ଖୋର୍ଦ୍ଧା – ବଲାଙ୍ଗୀର ରେଳ ପ୍ରକଳ୍ପ କାମ ଆଉ ଦୁଇପାଦ ଆଗେଇଛି । ଦୀର୍ଘ ବର୍ଷର ସ୍ବପ୍ନ ଶୀଘ୍ର ପୂରଣ ହେବାକୁ ଯାଉଛି । ବର୍ତ୍ତମାନ ଖୋର୍ଦ୍ଧା ଠାରୁ ଦଶପଲ୍ଲା ୧୦୫ କିମି ଟ୍ରେନ ଲାଇନ କାମ ସରି ଯାଇଥିବା ବେଳେ, ନିୟମିତ ଭୁବନେଶ୍ୱର, ପୁରୀରୁ ଟ୍ରେନ ଚଳାଚଳ କରୁଛି ।

ଅନ୍ୟପଟେ ବଲାଙ୍ଗୀର ଠାରୁ ଆଡେନିଗଡ଼ ୧୪୦ କିମି ରେଳ ଲାଇନ୍ କାମ ସାରିଥିବା ବେଳେ, ଟ୍ରେନ ଇଞ୍ଜିନ ଟ୍ରାଏଲ ରେ ଆସି ସାରିଛି ଖୋର୍ଦ୍ଧା – ବଲାଙ୍ଗୀର ରେଳ ପ୍ରକଳ୍ପ ସମୁଦାୟ ୩୦୬ କିମି ରୁ ୨୪୫ କିମି ଟ୍ରେନ ପ୍ରକଳ୍ପ ସରି ସରିଛି । ଦଶପଲ୍ଲା ରୁ ବାଣୀଗୋଚ୍ଛା ମଧ୍ୟରେ ଜମି ଅଧିଗ୍ରହଣ କାମ ବୁଗୁଡ଼ା କଲୋନୀ ରେ ବାକି ରହିଛି । ବକେୟା ପ୍ରାପ୍ୟ ନ ପାଇବାରୁ କଲୋନି ବାସି କାମ ବନ୍ଦ ରଖିଥିବା ବେଳେ, ଟ୍ରେନ ପ୍ରକଳ୍ପ କାମକୁ ସେମାନେ ସ୍ବାଗତ କରୁଛନ୍ତି । ଠିକା ସଂସ୍ଥା ସେମାନଙ୍କୁ ଆବଶ୍ୟକ ଅର୍ଥ ପ୍ରଦାନ କରିଲେ, ସେମାନେ ଶୀଘ୍ର ଆନ୍ଦୋଳନ ରୁ ହଟିଯିବେ ବୋଲି ମଧ୍ୟ କହିଛନ୍ତି ।

ଏହି ଟ୍ରେନ ଲାଇନ ପ୍ରକଳ୍ପ କାମ କରୁଥିବା ଠିକା ସଂସ୍ଥା ର ମନ୍ମାନି ଯୋଗୁଁ ଏଭଳି ଅବସ୍ଥା ଉପୁଜୁଥିବା ବୁଦ୍ଧିଜୀବୀ ମାନେ କହିଛନ୍ତି । ତେବେ ଖୁବ୍ ଶୀଘ୍ର ଜମି ଅଧିଗ୍ରହଣ କାମ ସରିବ ବୋଲି ନୟାଗଡ଼ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।

( ନୟାଗଡ଼ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ)
ଏକ ଖୁସି ଖବର ଆସି ପହଞ୍ଚିଛି । ବୁଗୁଡ଼ା ରୁ ବାଣୀଗୋଚ୍ଛା ମଧ୍ୟରେ ଥିବା ନୟାଗଡ଼ ଜିଲ୍ଲାର ସବୁ ଠାରୁ ବଡ଼ ଟନେଲ d3 କାମ ଇତି ମଧ୍ୟରେ ସରି ଯାଇଛି । ଅତ୍ୟାଧୁନିକ ଜ୍ଞାନ କୌଶଳ ନିର୍ମିତ ଏହି ଟର୍ନେଲ ର ଲମ୍ବ ୨୬୨୦ ମିଟର ରହିଛି । ଏହା ନୟାଗଡ଼ ଜିଲ୍ଲାର ସବୁଠାରୁ ବଡ଼ ଲମ୍ବା ଟର୍ନେଲ ବୋଲି ବିଶେସଜ୍ଞ ମାନେ କହିଛନ୍ତି ।

ପୂର୍ବତଟ ରେଳ ବିଭାଗ ତରଫରୁ ନିର୍ମାଣ ହେଇଥିବା ଖୋର୍ଦ୍ଧା – ବଲାଙ୍ଗୀର ରେଳ ପ୍ରକଳ୍ପ ପୂର୍ବ ଓଡ଼ିଶା ସହ ପଶ୍ଚିମ ଓଡ଼ିଶା ମଧ୍ୟରେ ଏକ ସେତୁ ଭଳି କାମ କରିବ । ଗମନାଗମନ କ୍ଷେତ୍ରରେ ବିକାଶ ହେବା ସହ ବାଣିଜ୍ୟ, ଶିକ୍ଷା, ସ୍ଵାସ୍ଥ୍ୟ ଭଳି ଗୁରୁତ୍ଵପୂର୍ଣ୍ଣ କ୍ଷେତ୍ରରେ ବହୁ ବିକାଶ ହେବ । ଏଥିପାଇଁ ଭାରତ ସରକାରଙ୍କ ତରଫରୁ ସ୍ବତନ୍ତ୍ର ବଜେଟ ମଧ୍ୟ ପାସ ହୋଇଛି । ବ୍ରିଜ ନିର୍ମାଣ, ମାଟି କାମ ଚାଲୁ ରହିଛି ।

ଉନ୍ନତ ଜ୍ଞାନ କୌଶଳ ସହ ଓଡ଼ିଶା ଓ ଓଡ଼ିଶା ବାହାର କୁଶଳୀ ଶ୍ରମିକ ମାନେ ଟ୍ରେନ ପ୍ରକଳ୍ପରେ ନିୟୋଜିତ ଅଛନ୍ତି । ବୌଦ୍ଧ ଜିଲ୍ଲାର ଆଡ଼େନିଗଡ଼ ଠାରୁ ଦଶପଲ୍ଲା ମଧ୍ୟରେ, ଚାରିଛକ , ମାଧପୁର, ବଦଲା, ବାଣୀଗୋଛା, ବୁଗୁଡ଼ା, ଟାକରା ପ୍ରଭୁତି ସ୍ଥାନ ଗୁଡିକରେ ଟର୍ନେଲ କାମ ଅଧାରୁ ଅଧିକ ସରି ଆସିଥିବା ବେଳେ, ମାଟି କାମ ଚାଲୁରହିଛି । ତେବେ ଆସା କରାଯାଉଛି, ୨୦୨୯ ମସିହା ପୂର୍ବରୁ ଖୋର୍ଦ୍ଧା – ବଲାଙ୍ଗୀର ରେଳ ପ୍ରକଳ୍ପ ସରିବ ଓ ପୂର୍ବ ଓଡ଼ିଶା , ପଶ୍ଚିମ ଓଡ଼ିଶା ମଧ୍ୟରେ ଯୋଗାଯୋଗ ସୁଦୃଢ଼ ହୋଇ ପାରିବ ।


