କନ୍ଧମାଳ (ଶ୍ରେୟ ତରଙ୍ଗ): ଗୋଛାପଡା ଥାନା ଅଧୀନରେ ଥିବା ନେଡିପଦର ଠାରେ ୯୯ ବାଟାଲିୟନ ବିଏସଏଫ ଯବାନ ମାନଙ୍କ ତରଫରୁ ଏକ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଯୋଗୀନ୍ଦ୍ର ସିଂ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଶିବିରରେ ବିଏସଏଫ ତରଫରୁ ଅଞ୍ଚଳର ଗରିବ ଅସହାୟ ଲୋକଙ୍କୁ କମ୍ବଳ, ଛତା, ଜୋତା, ସୁଇଟର ସହ ବିଭିନ୍ନ ଘରକଣା ସାମଗ୍ରୀ, ଛାତ୍ରଛାତ୍ରୀ ମାନଙ୍କୁ ଖାତା କଲମ ସହ ଅଞ୍ଚଳର ଯୁବକମାନଙ୍କୁ ଭଳିବଲ, କ୍ରିକେଟ ବ୍ଯଟବଲ, ଫୁଟବଲ ଭଳି ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଥିଲା ।

ଅଞ୍ଚଳର ଯୁବକ ମାନଙ୍କୁ ନେଇ ବିଭିନ୍ନ ପ୍ରକାର ଖେଳ କୁଦ ପ୍ରତିଯୋଗିତାର ଆୟୋଜିତ ହୋଇଥିଲା । କନ୍ଧମାଳ ଜିଲ୍ଲାର ଗୋଛାପଡା ଅଞ୍ଚଲଟି ମାଓ ଅଧୂସୁତ ଅଞ୍ଚଳ ଭାବରେ ଚିହ୍ନଟ ହୋଇଥିବା ବେଳେ ଏହି ଅଞ୍ଚଳରେ ବିଏସଏଫ ପ୍ରତିଷ୍ଠା ହେବା ଦିନଠାରୁ ଅଞ୍ଚଳର ଜନସାଧାରଣ ନିର୍ଭୟ ରେ ଜୀବନ ଯାପନ କରିଆସୁଛନ୍ତି । ଅଞ୍ଚଳର ଯୁବପୀଢ଼ି ମନେ କିଭଳି ଭାବରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ତାହା ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ବୋଲି ସୂଚନା ଦେଇଥିଲେ । ଏହି ଶିବିରରେ ଅଞ୍ଚଳର ଶତାଧିକ ସାଧାରଣ ଜନତା ଯୋଗଦେଇଥିବା ବେଳେ, ସୁମେରବନ୍ଧ ପଞ୍ଚାୟତ ର କଲମପଡା, ସର୍ଲାଗୁଡା ପଞ୍ଚାୟତ ର ବଦାପାଜୁ, ଲୋଇସିଂ ପଞ୍ଚାୟତ ର କୁମେଲସିଂ ଠାରେ ମଧ୍ୟ ଏହି ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଥିଲା ।

