ନୟାଗଡ (ଶ୍ରେୟ ତରଙ୍ଗ): ନୟାଗଡ଼ ଜିଲା ରଣପୁର ବ୍ଳକରେ କୋଠା ମେଣ୍ଟନାସ୍ ଓ ରିପେୟାର ନାଁରେ ୧ଲକ୍ଷ ୬୨ ହଜାର ୬୩୭ଟଙ୍କା ଫଲସ୍ ବିଲ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ବେହେରା। ରଣପୁର ବ୍ଳକ ଅଧ୍ୟକ୍ଷା ଶୁକ୍ରବାର ପୂର୍ବତନ ବିଡିଓ ଜ୍ୟୋତି ପ୍ରକାଶ ସେଠି , କନିଷ୍ଠ ଯନ୍ତ୍ରୀ ଚିତ୍ତ ରଞ୍ଜନ ମିଶ୍ର, କ୍ୟାସିଅର ଅର୍ଜୁନ ପ୍ରଧାନ, ଟିସି ସିଦ୍ଧାର୍ଥ ରଥ, ଏଇଇ ଜ୍ଞାନେନ୍ଦ୍ର ପାଢ଼ୀ, ମୁଖ୍ୟ କିରାଣୀ ଶ୍ରୀ ସତ୍ୟ ନାରାୟଣ ନରେନ୍ଦ୍ର ସିଂଙ୍କ ନାଁରେ ରଣପୁର ପୁର ଥାନାରେ ଏତଲା ଦେଇଛନ୍ତି । ଅଧ୍ୟକ୍ଷାଙ୍କ ଅଭିଯୋଗ ଅନୁସାରେ ଗୁରୁବାର ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ କରୁ କରୁଥିଲେ । ଅନୁଧ୍ୟାନ ସମୟରେ ୫୨୮/୨୦୨୧ ୨୨ ଫାଇଲରେ କୋଠା ମେଣ୍ଟନାସ୍ରିପେୟାର ନାଁରେ ୧ଲକ୍ଷ ୬୨ ହଜାର ୬୩୭ଟଙ୍କା ବିଲ୍ ହୋଇଥିବା ଜଣାପଡିଥିଲା । ତେବେ ସଂପୃକ୍ତ କାର୍ଯ୍ୟ କରାଯାଇ ନ ଥିଲା । ଜନିଷ୍ଠ ଯନ୍ତ୍ରୀ ଚିତ୍ତ ରଞ୍ଜନ ମିଶ୍ରଙ୍କ ନାଁରେ କାର୍ଯ୍ୟାଦେଶ ଦିଆଯାଇଛି । ଉନ୍ନୟନ କାର୍ଯ୍ୟ ପାଇଁ ଯେଉଁ ବିଲ୍ ଦାଖଲ ହୋଇଛି ଜିଏସ୍ଟି ନମ୍ବର ମିଶୁନି । ପୁଣି କୋଟେଶନ ବି ନକଲି ବୋଲି ଜଣାପଡିଛି । ସରକାରୀ ଅର୍ଥ ହଡପ ପାଇଁ ଯୋଜନା କରି ମିଳିମିଶି ଉଦ୍ୟମ କରାଯାଇଛି । ଏହାର ତଦନ୍ତ କରି ପଦକ୍ଷେପ ନେବାକୁ ଦାବି ହୋଇଛି । ଏନେଇ ବ୍ଳକ ଅଧ୍ୟକ୍ଷା କୁହନ୍ତି, ରଣପୁର ବ୍ଳକରେ ଫଲସ୍ ବିଲ ବଡ କଥା ନୁହେଁ । ପୂର୍ବରୁ ୨୧ ଲକ୍ଷ ଟଙ୍କାରୁ ଊର୍ଦୁ ଟଙ୍କା ଫଲସ୍ ବିଲ ହୋଇଛି । ଏନେଇ ମୁଁ ବିଗତ ଦିନରେ ଅଭିଯୋଗ କରିଥିଲେ ମଧ୍ୟ ତଦନ୍ତ ଫାଇଲ ଶୀତଳଭଣ୍ଡାରରେ ପଡି ରହିଛି । ତେବେ ବ୍ଲକ୍ ଅଧ୍ୟକ୍ଷା ଙ୍କ ଅଭିଯୋଗ କୁ ଭିତ୍ତି କରି, ଜିଲ୍ଲାପାଳ କି ପଦକ୍ଷେପ ଗ୍ରହଣ କରୁଛନ୍ତି, ରାଜ୍ୟ ସରକାର ଙ୍କ ତରଫରୁ ସ୍ବତନ୍ତ୍ର ଅଡିଟ ହେବକି ରଣପୁର ବ୍ଲକ୍ ରେ,, ସମୟକୁ ଅପେକ୍ଷା ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି ।

