ଓଡ଼ିଶା ( ଶ୍ରେୟ ତରଙ୍ଗ): ଫେଲୋନାମା: ସ୍ଵ ସେ ସମାଜ’ ପୁସ୍ତକଟି ଯୁବ ସାମାଜିକ କର୍ମୀ ଏବଂ ଲେଖକ ଆୟୁଷ୍ ହର୍ଷଙ୍କ ଦ୍ୱାରା ଲେଖାଯାଇଛି । ଆୟୁଷ୍ ମୂଳତଃ ବିହାରର ଏକ ଗ୍ରାମୀଣ ଅଞ୍ଚଳର ଏବଂ ସେ ଓଡ଼ିଶାର ଗଜପତି ଆକାଂକ୍ଷୀ ଜିଲ୍ଲାରେ ଗାନ୍ଧୀ ଫେଲୋଶିପ କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଯ୍ୟରତ ଥିଲେ। ଏହି ଆଦିବାସୀ ବହୁଳ ଅଞ୍ଚଳରେ ସେ ବାଲ୍ୟ ବିବାହ ରୋକିବା, ଶିକ୍ଷା, ସ୍ୱାସ୍ଥ୍ୟ ଓ ପୋଷଣ କ୍ଷେତ୍ରରେ ଉନ୍ନତି ଏବଂ ସମୁଦାୟ ଓ ପଞ୍ଚାୟତ ଜନପ୍ରତିନିଧି ମାନଙ୍କ ସହଯୋଗ ବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ ଗ୍ରହଣ କରିଥିଲେ।

‘ଫେଲୋନାମା’ କେବଳ ଜଣେ ବ୍ୟକ୍ତିଗତ ଅନୁଭୂତିର କଥା ନୁହେଁ, ଏହା ଗ୍ରାମ, ସମାଜ ଓ ପ୍ରଶାସନ ମଧ୍ୟରେ ସମନ୍ୱୟକରି ଶେଷ ସ୍ତରରେ ଥିବା ଲୋକଟି ପାଖରେ ସେବା ଓ ସୁବିଧା ପହଞ୍ଚାଇବାର ଜୀବନ୍ତ ଦଲିଲ୍ ଅଟେ। ଏହି ପୁସ୍ତକରେ ଆୟୁଷ୍ ତାଙ୍କ ଫେଲୋଶିପ ଅନୁଭବ, ସଂଘର୍ଷ, ଶିକ୍ଷା ଏବଂ ଭାବନାତ୍ମକ ସମ୍ପୃକ୍ତିକୁ ସହଜ ଭାଷାରେ ଉପସ୍ଥାପନା କରିଛନ୍ତି।

ଏହି ପୁସ୍ତକ ଯେଉଁ ଯୁବକଯୁବତୀ ସେବା ଭାବ ମାଧ୍ୟମରେ ସମାଜରେ କିମ୍ବା ନିଜ ଅଞ୍ଚଳରେ ପରିବର୍ତ୍ତନ ଆଣିବାକୁ ଚାହାଁନ୍ତି ସେମାନଙ୍କ ପାଇଁ ଏକ ପ୍ରେରଣାଦାୟକ ସଦୃଶ । ଏହା ଦର୍ଶାଏ ଯେ ସମର୍ପଣ, ସମ୍ବେଦନା ଓ ସେବା ଭାବନା ସହିତ କିପରି ଜଣେ ଯୁବକଯୁବତୀ କୌଣସି ଅଞ୍ଚଳରେ ଗଭୀର ସାମାଜିକ ପ୍ରଭାବ ସୃଷ୍ଟି କରିପାରେ। ‘ଫେଲୋନାମା’ ଏକ ପରିବର୍ତ୍ତନ ଯାତ୍ରାର ସତ୍ୟ ଓ ବିଶ୍ଵସନିୟତାର ପ୍ରତିବିମ୍ବ ଅଟେ।
( ଫେଲୋନାମା: ଜଣେ ଗାନ୍ଧୀ ଫେଲୋଙ୍କ ଦ୍ୱାରା ଲିଖିତ ପୁସ୍ତକକୁ ନେଇ ଆଜିର ଯୁବ ଲେଖକ ସ୍ୱତନ୍ତ୍ର ଚର୍ଚ୍ଚା ମାଧ୍ୟମରେ ସାମାଜିକ କର୍ମୀ ବିଭୂତି ଦଳାଇ ପୁସ୍ତକଟିର ସମୀକ୍ଷାରେ ନିଜ ଅନୁଭୂତି ବାଣ୍ଟିଛନ୍ତି ) ।

