ଭୁବନେଶ୍ୱର (ଶ୍ରେୟ ତରଙ୍ଗ): ରଣକ୍ଷେତ୍ର ପାଲଟିଲା ଲୋୟର ପିଏମ୍ଜି । କଂଗ୍ରେସ କର୍ମୀଙ୍କ ଚେୟାର ମାଡ଼ରେ ମୁଣ୍ଡ ଫାଟିଲା ଗଣମାଧ୍ୟମ ପ୍ରତିନିଧିଙ୍କର । ଓଟିଭି ପ୍ରତିନିଧି ପ୍ରଭାତ ବିଷୋୟୀଙ୍କ ମୁଣ୍ତ ଫାଟିଥିବା ଅଭିଯୋଗ ହୋଇଛି । ସେପଟେ ଲୋୟର ପିଏମ୍ଜିରେ ଟେକା ପଥର ମାଡ଼ ଯୋଗୁଁ ସେଠାରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧି ଚେୟାରକୁ ମୁଣ୍ଡରେ ସୁରକ୍ଷା କବଚ ଭାବେ ବ୍ୟବହାର କରିଥିବା ଘଟଣା ନକରକୁ ଆସିଛି । ଅନ୍ୟପଟେ ପୋଲିସ ର ଲାଠି ମାଡ଼ରେ ଜଣେ କଂଗ୍ରେସ କର୍ମୀଙ୍କ ମୁଣ୍ଡ ମଧ୍ୟ ଫାଟିଛ ।

ପୋଲିସ୍ ଉପରକୁ ଟେକା ପଥର ଫିଙ୍ଗିଥିଲେ କଂଗ୍ରେସ କର୍ମୀ । କେବଳ ଟେକା ପଥର ନୁହେଁ ଅଣ୍ଡା, ଟମାଟୋ, ପାଣି ବୋତଲ ମଧ୍ୟ ଫିଙ୍ଗିଛନ୍ତି । ଏହା ସହିତ ଉତ୍ତ୍ୟକ୍ତ କଂଗ୍ରେସ କର୍ମୀ ପୋଲିସ୍ ଉପରକୁ ଚେୟାର ଫିଙ୍ଗିଥିବାର ମଧ୍ୟ ଦେଖିବାକୁ ମିଳିଛି । ଯାହାଫଳରେ ପୋଲିସ୍ କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛି । କିଛି ସମୟ ପାଇଁ ପୋଲିସ କର୍ମୀ ଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ଲାଗିଥିବା ବେଳେ, ଚେୟାର ଗୁଡ଼ିକ ଶୂନ୍ୟରେ ଉଡୁ ଥିବାର ଦେଖିବାକୁ ମିଳିଥିଲା ।

କଂଗ୍ରେସ କର୍ମୀମାନେ ପୋଲିସ ଉପରକୁ ଚେୟାର ଫିଙ୍ଗିବା ସହ କରାଯାଇଥିବା ବ୍ୟାରିକେଡକୁ ଭାଙ୍ଗି ଆଗକୁ ମାଡି ଆସିଥିଲେ । ଆନ୍ଦୋଳନ କାରୀ ମାନଙ୍କୁ ଅଟକେଇବା ପାଇଁ ପାଣି ଓ ଟିୟର ଗ୍ୟାସରେ ପ୍ରୟୋଗ କରିଥିଲା । ଆନ୍ଦୋଳନକାରୀ ମନେ ପୋଲିସକୁ ସାମ୍ନା କରି ଆଗକୁ ମାଡ଼ି ଆସିଥିବା ବେଳେ, ପ୍ରଥମ ଓ ଦ୍ବିତୀୟ ବ୍ୟାରିକେଡ଼ ଭାଙ୍ଗି ଦେଇଥିଲେ । କିଛି ଦଳୀୟ ନେତାଙ୍କୁ ସକାଳୁ ପୋଲିସ ଘରୁ ଉଠାଇ ନେଇ ଅଜ୍ଞାତ ସ୍ଥାନରେ ରଖିଥିବା ଖବର ମଧ୍ୟ ଆସିଛି । ରାଜ୍ୟର ବଢୁଥିବା ନାରୀ ନିର୍ଯାତନା ପ୍ରତିବାଦରେ ଜୋରଦାର ବିରୋଧ କରିଛି କଂଗ୍ରେସ । ଭୁବନେଶ୍ବର ରାମମନ୍ଦିର ନିକଟରୁ ହଜାର ହଜାର କଂଗ୍ରେସ କର୍ମୀଙ୍କ ସହ ଦଳର ବରିଷ୍ଠ ନେତା ପଦଯାତ୍ରାରେ ବାହାରିଥିଲେ । ଘଣ୍ଟ ଓ ଝାଞ୍ଜ ବାଡ଼େଇ ପ୍ରତିବାଦ କରି ବିଧାନସଭା ଆଡ଼କୁ ମାଡ଼ି ଆସିଥିଲେ । ଲୋୟର ପିଏମଜି ଠାରେ ସେମାନଙ୍କୁ ଅଟକାଇବା ପାଇଁ ତିନିସ୍ତରୀୟ ବାରିକେଡ ହୋଇଥିଲା । ନିୟୋଜିତ ହୋଇଥିଲେ ୮୦ ପ୍ଲାଟୁନ ପୋଲିସ ଫୋର୍ସ । କିନ୍ତୁ ହଜାର ହଜାର ବିକ୍ଷୋଭକାରୀ ବାରିକେଡ ଭାଙ୍ଗି ପୋଲିସ ସହ ମୁହାଁମୁହିଁ ହୋଇଥିଲେ। ପୋଲିସ ସେମାନଙ୍କୁ ଅଟକାଇବାକୁ ପ୍ରୟାସ କରିଥିଲା । କିନ୍ତୁ କଂଗ୍ରେସ କର୍ମୀ ଆଗକୁ ମାଡ଼ି ଆସିବା ସହ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲେ । ପୋଲିସ ଉପରକୁ ଚେୟାର ଫିଙ୍ଗିବା ସହ ପଥର ମାଡ଼ କରିଥିଲା । ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବା ପରେ ପୋଲିସ ଆନ୍ଦୋଳନକାରୀଙ୍କ ଉପରେ ଲାଠିଚାର୍ଜ କରିଥିଲା । କିନ୍ତୁ ପୋଲିସ ସହ ଧସ୍ତାଧସ୍ତି କରି ସେମାନଙ୍କୁ ରୋକିଥିଲେ । ପରେ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବାକୁ ପାଣିମାଡ଼ ଓ ଲୁହବୁହା ଗ୍ୟାସ ଚାଳନା କରିଥିଲା । କିଛି କଂଗ୍ରେସ କର୍ମୀଙ୍କୁ ପୋଲିସ ଉଠେଇ ନେଇ ଅଟକ ରଖିଛି । ଆନ୍ଦୋଳନ ତୀବ୍ର କରାଯିବ ବୋଲି କହିଛନ୍ତି ପିସିସି ସଭାପତି ।


