ଶ୍ରେୟ ତରଙ୍ଗ ( ଶ୍ରୀମାନ ଉତ୍ପଳ ) : ଚା ଖଟି ଠାରୁ ଆଉ ବଡ଼ ଖଟି କିଛି ନାଇଁ । ମାଗଣା ଜ୍ଞାନ, ମାଗଣା ସମୟ ଅପଚୟ, ଅଯଥା କଥା, ଅବାନ୍ତର ଯୁକ୍ତି, ଓଲଟା ପ୍ରଶ୍ନ ଏମିତି ଅନେକ ଗୁଣର ଅଧିକାରୀ ମହାନ୍ ପଣ୍ଡିତ ମାନେ ଏହି ଚା ଖଟିରେ ଆଡା ମାରି ବସନ୍ତି । ଢେଙ୍କି ଶାଳ କଥା ରୁ ଦିଲ୍ଲୀ ଡେଇଁ ଆମେରିକା ପର୍ଯ୍ୟନ୍ତ ଘଡିକେ ଛୁଟି ଯାଆନ୍ତି କଥା ମାଧ୍ୟମରେ,, । ତାହେଲେ ଚା ଖଟିରେ କଣ ଭଲ କଥା ହୁଏନି ନା କଣ ? କିଏ କହିଲା ହୁଏନି,, ଚା ଖଟିରେ ଯାହା ଚର୍ଚା ହୁଏ, ତାହା ପୃଥିବୀ ରେ ଆଉ କେଉଁଠି ହୁଏନି,, ବୁଝିଲେ ଆଜ୍ଞା,, ସେଥିପାଇଁ ପରା ଆମେ ନାଁ ଦେଇଛୁ ଚା ଖଟିରେ ଚର୍ଚ୍ଚା ,,,

ହଉ,, ଏଥର ମୁଖ୍ୟ ପ୍ରସଙ୍ଗ କୁ ଆସିବା, ଆମ ଖଟିରେ ଆଜି କଥା ଆରମ୍ଭ ହଉ, ଆମ ନୟାଗଡ଼ ବିଧାୟକ ଅରୁଣ ଭାଇ, ଏବେ ଚା ଦୋକାନ ଗୋଟେ କରିଛନ୍ତି ଆମ ନୟାଗଡ଼ ରେ । କି କଥା,,,, ହଇଓ ଓଡ଼ିଶା ରାଜନୀତି ର ଚାଣକ୍ୟ କୁ ତମେ ଚା ଦୋକାନୀ ସହ ତୁଳନା କରିଦେଲ ? ଆରେ ଭାଇ ମୁଁ ଯାହା ଦେଖିଲି ସେଇଆ କହୁଛି ନା,,, ତମେ ଯଦି ମୋ କଥା କୁ ମିଛ ଭାବୁଛ, ତାହେଲେ ଏଇ ଭିଡିଓ ମିଛ, ନା ଖବର ମିଛ ? କିହୋ ଖୋଦ୍ ତାଙ୍କ ଦଳୀୟ ପେପର ପରା ନିଜେ ନେଖିଛି,, ଯୋଉଠି ନିଜ ନୋକମାନେ କୁହାକୁହି ହେଲେଣି, ଅରୁଣ ଭାଇ ଏଥର ଚା ଦୋକାନ ଦେଇଛନ୍ତି ବୋଲି, ସେଥି ମୁଁ କାଇଁ ମିଛ କହିମି ମ ? କେତେ ନେତା, ଠିକାଦାର, ସାମ୍ବାଦିକ, ସବୁ ଚା ପିଛନ୍ତି ନା । ବୁଝିଲ,, ସେ ଚା ପତି, ଗୋଲମରିଚ, ଅଦା, ଗୁଜୁରାତି, ତେଜପତ୍ର ପକେଇ ଫୁଟେଇ ଏମିତି ଚା ଦେଇଛନ୍ତି ଯେ, ଖାଲିତ ବଜାର ସାରା ଶୁଡୁ ଶୁଡୁ ସାଉଣ୍ଡୁ ହେଲା ।

