(ଶ୍ରେୟ ତରଙ୍ଗ): ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଛି । ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନୟାଗଡ଼ ଜିଲ୍ଲାର ଛାତ୍ର ଛାତ୍ରୀ ମାନେ ଭଲ ନମ୍ବର ରଖି ଓଡ଼ିଶାରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ନୟାଗଡ଼ କଲେଜ୍ ଛାତ୍ରୀ ଭୂମିକା ପ୍ରିୟଦର୍ଶିନୀ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ରେ, 600 ରୁ 571 ନମ୍ବର ରଖି କଲେଜ୍ ଟପର୍ ହୋଇଛନ୍ତି । ସେ ନୟାଗଡ଼ ଅକ୍ସଫୋର୍ଡ୍ କୋଚିଂ ସେଣ୍ଟର୍ ରେ ରହି ପାଠ ପଢୁଥିଲେ । ପିଲାବେଳୁ ପାଠ ପଢା ସହିତ ଶ୍ଳୋକ ଆବୃତ୍ତି, ପ୍ରବନ୍ଧ ଲିଖନ, ବକୃତା ପ୍ରତିଯୋଗୀତାରେ ଭାଗ ନେଇ ଜିଲ୍ଲା ଓ ରାଜ୍ୟ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଭବିଷ୍ୟତ ରେ ପ୍ରଶାସନିକ ସେବାରେ ଯୋଗ ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ , ବଳଭଦ୍ର ପ୍ରସାଦ ପଞ୍ଚାୟତ ନୂଆପଡ଼ା ଗ୍ରାମରେ ଜନ୍ମ ଲାଭ କରିଥିବା ଭୂମିକା, ସାମ୍ବାଦିକ ଉତ୍ପଳ କୁମାର ସାହୁଙ୍କ ବଡ ଭାଇଙ୍କ ଝିଅ ଅଟନ୍ତି । ଭୂମିକା ର ସଫଳତା ପାଇଁ ବିଭିନ୍ନ ମହଲ ରୁ ଶୁଭେଛା ର ସୁଅ ଛୁଟି ଥିବା ବେଳେ, ସ୍ଥାନୀୟ ସରପଞ୍ଚ ତଥା ଯିବ ସମାଜସେବୀ ବୁଲୁ ଭାଇ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଁ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ମହାବିଦ୍ୟାଳୟ ର ଅଧ୍ୟକ୍ଷ , ଅକ୍ସଫୋର୍ଡ଼ ର ସମସ୍ତ କର୍ମକର୍ତ୍ତା, ବନ୍ଧୁ ବାନ୍ଧବ, ସାଙ୍ଗ ସାଥି, ତଥା ଶିକ୍ଷକ ବୃନ୍ଦ ସମସ୍ତେ ଧନ୍ୟବାଦ୍ ଦେଇଛନ୍ତି ।

