Close Menu
  • ସ୍ୱାସ୍ଥ୍ୟ
  • ଅପରାଧ
  • ଆଜିର ଖବର
  • ଆଧ୍ୟାତ୍ମିକ
  • ଦେଶ ବିଦେଶ
  • ମନୋରଞ୍ଜନ
Facebook X (Twitter) Instagram
SreyatarangaSreyataranga
  • ସ୍ୱାସ୍ଥ୍ୟ
  • ଅପରାଧ
  • ଆଜିର ଖବର
  • ଆଧ୍ୟାତ୍ମିକ
  • ଦେଶ ବିଦେଶ
  • ମନୋରଞ୍ଜନ
Facebook X (Twitter) Instagram
Trending
  • ୯ ଜଣ ଆଇଏସ ଅଧିକାରୀ ସିଭିଲ ସର୍ଭିସେସ୍ କୋଚିଙ୍ଗ ସେଣ୍ଟର ବୁଲି ଦେଖିଲେ
  • ପ୍ରଥମ ଦାଶରଥି ସ୍ମାରକୀ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ
  • ନୂଆପଡ଼ା ରେ ବିଜେପି ର ବାଜିମାତ, ତୃତୀୟ ସ୍ଥାନ କୁ ଖସିଲା ବିଜେଡି
  • ବିଜେପି ନେତା ଭଗବାନ ମହାନ୍ତି ଙ୍କୁ ଫୁଲବାଣୀ ରେ ବିପୁଳ ସମ୍ବର୍ଦ୍ଧନା ।
  • କଳିଙ୍ଗା ଘାଟି ରେ ଶ୍ରୀରାମ ଘରୋଇ ଯାତ୍ରୀବାହି ବସ୍ ଓଲଟି ଜଣେ ମୃତ, ସାତ ରୁ ଅଧିକ ଆହତ
  • କାଞ୍ଚି ଅଭିଯାନ ବେଶରେ ମହାପ୍ରଭୁ ଶ୍ରୀ ନୀଳମାଧବ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।
  • ଇଟିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ୟୁନାଇଟେଡ଼ ଇଣ୍ଡିଆ ଇନ୍ସୁରାନ୍ସ କମ୍ପାନୀ ତରଫରୁ ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ
  • ମହିଳା କ୍ରିକେଟ ବିଶ୍ୱକପ ଜିତିଲା ଭାରତ.
SreyatarangaSreyataranga
  • ସ୍ୱାସ୍ଥ୍ୟ
  • ଅପରାଧ
  • ଆଜିର ଖବର
  • ଆଧ୍ୟାତ୍ମିକ
  • ଦେଶ ବିଦେଶ
  • ମନୋରଞ୍ଜନ

ନୟାଗଡ଼, ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ବିଂଶତମ ବାର୍ଷିକ ଉତ୍ସବ ରେ ରକ୍ତଦାନ ଶିବିର ଓ ସାଂସ୍କୃତିକ କାର୍ଯ୍ୟକ୍ରମ।।

