ଏଟିଏମ୍କୁ ଖାଇଗଲାଣି ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟର୍ଫେସ୍ (ୟୁପିଆଇ) । ସାମାନ୍ୟ ଜିନିଷଟିଏ କିଣିବାକୁ ଗଲେ ଲୋକେ ଫୋନ୍ପେ’, ଗୁଗୁଲ୍ ପେ’, ପେଟିଏମ୍ ଏବଂ ଆମାଜନ୍ ପେ’ ଆଦି ୟୁଜ୍ କରୁଥିବା ଦେଖିବାକୁ ମିଳୁଛି । ଚା’ ପିଇ ୧୦ ଟଙ୍କାର ପେମେଣ୍ଟ ବି ୟୁପିଆଇ ଜରିଆରେ କରୁଛନ୍ତି ଲୋକେ । ଫୋନ୍ରେ ପେମେଣ୍ଟ ହୋଇଯାଉଛି । ଖାସକଥା ହେଉଛି ଯେ ମେଟ୍ରୋ, ସହର ଏବଂ ମହାନଗର ତଥା ଗ୍ରାମାଞ୍ଚଳରେ ଏଟିଏମ୍ ସଂଖ୍ୟାରେ ହ୍ରାସ ଘଟିଛି।ସେପ୍ଟେମ୍ବର ୨୦୨୪ ଶେଷରେ ଦେଶରେ ଏଟିଏମ୍ ସଂଖ୍ୟା ୨,୫୫,୦୭୮ ଥିବାବେଳେ ଏକ ବର୍ଷ ପୂର୍ବେ ଏହା ୨,୫୭,୯୪୦ ଥିଲା। ଫଳରେ ଏହି ସଂଖ୍ୟା ୧% ରୁ ଟିକେ କମ୍ ହ୍ରାସ ପାଇଛି। ସବୁଠାରୁ ବଡ ହ୍ରାସ (୨.୨) ଗ୍ରାମାଞ୍ଚଳରେ ଦେଖାଯାଇଛି ଯେଉଁଠାରେ ସେପ୍ଟେମ୍ବର ଶେଷରେ ଏହି ସଂଖ୍ୟା ୫୪,୧୮୬କୁ ଖସି ଆସିଥିଲା। ତେବେ ମେଟ୍ରୋରେ ଥିବା ଏଟିଏମ୍ ସଂଖ୍ୟା ଏହି ସମୟ ମଧ୍ୟରେ ୧.୬% ହ୍ରାସ ହୋଇ ୬୭,୨୨୪ରେ ପହଞ୍ଚିଥିଲା।ଗତ ୫ ବର୍ଷରେ ୟୁପିଆଇ ଟ୍ରାଞ୍ଜାକ୍ସନ୍ରେ ୨୫ ଗୁଣା ବୃଦ୍ଧି ଘଟିଛି । ଆର୍ଥିକବର୍ଷ ୨୦୧୮-୧୯ରେ ଏହା ୫୩୫ କୋଟି ଥିଲା, ଯାହା ଆର୍ଥିକବର୍ଷ ୨୦୨୩- ୨୪ରେ ୧୩,୧୧୩ କୋଟି ହୋଇଛି । ଆର୍ଥିକବର୍ଷ ୨୦୨୪-୨୫(ସେପ୍ଟେମ୍ବର ପର୍ଯ୍ୟନ୍ତ)ରେ ୧୨୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ୮,୫୬୬ କୋଟିରୁ ଅଧିକ ୟୁପିଆଇ ଟ୍ରାଞ୍ଜାକ୍ସନ ହୋଇଛି ।
Trending
- ୯ ଜଣ ଆଇଏସ ଅଧିକାରୀ ସିଭିଲ ସର୍ଭିସେସ୍ କୋଚିଙ୍ଗ ସେଣ୍ଟର ବୁଲି ଦେଖିଲେ
- ପ୍ରଥମ ଦାଶରଥି ସ୍ମାରକୀ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ
- ନୂଆପଡ଼ା ରେ ବିଜେପି ର ବାଜିମାତ, ତୃତୀୟ ସ୍ଥାନ କୁ ଖସିଲା ବିଜେଡି
- ବିଜେପି ନେତା ଭଗବାନ ମହାନ୍ତି ଙ୍କୁ ଫୁଲବାଣୀ ରେ ବିପୁଳ ସମ୍ବର୍ଦ୍ଧନା ।
- କଳିଙ୍ଗା ଘାଟି ରେ ଶ୍ରୀରାମ ଘରୋଇ ଯାତ୍ରୀବାହି ବସ୍ ଓଲଟି ଜଣେ ମୃତ, ସାତ ରୁ ଅଧିକ ଆହତ
- କାଞ୍ଚି ଅଭିଯାନ ବେଶରେ ମହାପ୍ରଭୁ ଶ୍ରୀ ନୀଳମାଧବ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।
- ଇଟିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ୟୁନାଇଟେଡ଼ ଇଣ୍ଡିଆ ଇନ୍ସୁରାନ୍ସ କମ୍ପାନୀ ତରଫରୁ ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ
- ମହିଳା କ୍ରିକେଟ ବିଶ୍ୱକପ ଜିତିଲା ଭାରତ.

