ଗଣିଆ ( ଶ୍ରେୟ ତରଙ୍ଗ) : ବାପାଙ୍କ ମୃତୁ ଖବର ଶୁଣି ଘରକୁ ଆସୁଥିବା ବେଳେ, ଦୁର୍ଘଟଣା ରେ ଚାଲିଗଲା ପୁଅ ବୋହୁଙ୍କ ଜୀବନ । ସୂଚନା ଅନୁସାରେ, ଗଣିଆ ଥାନା ତେଲି ସାହିର ଅବସର ପ୍ରାପ୍ତ ଶିକ୍ଷକ ବଲ୍ଲଭ ସାହୁଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ନୂଆପଡା ଜିଲ୍ଲା କୁରୁମ ଭୋଇ ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟରତ ବଲ୍ଲଭଙ୍କ ବଡ଼ପୁଅ ରାଜ କିଶୋର ସାହୁ ଓ ବୋହୁ ମିନାକ୍ଷୀ ସାହୁ ବାପାଙ୍କ ଶେଷଦର୍ଶନ କରିବା ସହିତ ବାପାଙ୍କ ମୁଁହରେ ମୁଖାଗ୍ନି ଦେବା ପାଇଁ ଗଣିଆ ଆସୁଥିବା ବେଳେ, ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ରାମ୍ଭିକଟା ନିକଟରେ ଛିଡ଼ାହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା କାର । ଘଟଣା ସ୍ଥଳରେ ଉଭୟ ସ୍ବାମୀ ଓ ସ୍ତ୍ରୀ ଙ୍କ ମୃତୁ ହୋଇଥିଲା ।

ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଂଚି ରାଜ କିଶୋର ଓ ମିନାକ୍ଷୀ ଙ୍କୁ ଉଦ୍ଧାର କରିବା ସହ ବୌଦ୍ଧ ମେଡିକାଲ କୁ ଆଣିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ବଲ୍ଲଭ ସାହୁଙ୍କ ଦୁଇ ଜଣ ପୁଅ ଥିବାବେଳେ, ବଡ଼ପୁଅ ରାଜ କିଶୋର ଓ ସାନପୁଅ ଦୁର୍ଯ୍ୟୋଧନ ସାହୁ । ସାନ ପୁଅ ଅହମ୍ମଦବାଦରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି।

ରାଜକିଶୋର ଓ ମିନାକ୍ଷୀଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବାବେଳେ ସେ ୨ଜଣ ମଧ୍ୟ ରାଜ୍ୟ ବାହାରେ ଘରୋଇ ଅନୁଷ୍ଠାରେ ଚାକିରୀ କରୁଥିବା ଜଣାପଡ଼ିଛି। ଗୋଟିଏ ପରିବାର ରୁ ତିନି ଗୋଟି ଶବ ଘଟଣା, ଗଣିଆ ଅଞ୍ଚଳ ରେ ଦୁଃଖଦ ପରିବେଶ ସୃଷ୍ଟି କରିଛି ।

