ରଣପୁର (ଶ୍ରେୟ ତରଙ୍ଗ, ଲିଶାରାଣୀ ମହାପାତ୍ର ) ୟାଗଡ଼ ଜ଼ିଲ୍ଲା ରଣପୁର ସହରର ବାଘସାମନ୍ତ ପଡିଆରେ ରଣପୁର ମହୋତ୍ସବ “ଅର୍ଜୁନ”ର ଚତୁର୍ଥ ସନ୍ଧ୍ୟା ରେ ଓଡ଼ିଶା ବିଧାନସଭାର ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ଅଧ୍ଯକ୍ଷତା କରିଥିଲେ I ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ଶିଳ୍ପ ମନ୍ତ୍ରୀ ଡ.ପ୍ରଦୀପ ବଳସାମନ୍ତ, ସମ୍ମାନୀତ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,ପୂର୍ବତନ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ର, ତହସିଲଦାର ଆର୍ଯ୍ୟ କୁମାର ସର୍ବବର୍ଦ୍ଧମାନ,ରଣପୁର ବ୍ଳକ ଅଧକ୍ଷା ନିର୍ମଳା ବେହେରା ପ୍ରମୁଖ ଯୋଗଦେଇ ରଣପୁରର ରାଣୀ ପ୍ରଭାବତୀଙ୍କ ଠାରୁ ଆରମ୍ଭ କରି ରାଣୀ ବସନ୍ତମଞ୍ଜରୀଙ୍କ ବିରତ୍ବର ଗାଥା ଅତିଥି ମାନେ ଅବତାରଣା କରିଥିଲେ I ରଣପୁରର କଳା ସଂସ୍କୃତି, ସାହିତ୍ୟ ଓ ଐତିହ୍ୟ ଉପରେ ସେମାନେ ଆଲୋକପାତ କରିଥିଲେ। ଚତୁର୍ଥ ସନ୍ଧ୍ୟାରେ ଢେମସାନୃତ୍ୟ,ଘୋଡାନାଚ,ଲାଉଣି,ଝୁମୁରାନେପାଳୀ ନୃତ୍ୟ,ତ୍ରିପୁରା ନୃତ୍ୟ ସଙ୍ଗୀତ ଦର୍ଶକଙ୍କ ମନମୋହିଥିଲା।

