ଘର ଭାଙ୍ଗିଛି, ଓ ଫସଲ କ୍ଷୟକ୍ଷତି ହୋଇଛି, ସେମାନଙ୍କୁ ସହାୟତା ପ୍ରଦାନ କରିବେ ବୋଲି କହିଛନ୍ତି । ଜି ଉଦୟଗିରି ଅଞ୍ଚଳ ଯୁବ ସମାଜସେବୀ ତଥା ଟୁଇଟି ମ୍ୟାନ ଆମନ୍ ଚନ୍ଦ୍ର ନାୟକ,ଙ୍କ ସହ ବିଭିନ୍ନ ସଂଗଠନ ର ସଦସ୍ୟ ମାନେ ଜିଲ୍ଲାପାଳ ଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି।

