କନ୍ଧମାଳ: ( ଶ୍ରେୟ ତରଙ୍ଗ ବ୍ୟୁରୋ): କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ର ଗୁଞ୍ଜିବାଡି ପଞ୍ଚାୟତ ରେ ଅବସ୍ଥିତ ପଦେଲିକିଆ ବିଦ୍ୟାଳୟ। ଭଙ୍ଗା ଦଦରା ବିପଦ ସଙ୍କୁଳ ଶ୍ରେଣୀ ଗୃହରେ ଛାତ୍ର ଛାତ୍ରୀ ମାନେ ପଢୁଛନ୍ତି ପାଠ। ମୋ ସ୍କୁଲ ଅଭିଯାନ ରେ କୋଡିଏ ବର୍ଷ ତଳେ ବିଦ୍ୟାଳୟ ଘର ନିର୍ମାଣ ହୋଇଥିଲେ ମଧ୍ୟ , ଠିକାଦାର ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକାରେ ଏବେ ବିଦ୍ୟାଳୟ ଭଗ୍ନ ଅବସ୍ଥାରେ ।

ବର୍ଷା ଦିନ କଥା କହିଲେ ନ ସରେ । ଛାତ ରୁ ସିମେଣ୍ଟ ଖସି ଲୁହ ଛଡ ଦେଖା ଗଲାଣି । ଝରକା,କବାଟ ମେଲା ପଡ଼ିଥିବା ବେଳେ, ସ୍ଥାନେ ସ୍ଥାନେ ଛାତ ଦବି ଗଲାଣି । କେତେବେଳେ ଖସି ପଡ଼ିବ, କେହି କହି ପାରିବେ ନାହିଁ । ଏଭଳି ବିପଦ ଭିତରେ ପିଲାମାନଙ୍କୁ ପାଠ ପଢ଼ାଉଥିବା କଥା କହିଛନ୍ତି, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ । ରୋଷେଇ ଘର ଖଣ୍ଡେ ନଥିବାରୁ, ବାହାରେ ମଧ୍ୟାହ୍ନ ଭୋଜନ ରୋଷେଇ କରାଯାଉଛି । ଏପରିକି ବିଦ୍ୟାଳୟ ରେ ଶୌଚାଳୟ ଟିଏ ମଧ୍ୟ ନାହିଁ । ଯାହାଦ୍ବାରା ପଦାରେ ବାଧ୍ୟାରେ ପରିସ୍ରା କରିବାକୁ ଯାଉଛନ୍ତି ପିଲା ମାନେ । ସବୁଠାରୁ ଦୁଃଖ ଲାଗେ, ବିଜ୍ଞାନର ଅଗ୍ରଗତି ହୋଇଥିଲେ ମଧ୍ୟ, ଶିକ୍ଷା ବ୍ୟବସ୍ଥାରେ ଓଡ଼ିଶାରେ ଗ୍ରାମାଞ୍ଚଳ ରେ ସ୍ଥିତି ସୁଧୁରିଲା ନାହିଁ ।

ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ଅନେକଥର ପ୍ରଶାସନ ଓ ଶିକ୍ଷା ବିଭାଗକୁ ଅଭିଯୋଗ କଲେ ବି କୌଣସି ପଦକ୍ଷେପ ଗ୍ରହଣ ହୋଇନାହିଁ। ଏହା ଦ୍ୱାରା ଛାତ୍ରଛାତ୍ରୀଙ୍କର ଶିକ୍ଷା ଅଧିକାର ଅବମାନିତ ହେଉଛି । ଗ୍ରାମ ପଞ୍ଚାୟତ ପକ୍ଷରୁ ଯଥାସମୟରେ ନିର୍ମାଣ କାମ ଅରମ୍ଭ ହେବ ବୋଲି କୁହାଯାଇଥିଲେ ବି, ବର୍ତ୍ତମାନ ପର୍ଯ୍ୟନ୍ତ କିଛି ଦୃଶ୍ୟମାନ ହୋଇନାହିଁ। ଅଭିଭାବକ ମାନେ ଦୂର ଅଞ୍ଚଳକୁ ଛୁଆ ମାନକୁ ଅନ୍ୟ ବିଦ୍ୟାଳୟକୁ ପଠାଇବା ପାଇଁ ବାଧ୍ୟ ହେଉଛନ୍ତି। ପିଲାଙ୍କୁ ଦେଖିଲେ ଲାଗୁଛି ଏଠି ଭବିଷ୍ୟତ ଗଢ଼ିବା ନାମ ରେ ଛାତ୍ର ଛାତ୍ରୀ ଙ୍କ ସହ ଖେଳ ଚାଲିଛି । ଏହି ପରିସ୍ଥିତି ନୂଆ ପିଢ଼ିକୁ ଶିକ୍ଷା ରୁ ବଞ୍ଚିତ କରୁଛି। ସରକାର ଓ ସ୍ଥାନୀୟ ଶିକ୍ଷା ବିଭାଗର ହସ୍ତକ୍ଷେପ କରି ଏହି ସମସ୍ୟା ର ସମାଧାନ କରିବା ପାଇଁ ଦାବି ହୋଇଛି।

