ଦଶପଲ୍ଲା ( ଶ୍ରେୟ ତରଙ୍ଗ) : ଦଶପଲ୍ଲା ଭୂଗୋଳ ପୁସ୍ତକ ଉନ୍ମୋଚନ ହୋଇଯାଇଛି । ଦଶପଲ୍ଲା ରାଜା ସାହେବ୍ ଶ୍ରୀ ଦିଗବିଜୟ ଚନ୍ଦ୍ର ଦେଓ ଭଞ୍ଜ ଏହାର ଉନ୍ମୋଚନ ଦଶପଲ୍ଲା ରାଜ ପ୍ରାସାଦ ମଧ୍ୟରେ କରିଛନ୍ତି ।

୧୯୪୦ ମସିହାରେ, ଦଶପଲ୍ଲା ଗଡଜାତ ର ସହକାରୀ ଦେୱାନ୍ ଶ୍ରୀ ନୀଳମଣି ବିଶୋଇ ପ୍ରଥମେ ଲେଖିଥିଲେ । ଦଶପଲ୍ଲା ରାଜ୍ୟ ର ଅବସ୍ଥିତି, ପାହାଡ ,ପର୍ବତ, ନଦ ନଦୀ, ଜନବସତି, ଆଦିବାସୀ, ସହ ପଡୋଶୀ ରାଜ୍ୟ ର ଅବସ୍ଥିତି, ଏଥିସହ ଓଡ଼ିଶାରେ ଥିବା ଅନ୍ୟ ଗଡଜାତ ସମ୍ପର୍କ ରେ ତଥ୍ୟ କୁ ନେଇ ଦଶପଲ୍ଲା ଭୂଗୋଳ ଲେଖିଥିଲେ ।

ଦୀର୍ଘ ୮୫ ବର୍ଷ ପରେ ଲେଖକ ହାଡିବନ୍ଧୁ ମହାଖୁଡ଼, ଦଶପଲ୍ଲା ଭୂଗୋଳ କୁ ନେଇ ମୂଳ ଓଡ଼ିଆ ଲେଖା ସହିତ ଇଂରାଜୀ ରେ ଅନୁବାଦ କରିଛନ୍ତି । ଅକ୍ଷ ପ୍ରକାସନି ଦ୍ଵାରା ବହି ଛାପା ଯାଇଥିବା ବେଳେ, ଓଡ଼ିଆ ରୁ ଇଂରାଜୀ ରେ ରୂପାନ୍ତରିତ କରି ଲୋକ ଲୋଚନ କୁ ଆଣିଛନ୍ତି । ମୂଳ ଓଡ଼ିଆ ଲେଖା ଯାହାଥିଲା, ତାକୁ ପରିବର୍ତ୍ତନ ନ କରି ପୁଣି ଲୋକ ମାନେ କିଭଳି ଦଶପଲ୍ଲା ର ଭୂଗୋଳ ବିଷୟ ରେ ଜାଣି ପାରିବେ, ପ୍ରୟାସ କରିଛନ୍ତି ଲେଖକ । ପୁସ୍ତକ ରେ ମୂଳ ଓଡ଼ିଆ ସହ ଇଂରାଜୀ ର ଅନୁବାଦ ରହିଛି । ଏହାଦ୍ବାରା ଉଭୟ ଓଡ଼ିଆ ଓ ଇଂରାଜୀ ଭାଷା ରେ ପାଠକ ମାନେ ପାଢି ପାରିବେ । ଦଶପଲ୍ଲା ଭୂଗୋଳ ର ମୂଲ୍ୟ ମାତ୍ର ୪୫ ଟଙ୍କା ରଖାଯାଇଛି