ହେ, ସେ ବେକାର କଥା କହନା,, ଆରେ ସେ ଯାହା ହେଲେବି ପୁରୁଖା ମନ୍ତ୍ରୀ ଟି,, ପୁଣି ରାଜ୍ୟର ଏତେବଡ ପାୱାରଫୁଲ୍ ନେତା,, ସେ ପୁଣି ଚା ବିକିବେ ,, ଏଇ କଥା ଟା କାଇଁ ମୋର ହଜମ ହଉନି ରେ ଭାଇ,, ଆରେ ହେ,, ଆମ ପ୍ରଧାନ ମନ୍ତ୍ରୀ କୁଆଡେ ଚା ବିକୁଥିଲେ ବୋଲି ଫୁଲ ବାଲିଆ କହୁଛନ୍ତି,,, ସେମିତି,, ଆମ ଶଙ୍ଖୁଆ ନନା ଚା ବିକି , ୨୦୨୯ ରେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ହେଇଯେବେ ,, ବଢିଆ ହେବ,,,, ଆବେ ଚୁପ୍,, ମୁଖ୍ୟମନ୍ତ୍ରୀ ନା ଗେଣ୍ଡୁ ଟେ ହେବ । କିରେ, ତାମିଲ ନେତାକୁ ଦଳ ମୁଣ୍ଡି କରିକି ଓଡ଼ିଶା ମାର୍କେଟ କୁ ଛାଡ଼ିଲେ ଜେ,, ଲୋକ ଦେଲେ ଚାଞ୍ଛି । ବୁଝିଲୁ ଭୋଟର ସବୁବେଳେ ଫୁଲ ପାୱରଫୁଲ । ଏମାନେ ଓଡ଼ିଆ ମେଣ୍ଢା ଭାବିଥିଲେ,, ହେଲେ କଣ ହେଲା,, ଏକାବେଳେକେ ଦଳ ଚିତି ପଟାଙ୍ଗ । କଥା କୁହା କପିଳା ଦାସେ ଗଲେ ସମ୍ବଲପୁର ଜେ, ଏକାବେଳେକେ କାଶ୍ମୀର ମେଣ୍ଢା ହେଇକି ଫେରିଲେ,, ଘଡେ଼ଇ ପୁଅ, ମହାରଥୀ ପୁଅ, ଆରୁଖ ବାବୁ, ମିଶ୍ରେ ବାବୁ,, ଟ୍ରକ୍ ଡ୍ରାଇଭର ସିଂ ବାବୁ, ଠାରୁ ଦାସେଙ୍କ ଝିଅ, ବୁଝିଲୁ ଆଉ କେହି ରହିଲେନି । ସବୁ ସଫା। ହେ,, ବେକାର କଥା କହି ଆମ ସମୟ ନଷ୍ଟ କରନା,, ଭାଇ ଆମର କାହିଁକି ଚା ବିକିଲେ ସିଧା ସିଧା କହ । ଶୁଣୁ,, ଭାଇ ଆମର ,, ସ୍ଵାସ୍ଥ୍ୟ ପ୍ରତି ଭାରି ସଚେତନ । ବୁଝିଲୁ, ମଝିରେ ମଝିରେ ଗାଁ ଗାଁ ବୁଲି ଯୁବକ ମାନଙ୍କୁ ଡାକି ସକାଳୁ ସକାଳୁ ଦଣ୍ଡ ବଇଠୀ,, ସିଖେଇଲେ,, ଆସନ ନିୟମ ଶିଖେଇଲେ,, ହେଲେ କଣ ହେଲା କେଜାଣି ଭାଇଙ୍କ ଫୁଙ୍କା କାମ ଦେଲାନି । ଏ ଆଜି କାଲିକା ଟୋକା,, ସୋସିଆଲ ମିଡ଼ିଆ ରେ ଭାଇଙ୍କ ଠାରୁ ଫୁଲ ପାୱାରଫୁଲ । କଲେଜ୍ ରାଜନୀତି ବିଜ୍ଞାନ ରେ ସିନା ଫେଲ, ହେଲେ ଅସଲି ରାଜନୀତି ରେ ଏମାନେ ଆଗରେ ,, ମାନେ ଯୋଜନା କିଏ କରୁଛି, ଟଙ୍କା କିଏ ଦଉଛି, କୋଉ ନେତା କେତେ ଖାଇଛି, ସବୁ ହିସାବ ୟାଙ୍କରି ପାଖରେ । ତେଣୁ ଏମାନେ ଆଉ ଧରା ଦେଲେନି । ଭାଇ ଦେଖିଲେ ନା,, ଏଗୁଡ଼ିକୁ ଆଉ ପାରି ହବନି । ସେ ତ ଯୋଜନା ଦଳର ନେତା ନା,, ତେଣୁ ଗେମ୍ ଚେଞ୍ଜ କଲେ । କହିଲେ ଗାଁ ଗାଁ ବୁଲିବା । ବୁଲିଲେ ଆଉ । ଲୋକ ବି ପ୍ରବଳ ହେଲେ,, ଭାଇ ଆମର ଭାରି ହିସାବୀ ଜେ,, ଯୋଉ ଗାଁକୁ ଗଲେ,, ଖୋଜିଲେ,, ହରେ ସେ ପ୍ରଧାନ କଣ ପାଇଁ ଆସିନି କିରେ,, ଡାକ ତାକୁ,, ସେ ନାୟକ ପୁଅ କୁଆଡେ ଗଲା,, ଏମିତି କଲେ,,, ଯୋଉ ଗାଁ କୁ ଗଲେ,, ସବୁ ଲୋକଙ୍କୁ ଖୋଜିଲେ,, ହେଲେ ଲୋକତ ଆମର ତହୁଁ ଚାଲାକ୍ ନା,, ସେମାନେ କଣ କଲେ,, ସବୁ ଭାଇଙ୍କ କ୍ୟାମ୍ପ କୁ ଆସିଲେ,, ଭାତ ଡାଲି ଖାଇଲେ,, ହେଲେ ଦେଲା ବେଳକୁ ଫୁଲରେ ଦେଲେ । ଯଦି ଫୁଲରେ ଦେଲେ,, ତାହେଲେ ଭାଇ ଜିତିଲେ କେମିତି ? ଆରେ ରହ,, ଅଧାରୁ କାହିଁ ବ୍ରେକ ମାରୁଚୁ, କଥା କଣ ସାରିଲାଣି ,, ସିଧା ସିଧା କହୁନୁ,, ଜିଲ୍ଲାପାଳ ମାଡ଼ାମ ଟଙ୍କା ଖାଇ ଖେଳ କରିଦେଲା,,, ଗଣତି ମଣତି ରେ ଏପଟସେପଟ କରି ଜିତେଇ ଦେଲା ବୋଲି । ବୁଝିଲୁ,, ଲୋକେ ଯାହା କହିବେ ଆମେ କଣ ସେଇଆ କହିବା । ତୁ ଦେଖିଛୁ ନା ମୁଁ ଦେଖିଛି ଜେ, ଏତେବଡ କଥା ଟେ କହିବି । ଆରେ ଶୁଣୁ,, ଭାଇ ଆମର ଗଣିତ ରେ ଭାରି ପାରିବାର । ମନ୍ତ୍ର ଶିଖିଛି ନା କଣ,, ବୁଢ଼ା ଯେତିକି କହିଥିବ, ସେଇ ପାଖାପାଖି ସଂଖ୍ୟା ଯାହା ହେଲେ ହେବ । ଓଃ, ସେଥିପାଇଁ ଭୋଟ ପୂର୍ବରୁ ତାହେଲେ କର୍ମୀ ଗୁଡକୁ ଡାକି ଖାଲି ମିଟିଂ ପରେ ମିଟିଂ ଚାଲିଥିଲା । ମିଶ୍ରଣ ପର୍ବ ଚାଲିଥିଲା ଆଉ ।

ଆରେ ସେଗୁଡ଼ାକ ସବୁ ଲୋକ ଦେଖାନିଆ ବୁଝିଲୁ । ଲୋକମାନେ ଏତେ ଚାଲାକ୍ ଜେ,, ଭାଇ ଠୁ ଖାଇଲେ, ରାଣୀ ଠୁ ଖାଇଲେ, ଦେଲା ବେଳକୁ ଠିକ୍ ଜାଗା ଦେଖି ବଜେଇ ଦେଲେ । ଆରେ କଥା ସେଇଠି ନାଇଁ,, ଯେତେ ଲୋକ ସବୁଦିନ ଫୁଲ ଦଳ ଛାଡ଼ି ଆସୁଥିଲେ ମଧ୍ୟ,, କୁଜି ନେତା ମାନେ ପରା ଅସଲ ଖେଳ କରିଲେ ରେ । ଯୋଉ ମାନେ ସବୁବେଳେ ଭାଇ ଭାଇ ହେଉଥିଲେ,, ପାଖେ ପାଖେ ରହି ଫଟୋ କାଢ଼ୁଥିଲେ,, ସେମାନେ ତ ଠିକ୍ ବେଳକୁ ଧୋକା ଦେଇଦେଲେ । ବିଚରା ଭାଇ ବି ବିଶ୍ୱାସ କରିଥିଲା ଜେ,, ହେଲେ କଥାରେ ଅଛି, ଅରକ୍ଷିତ କୁ ଦଇବ ସାହା,, ପରିଶ୍ରମ ଫଳ ବୃଥା ଯାଏନି । ତେଣୁ ଅଳପ ରେ ହଉ ପଛେ ଜିତିଲେ ନା । ବଢିଆ ହେଇଛି,, ନାମ ନେଇଥିବେ ଯେ,,, ଯୋଉ ବିଶ୍ୱାସ କରିକି ଆମକୁ ଅଣଦେଖା କରୁଥିଲେ,, ଏ ସବୁ ତାରି ଫଳ ବୁଝିଲୁ । ଆରେ ବୁଝୁନୁ ତୁ କଥା ଗୁଡ଼ିକ,, ଏ ଧୋକା ଦିଆ ଲୋକ ଖାଲି କଣ ଗେଣ୍ଡା ଦଳରେ ଅଛନ୍ତି, ଆଉ ଫୁଲ ଦଳରେ ନାହାନ୍ତି ନା କଣ ? ଲୋକ ତ ଏତେ ପରିବର୍ତ୍ତନ ହେଲେ,, ତାହେଲେ ରାଣୀ ମା ହାରିଲେ କେମିତି ତୁ ନିଜେ କହ ? ଶୁଣୁ ଭାଇ ସବୁ ଗୋଟେ ଆଡ଼େ ଭାଗ୍ୟ ଆଉ କର୍ମ ଗୋଟେ ଆଡ଼େ । ହଁ ଯେ,, ଭାଇ ଚା ଦୋକାନ ଦେଲେ ଏଇ କଥା ଟା କାଇଁ ହଜମ ହେଲାନି ରେ ।

ଆରେ କଥା କଣ କି ?,, ଭାଇ ଆମର ଭାରି ହିସାବ କରିବା ଲୋକ ବୁଝିଲୁ । ସେ ପରା ନିଜେ କହିଥିଲେ,, ଚା ପିଇ ଶୁଡୁକା ମାରୁଥିବା ଲୋକ ଗୁଡ଼ାକ କୋଉ କାମକୁ ନୁହେଁ ବୋଲି,,, ଆମ ନୟାଗଡ଼ ରେ କୁଆଡେ ୬୪ ଟା ଚା ଦୋକାନ ଅଛି । ଚା ଦୋକାନ ଅଛି ମାନେ ଖଟି ନିହାତି ଥିବ,,, ତେଣୁ ଭାଇଙ୍କର ଆଉ ଧୋକା ଦିଆ କର୍ମୀଙ୍କ ଉପରେ ଭରସା ନାହିଁ ବୁଝିଲୁ । ନିଜେ ଚା ଦୋକାନ କୁ ଯାଇ ସିଧା ଲୋକଙ୍କ ସହ କଥା ହେବେ,, ମିଶିବେ,, ଆଉ ସେ ଖଣ୍ଡିଆ ଦଣ୍ଡିଆ ନେତା ନାଇଁ, ଯାହା ହେବ ସିଧା ଫେସ୍ ଟୁ ଫେସ୍ । ତେଣୁ ସବୁ ଯୋଜନା ଫେଲ ପରେ ଏବେ ଚା ଦୋକାନ ଭାଇଙ୍କ ଭରସା ବୁଝିଲୁ । ହଁ,, ବୁଝିଲ ତମେ ଏତେ ବେଳକୁ ବାଟକୁ ଆସିଲ । ଚା ଖଟି ଲୋକ ଗୁଡ଼ିକ ପରା କୋଉ ଭିଡ଼କୁ ନୁହଁ,, ତାହେଲେ ଶେଷକୁ ସେଇ ଚା ଖଟି ଲୋକଙ୍କୁ ଭରସା କରିବ ହଉ । ହେ,, ମଣିଷ କଣ କେତେବେଳେ କହିଦେବ, ତବୋଲି ତୋର ଯୋଉ କଥା ,, ଆରେ ଗୋଟେ କଥା ଭାବୁଛି ମ ? କଣ କହୁନୁ ଶୀଘ୍ର,, ଯିବା ପୁଣି ଘରକୁ । ଯିବା ଜେ,, ଅରୁଣ ଭାଇ ତ ଆମର ଏଥର ଚା ଦୋକାନ ବୁଲି ବୁଲି ଲୋକଙ୍କୁ ଭେଟିବେ,, ହେଲେ ଆମ କୁ ଭେଟିବେ ଟି?