By sreyatarangaJanuary 12, 2025 ଆଜିର ଖବର
Ad 1

ନୟାଗଡ଼ (ଶ୍ରେୟ ତରଙ୍ଗ) ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ବିଦ୍ଯାଳୟର ବିଂଶତମ ବାର୍ଷିକ ଉତ୍ସବ ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ ମହାସମାରୋହରେ ପାଳିତ ହୋଇ ଯାଇଛି। ସକାଳ ୧୦ଟା ସମୟରେ ଆୟୋଜିତ ରକ୍ତଦାନ ଶିବିରକୁ ବ୍ଳକ ଚେୟାରମ୍ୟାନ କିଶୋର ଚନ୍ଦ୍ର ସାହୁ ଓ ପ୍ରାକ୍ତନ ଉପବନ ସଂରକ୍ଷକ ସୁରେଶ ଚନ୍ଦ୍ର ହୋତା ଉଦଘାଟନ କରିଥିଲେ।ରକ୍ତଦାନ ଶିବିରରେ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଅପରାହ୍ନ ୦୧ଟା ସମୟରେ ବିଦ୍ଯାଳୟର ଉପଦେଷ୍ଟା ହରିହର ପାତ୍ରଙ୍କ ଅଧ୍ଯକ୍ଷତାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ମୂଲ୍ଯବୋଧ ଭିତ୍ତିକ ଶିକ୍ଷା ଉପରେ ବକ୍ତବ୍ଯ ଦେଇ ଅଭିଭାବକ ମାନେ ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ଯତ୍ନବାନ୍ ହେବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୌରପରିଷଦ ଅଧ୍ଯକ୍ଷା ନିରୁପମା ଖଟେଇ, ବ୍ଳକ ଚେୟାରମ୍ୟାନ କିଶୋର ଚନ୍ଦ୍ର ସାହୁ ଓ ପ୍ରାକ୍ତନ ଉପବନ ସଂରକ୍ଷକ ସୁରେଶ ଚନ୍ଦ୍ର ହୋତା ମଞ୍ଚାସୀନ ହୋଇ ଉତ୍ତମ ନାଗରିକ ଗଠନରେ ପିତାମାତାଙ୍କ ଭୂମିକା ବିଷୟରେ ଆଲୋଚନା କରିଥିଲେ। ବିଦ୍ଯାଳୟ ତରଫରୁ ଆୟୋଜିତ କ୍ରୀଡା, ଶ୍ରୀନିବାସ ରାମାନୁଜନ୍ ଗଣିତ ପ୍ରତିଭା ପରୀକ୍ଷା ଓ କୌତୁକ ପୋଷାକ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହିତ ପଣ୍ଡିତ ଭଗବାନ ଆଚାର୍ଯ୍ୟ ଙ୍କୁ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରାଯାଇ ଥିଲା । ବିଦ୍ଯାଳୟର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲା ବେଳେ ଷଷ୍ଠ ଶ୍ରେଣୀର ଛାତ୍ରୀ ବିଶ୍ବବିଜିତା ମହାନ୍ତି ମଞ୍ଚ ସଂଯୋଜନା କରିଥିଲେ। ରକ୍ତ ଦାନ ଶିବିରକୁ ନୟାଗଡ଼ ବ୍ଳଡ୍ ବ୍ଯାଙ୍କର କର୍ମଚାରୀମାନେ ସଂଚାଳନ କରିଥିଲେ। ବିଦ୍ଯାଳୟର ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ ଧନ୍ଯବାଦ ଅର୍ପଣ କରିଥିଲେ।।

Ad 2

Related Posts

୯ ଜଣ ଆଇଏସ ଅଧିକାରୀ ସିଭିଲ ସର୍ଭିସେସ୍ କୋଚିଙ୍ଗ ସେଣ୍ଟର ବୁଲି ଦେଖିଲେ

November 14, 2025

ପ୍ରଥମ ଦାଶରଥି ସ୍ମାରକୀ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

November 14, 2025

ନୂଆପଡ଼ା ରେ ବିଜେପି ର ବାଜିମାତ, ତୃତୀୟ ସ୍ଥାନ କୁ ଖସିଲା ବିଜେଡି

November 14, 2025

ବିଜେପି ନେତା ଭଗବାନ ମହାନ୍ତି ଙ୍କୁ ଫୁଲବାଣୀ ରେ ବିପୁଳ ସମ୍ବର୍ଦ୍ଧନା ।

November 13, 2025

କଳିଙ୍ଗା ଘାଟି ରେ ଶ୍ରୀରାମ ଘରୋଇ ଯାତ୍ରୀବାହି ବସ୍ ଓଲଟି ଜଣେ ମୃତ, ସାତ ରୁ ଅଧିକ ଆହତ

November 7, 2025

କାଞ୍ଚି ଅଭିଯାନ ବେଶରେ ମହାପ୍ରଭୁ ଶ୍ରୀ ନୀଳମାଧବ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

November 4, 2025

୯ ଜଣ ଆଇଏସ ଅଧିକାରୀ ସିଭିଲ ସର୍ଭିସେସ୍ କୋଚିଙ୍ଗ ସେଣ୍ଟର ବୁଲି ଦେଖିଲେ

November 14, 2025

ପ୍ରଥମ ଦାଶରଥି ସ୍ମାରକୀ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

November 14, 2025

ନୂଆପଡ଼ା ରେ ବିଜେପି ର ବାଜିମାତ, ତୃତୀୟ ସ୍ଥାନ କୁ ଖସିଲା ବିଜେଡି

November 14, 2025

ବିଜେପି ନେତା ଭଗବାନ ମହାନ୍ତି ଙ୍କୁ ଫୁଲବାଣୀ ରେ ବିପୁଳ ସମ୍ବର୍ଦ୍ଧନା ।

November 13, 2025
Facebook X (Twitter) Instagram Pinterest
  • About Us
  • Contact Us
  • Privacy Policy
© 2025 Sreyataranga.com

Design by: KC DIGITAL

Type above and press Enter to search. Press Esc to cancel.