ନୟାଗଡ଼,(ଶ୍ରେୟ ତରଙ୍ଗ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ମାଇଛେଳି ଗ୍ରାମପଞ୍ଚାୟତ, କାଣିଗିରି ଗ୍ରାମରେ ଶ୍ରୀ ଶ୍ରୀ ତ୍ରିନାଥ ଠାକୁରଙ୍କ ୧୮ ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କାଣିଗିରୀ ଗ୍ରାମରେ କେଉଁ ଆବାହନ କାଳରୁ ଶ୍ରୀ ଶ୍ରୀ ତ୍ରିନାଥ ଠାକୁରଙ୍କ ପୁଜା ହୋଇଆସୁଥିବା ବେଳେ ଆଜକୁ ପ୍ରାୟ ୧୮ ବର୍ଷ ହେବ ଗ୍ରାମରେ ଗଢ଼ିଉଠିଥିବା “ତ୍ରିନାଥ ଜିଉ ଯୁବକ ସଂଘ ” ଗ୍ରାମରେ ଶ୍ରୀ ଶ୍ରୀ ତ୍ରିନାଥ ଠାକୁରଙ୍କ ପୂଜା ଉତ୍ସବ କୁ ପ୍ରତିବର୍ଷ ଜାକ ଜମକ ରେ ପାଳନ କରି ଆସୁଛନ୍ତି।

ଆଜି ପ୍ରଥମ ଦିବସରେ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଠାକୁରଙ୍କ ନିକଟରେ କଳସି ସ୍ଥାପନ ନିମନ୍ତେ ଗ୍ରାମର ଆବାଳବୃଦ୍ଧବନିତା ବିଧି ମୁତାବକ ପୂଜାର୍ଚ୍ଚନା କରି ଗ୍ରାମ ପୋଖରି ରୁ କଳସୀରେ ଜଳ ଧରି ବିରାଟ ପଟୁଆରରେ, ମୃଦଙ୍ଗ ଓ ଢୋଲ, ଖୋଳ ତାଳ ପ୍ରଭୃତି ବାଦ୍ୟ ବଜାଇ ହରିବୋଲ ହୁଳହୁଳି ଦେଇ କାଣିଗିରି ଓ ଟଭାପଲ୍ଲୀ ଗ୍ରାମ ପରିକ୍ରମା କରି ଠାକୁରଙ୍କ ଯଜ୍ଞ ପିଠରେ ପହଞ୍ଚି କଳସ ସ୍ଥାପନା କରିଥିଲେ। ଏହି ବାର୍ଷିକ ଉତ୍ସବ ପାଇଁ ଶ୍ରୀ ଶ୍ରୀ ତ୍ରିନାଥ ଠାକୁରଙ୍କର ମୃଣ୍ମୟ ମୂର୍ତ୍ତି ମାନସିକ ଧାରି କୁଳମଣି ପ୍ରଧାନ ଆଜକୁ ପ୍ରାୟ ୧୦ ବର୍ଷ ହେଲା ସ୍ଥାପନ କରି ଆସୁଥିବାରୁ ଯୁବକ ସଂଘ ତରଫରୁ ସଞ୍ଚାସିନ ଅତିଥି ମାନେ ଉତରିୟ ଦେଇ ସମ୍ମାନ କରିଥିଲେ।
ଗ୍ରାମରେ ଶ୍ରୀ ଶ୍ରୀ ତ୍ରିନାଥ ଠାକୁରଙ୍କ ଏହି ବାର୍ଷିକ ଉତ୍ସବ ଓ ଯଜ୍ଞ ତିନି ଦିନ ଧରି ଚାଲୁ ରହିବ ବୋଲି ଯୁବକ ସଙ୍ଘର ସଭାପତି ଜଗଦିଶ ମହାନ୍ତି କହିଥିବା ବେଳ ଉତ୍ସବର ଦିତୀୟ ଦିବସରେ ପୌରାଣିକ ନାଟକ ମଲ୍ଲିକା ଅର୍ଜୁନ ଅନୁଷ୍ଠିତ ହେବା ସହିତ, ଏକ ସନ୍ଧ୍ୟା କାଳିନ ସଭାର ଆୟୋଜନ କରାଯାଇ ଥିଲା ଏହି ସଭାରେ ମାଇଛେଳି ଗ୍ରାମପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ଦାଶରଥି ପ୍ରଧାନ, ନୂଆଗାଁ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ସଂଙ୍କର୍ଷଣ ବେହେରା ,୧୭ନଂ ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ଦିଲ୍ଲୀପ ଦଳବେହେରା ଙ୍କ ସହିତ ଯୁବକ ସଂଘ ର ସଦସ୍ୟ ମାନେ ଉପସ୍ଥିତ ଥିଲେ. ୨୪ ପ୍ରହର ନାମ ଜଜ୍ଞ ମଧ୍ୟ୍ୟ ଅନୁଷ୍ଠିତ ହୋଇଥିଲା ଚଳିତ ବର୍ଷ ଏହି ଉତ୍ସବକୁ ଯୁବକ ସଂଘ ର ସଦସ୍ୟ ଶତୂଘ୍ନ ପାଣି ,ପ୍ରଫୁଲ୍ଲ ମହାନ୍ତି , ଆଲୋକ କୁମାର ସାହୁ , ମନମୋହନ ବରାଡ , ପୂର୍ଣ୍ଣଚନ୍ଦ୍ର ମହାନ୍ତି ,ରାକେଶ ମହାନ୍ତି ପ୍ରମୁଖ ଙ୍କ।ସହ କାଣିଗିରି ଗ୍ରାମବାସି ଙ୍କ ସମସ୍ତ ସହାୟତା ଓ ସହଯୋଗରେ ଅନୁଷ୍ଠିତ ହେଉଛି।

