ଶ୍ରେୟ ତରଙ୍ଗ ( ବ୍ୟୁରୋ ) : ନୂଆପଡ଼ା ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆ ଙ୍କ ମୃତୁ ପରେ, ଉପ ନିର୍ବାଚନ ହୋଇଥିଲା । ଆଜି ଉପ ନିର୍ବାଚନ ର ଫଳାଫଳ ବାହାରିଥିବା ବେଳେ, ପୂର୍ବତନ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆ ଙ୍କ ପୁତ୍ର ଜୟ ଢୋଲକିଆ ବିଜେପି ଦଳ ତରଫରୁ ପାର୍ଥି ହୋଇ ନିର୍ବାଚନ ରଣାଙ୍ଗନ୍ କୁ ଓହ୍ଲେଇ ଥିଲେ । ବୃହତ୍ ବ୍ୟବଧାନ ରେ ତାଙ୍କର ବିଜୟ ହୋଇଛି । ହାଇ ଭୋଲ୍ଟେଜ୍ ନୂଆପଡ଼ା ଉପ ନିର୍ବାଚନ ରେ , ରାଜ୍ୟର ତିନି ପ୍ରମୁଖ କଂଗ୍ରେସ ବିଜେଡି ଓ ବିଜେପି ଦଳର ଚର୍ଚ୍ଚିତ ଚେହେରା ନେତା ମାନେ ନିର୍ବାଚନ ପ୍ରଚାର ମଇଦାନ କୁ ଓହ୍ଲେଇଥିଲେ । ତେବେ ସବୁ କଳ୍ପନା ର ଅନ୍ତ ଘଟାଇ ବିଜେପି ବୃହତ୍ ଭୋଟ ବ୍ୟବଧାନ ରେ ବିଜୟ ଲାଭ କରିଥିବା ବେଳେ, କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଛି । ବିଜେପି ପାର୍ଥ ଜୟ ଢୋଲକିଆ ୧,୨୩,୮୬୯ ଖଣ୍ଡ ଭୋଟ ପାଇ ବିଜୟ ହୋଇଛନ୍ତି । ଏହି ବିଜୟ ନୂଆ ପଡ଼ା ବାସୀଙ୍କର ଓ ବାପାଙ୍କର ହୋଇଛି ବୋଲି ଜୟ କହିଛନ୍ତି । ବିରୋଧୀ ବିଜେଡି ଦଳ ତାଙ୍କୁ ରାଜୁ ଢୋଲକିଆ ଙ୍କ ପୋଷା ପୁଅ କହିଥିବା ବେଳେ , ବେଇମାନ ବୋଲି କହିଥିଲେ । ଯାହାର ଉଚିତ୍ ଜବାବ୍ ନୂଆପଡ଼ା ବାସି ଦେଇଛନ୍ତି ବୋଲି କହିଛନ୍ତି । ତେବେ ଆଶ୍ଚର୍ଯ୍ୟ ହେଲାଭଳି କଂଗ୍ରେସ ଦୂତୀୟ ସ୍ଥାନ ରେ ରହିଛି । କଂଗ୍ରେସ ପାର୍ଟି , ନୂଆପଡ଼ା ର ଚର୍ଚ୍ଚିତ କଂଗ୍ରେସ ନେତା ଘାସିରାମ ମାଝିଙ୍କୁ ଦଳିୟ ଟିକେଟ ରେ ଛିଡ଼ା କରେଇଥିଲା । ଘାସିରାମ ମାଝିଙ୍କୁ ୪୦,୧୨୧ ଖଣ୍ଡ ଭୋଟ ମିଳିଥିବା ବେଳେ , ସେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି । ଏହି ଉପ ନିର୍ବାଚନ ଯଦିଓ ଘାସିରାମ ଜିତିବେ ବୋଲି ଆଶା ବାନ୍ଧିଥିଲେ, ତାଙ୍କୁ ନୂଆପଡ଼ା ବାସି ନିରାଶ କରିଥିଲେ । କିନ୍ତୁ ୨୦୨୪ ନିର୍ବାଚନ ରେ ପୂର୍ବତନ କଂଗ୍ରେସ ରାଜ୍ୟ ସଭାପତି ଶରତ ପଟ୍ଟନାୟକ ନୂଆପଡ଼ା ରେ ଛିଡ଼ା ହୋଇଥିବା ବେଳେ, ତାଙ୍କଠାରୁ ଅଧିକ ଭୋଟ ପାଇଥିଲେ ଘାସିରାମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଓଡ଼ିଶାରେ କଂଗ୍ରେସ ଧୀରେ ଧୀରେ ଲୋକପ୍ରିୟତା ପାଉଛି ବୋଲି ରାଜନୀତି ସମୀକ୍ଷକ ମାନେ ମତ ରଖିଛନ୍ତି । କିନ୍ତୁ ବିରୋଧୀ ଦଳ ତଥା ୨୪ ବର୍ଷର ଶାସକ ବିଜେଡି ଦଳ ମହିଳା କାର୍ଡ ଖେଳିଥିଲା । ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଦଳ ଛିଡ଼ା କରେଇ ନିର୍ବାଚନ ଜିତିବା ଲକ୍ଷ୍ୟ ରଖିଥିଲେ ମଧ୍ୟ , ନୂଆପଡ଼ା ବାସି ତାଙ୍କୁ ଗ୍ରହଣ କରି ନଥିଲେ । ମାତ୍ର ୩୮, ୪୦୮ ଖଣ୍ଡ ଭୋଟ ପାଇ ବିଜେଡି ତୃତୀୟ ସ୍ଥାନ ରେ ରହିଥିଲା । ଉପ ନିର୍ବାଚନ ରେ ମହିଳା ଭୋଟ ନିର୍ଣ୍ଣାୟକ ଭୂମିକା ନେବ ବୋଲି ରାଜନୀତି ପଣ୍ଡିତ ମାନେ ମତ ପ୍ରକାଶ କରିଥିଲେ । କିନ୍ତୁ, ରାଜନୀତି ରେ ମାହିର ବିଜେଡି ମହିଳା କାର୍ଡ ଖେଳିଥିଲେ ମଧ୍ୟ, ନିରାଶ ହେବାକୁ ପଡ଼ିଛି । ଓଡ଼ିଶା ରାଜନୀତି ର ଲୋକପ୍ରିୟ ନେତା, ବିଜେଡି ସୁପ୍ରିମୋ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜେ ଦୁଇଥର ନିର୍ବାଚନ ପ୍ରଚାର କୁ ଯାଇଥିଲେ ମଧ୍ୟ, କିଛି ପ୍ରଭାବ ପଡ଼ି ନଥିଲା । ଦଳର ପୁରୁଖା ନେତା ତଥା, ବବି ଦାସ, ସଞ୍ଜୟ ଦାସ ବର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ଙ୍କ ଭଳି ଚାଣକ୍ୟ ମାନେ ନିର୍ବାଚନ ର ମଙ୍ଗ ଧରିଥିଲେ ମଧ୍ୟ, ନୂଆପଡ଼ା ବାସି ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ । ଆଗ ମାଟି, ପଛେ ପାର୍ଟି ଏହାକୁ ନୂଆପଡ଼ା ବାସି ବୁଝି ସାରିଥିଲେ ।କାରଣ ନୂଆପଡ଼ା ଜିଲ୍ଲା ସ୍ନେହଙ୍ଗିନ ଛୁରିଆ ଙ୍କ ଘର ନୁହେଁ, ତେଣୁ ତାଙ୍କୁ ଲୋକମାନେ ଗ୍ରହଣ କରିଲେ ନାହିଁ । ନିର୍ବାଚନ ପ୍ରଚାର ରେ ସମସ୍ତ ଦଳ ଆରୋପ ପ୍ରତି ଆରୋପ ରେ ବ୍ୟସ୍ତ ଥିବା ବେଳେ, ନୂଆପଡ଼ା ର ବିକାଶ କଥା କୁ କେହି ଗୁରୁତ୍ଵ ଦେଇ ନଥିଲେ । ସେହିଭଳି ସୋସିଆଲ ମିଡ଼ିଆ ରେ , ବିଭିନ୍ନ ଆକ୍ଷେପ, ଆପତ୍ତିଜନକ କଥା ଉପରେ ଅଧିକ ଗୁରୁତ୍ବ ଦେଇଥିବା ଘଟଣା ନଜର କୁ ଆସିଥିଲା । ଏବେ ନୂଆପଡ଼ା ନୂତନ ବିଧାୟକ ପାଇଥିବା ବେଳେ, ଜିଲ୍ଲାର ସ୍ବାର୍ଥ ପାଇଁ ରାଜୁ ଢୋଲକିଆ କି ପଦକ୍ଷେପ ନେଉଛନ୍ତି ଓ ବିଜେପି ଦଳ ଦେଇଥିବା ନିର୍ବାଚନ ଇସ୍ତାହାର କୁ କେତେଦୂର ପାଳନ କରୁଛି, ସମସ୍ତଙ୍କ ନଜର ଏବେ ।