ଲେଖକ ହାଡିବନ୍ଧୁ ମହାଖୁଡ଼ ଙ୍କ ଅନ୍ୟ ଚର୍ଚ୍ଚିତ ପୁସ୍ତକ ଗୁଡ଼ିକ ହେଲା ଗଳ୍ପ ସଙ୍କଳନ ରେ ଏକାନ୍ତ କଥା, ନୀରବ କଥା , ଅବନା କଥା, କଥା ହିଁ କଥା , କେବଳ କଥା , ନିଆରା କଥା , ସାନ ପିଲାଙ୍କ ବଡ କଥା ଶିଶୁ ଗଳ୍ପ ସଂକଳନ ରହିଥିବା ବେଳେ, ଭୌତିକ ଗଳ୍ପ ସଙ୍କଳନ ଭୂତ ସହିତ କିଛି ଦିନ ଭଳି ବହୁ ଚର୍ଚ୍ଚିତ ପୁସ୍ତକ ରଚନା କରିଛନ୍ତି ।

ଏଥିସହ କବିତା ସଙ୍କଳନ ରେ ଅନ୍ଧାର ର ମୋହ, କବିତା ସପ୍ତତି, ପୁସ୍ତକ ରଚନା କରିଛନ୍ତି । ଗୁଇନ୍ଦା ଉପନ୍ୟାସ ରେ ରହିଛି, ହତ୍ୟାକାରୀ ଶବ ଓ ଅଦୃଶ୍ୟ ହତ୍ୟାକାରୀ । ଦଶପଲ୍ଲା ର ଜୀବନ ରେଖା କୁଆଁରିଆ, ଭାରତ ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା, ସମବାୟ : ରକଡେଲ୍ ରୁ ବୌଦ୍ଧ , ସହ ଇଂରାଜୀ ପୁସ୍ତିକା saga of centuris: ramleela of daspala, ପାଠ୍ୟ ପୁସ୍ତକ A tiny english grammar, ଅନୁବାଦ ପୁସ୍ତକ history of daspala, ସଂକଳିତ କାବ୍ୟ ବିକ୍ରମ ଭାଣିତ ଶ୍ରୀରାମ ଲୀଳା , ୧୯ ଖଣ୍ଡ ପୁସ୍ତକ ରଚନା କରି ଓଡ଼ିଶା ର ବର୍ତ୍ତମାନ ଲେଖକ ମାନଙ୍କ ମଧ୍ୟରେ ଚର୍ଚ୍ଚା ରେ ରହିଛନ୍ତି ।

ଦଶପଲ୍ଲା ର ନବମ ରାଜା ତ୍ରିଲୋଚନ ଭଞ୍ଜଙ୍କ ଦ୍ଵାରା ପ୍ରତିଷ୍ଠିତ ଶ୍ରୀ ଶ୍ରୀ ପତିତ ପାବନ ଜଗନ୍ନାଥ ଗୁଣ୍ଡିଚା ଯାତ୍ରା ଅବସରରେ ଆଡ଼ପ ମଣ୍ଡପରେ ଭକ୍ତ ମାନଙ୍କୁ ମତ୍ସ୍ୟ ଅବତାର ବେଶରେ ଦର୍ଶନ ଦେଉଛନ୍ତି । ଏହି ଅବସରରେ ସେହି ରାଜବଂଶ ର ୧୯ତମ ରାଜା ଶ୍ରୀ ଦିଗବିଜୟ ଚନ୍ଦ୍ର ଦେଓ ଭଞ୍ଜଙ୍କ କରକମଳ ରେ ଆଜି ଦଶପଲ୍ଲା ଭୂଗୋଳ ର ଇଂରାଜୀ ସଂସ୍କରଣ ଉନ୍ମୋଚନ ହହୋଇଥିବା ବେଳେ, ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ବିଘ୍ନେଶ୍ୱର ବେହେରା, ସାମ୍ବାଦିକ ପ୍ରଶାନ୍ତ କୁମାର ସାହୁ , ସଂଗଠକ ବ୍ରଜେନ୍ଦ୍ର ପ୍ରସାଦ ଧଳ , ଚିତ୍ରକର ସୁଶାନ୍ତ କୁମାର ମହାପାତ୍ର , ସାଧକ ରକେଶ୍ ମାହାନ୍ତି, ଓ କଳାକାର ଅନିଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

