ଭୁବନେଶ୍ୱର (ଶ୍ରେୟ ତରଙ୍ଗ) : ଭୁବନେଶ୍ୱର ବ୍ଲକ୍ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ, ଇଟିପୁର ପରିସରରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ ହୋଇ ଯାଇଛି। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଗଦାଧର ସାହୁ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।

ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଚପଳା ଛନ୍ଦା ମହାନ୍ତି , ଜ୍ୟୋତିରାଣୀ ଷଡ଼ଙ୍ଗୀ, ବିଜୟା ଭଞ୍ଜ, ଶୁଭ୍ରାଶ୍ରୀ ଦାସ, ସୀମା ଶୁଭ୍ରଜିତା ସାହୁ, ବିନୋଦିନୀ ନିଶଙ୍କ, ସରିତା ପୂଜାପଣ୍ଡା ଏବଂ ବିଦ୍ୟାଳୟର ଶିକ୍ଷକ ସବ୍ୟଜିତ୍ ବେହେରା, ପ୍ରକାଶ ଚନ୍ଦ୍ର ଗୋଚ୍ଛାୟତ ପ୍ରମୁଖ ମାତୃଭାଷା ଦିବସ ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଓ ଚିତ୍ରାଙ୍କନ, ନୃତ୍ୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ତଥା ସାହିତ୍ୟିକ ଦିନେଶ କୁମାର ଲେଙ୍କା ସଂଯୋଜନା କରିଥିଲେ। ସୁକାନ୍ତ କୁମାର ମଲ୍ଲିକଙ୍କ ନୃତ୍ୟ ନିର୍ଦ୍ଦେଶନା ରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର କର୍ମଚାରୀ ବସୁନ୍ଧରା ବେହେରା ଓ ହୃଷୀକେଶ ନାୟକ ପ୍ରମୁଖ ସହଯୋଗ କରିଥିଲେ ।

