ଶ୍ରେୟ ତରଙ୍ଗ ( ବ୍ୟୁରୋ ): ରାଜ୍ୟ ସରକାର ବଡ଼ ଧରଣର ଆଇଏସ ସ୍ତରରେ ଅଦଳ ବଦଳ କରିଛନ୍ତି । ନୂତନ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ବଦଳି କରିଛନ୍ତି । ପୁରୀ ଜିଲ୍ଲାପାଳ ଚଞ୍ଚଲ ରାଣାଙ୍କୁ ଭୁବନେଶ୍ବର ମହାନଗର ନଗମ (ବିଏମ୍ସି)ରେ କମିସନର ପଦବିରେ ନିଯୁକ୍ତି ଦେଇଛନ୍ତି। ବରିଷ୍ଠ ଆଇଏଏସ୍ ଅଧିକାରୀ ରୁପା ରୋଶନ ସାହୁଙ୍କୁ ରାଜ୍ୟପାଳ ସଚିବ ଭାବେ ନିଯୁକ୍ତି ମିଳି ଥିବା ବେଳେ ସଚିନ ରାମଚନ୍ଦ୍ର ଯାଦବଙ୍କୁ କ୍ରୀଡ଼ା ଓ ଯୁବ ସେବା ବିଭାଗ ଦାୟିତ୍ବ ଦିଆଯାଇଛି। ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଦକ୍ଷିଣାଞ୍ଚଳ ଆରଡିସି ଭାବେ ନିଯୁକ୍ତ ଦିଆଯାଇଛି। ବିଜୟ କୁମାର ଦାସ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି।

ରାଜ୍ୟ ସରକାର କିଛି ଜିଲ୍ଲାରେ ଜିଲ୍ଲାପାଳଙ୍କୁ ବଦଳି କରିଛନ୍ତି। ଏହି କ୍ରମରେ ସୋମେଶ କୁମାର ଉପାଧ୍ୟାୟଙ୍କୁ ମାଲକାନଗିରି ଓ ଶୁଭଙ୍କର ମହାପାତ୍ରଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି। ସେହିପରି ଆଶିଷ ଈଶ୍ବର ପାଟିଲ୍ଙ୍କୁ ଢେଙ୍କାନାଳ, କୀର୍ତ୍ତି ଭାସନଙ୍କୁ ଗଞ୍ଜାମ, ମନୋଜ ସତ୍ୟବାନ ମହାଜନଙ୍କୁ କୋରାପୁଟ୍, ବେଦଭୂଷଣଙ୍କୁ କନ୍ଧମାଳ, ଅମ୍ରିତ ଋତୁରାଜଙ୍କୁ ଖୋର୍ଦ୍ଧା, କୁଲକର୍ଣ୍ଣି ଆଶୁତୋଷ ସିଂହଙ୍କୁ ରାୟଗଡ଼ା, ମଧୁସ୍ମିତାଙ୍କୁ ଗଜପତି, ଚୌହାନ କୁନାଲ୍ ମୋତିରାମଙ୍କୁ ଝାରସୁଗୁଡ଼ା ଓ ବିଭୂତି ଭୂଷଣ ନାୟକଙ୍କୁ ବୌଦ୍ଧ ଓ ନୃପରାଜ ସାହୁଙ୍କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। କନ୍ଧମାଳ ଜିଲ୍ଲାକୁ ନୂତନ ଜିଲ୍ଲାପାଳ ଭାବେ ବେଦ ଭୁଷଣ ଙ୍କ ବଦଳି ହୋଇଛି । ସେ ସମ୍ବଲପୁର ମିନିଷ୍ପାଲ କମିଶନର ରୂପେ କାର୍ଯ୍ୟ କରୁଥିଲେ। ସେହିଭଳି ବାଲିଗୁଡା ଉପଖଣ୍ଡ ଉପ ଜିଲ୍ଲାପାଳ ରିନା ପ୍ରଧାନ ଙ୍କର କେନ୍ଦୁଝର ଜିଲ୍ଲାକୁ ବଦଳି ହୋଇଥିବା ବିଜ୍ଞାପନ ରେ ପ୍ରକାଶ ପାଇଛି ।

