କନ୍ଧମାଳ, (ଶ୍ରେୟ ତରଙ୍ଗ): କ.ନୂଆଗାଁ ବ୍ଲକରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ରେ ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମିତ କୁମାର ବେହେରାଙ୍କ ବିରୋଧ ରେ ଗ୍ରାମବାସୀ ତଥା ବୁଦ୍ଧିଜୀବିମାନେ ଅଭିଯୋଗ କରିଛନ୍ତି । ଡାକ୍ତର ବେହେରା ଅଧିକାଂଶ ସମୟରେ ସ୍ବାସ୍ଥ୍ୟ କେନ୍ଦ୍ରରେ ଅନୁପସ୍ଥିତ ରହୁଥିବା ବେଳେ, ଯେଉଁ ସମୟରେ ଉପସ୍ଥିତ ରହୁଛନ୍ତି ସେହି ସମୟରେ ରୋଗି ମାନଙ୍କୁ ଓ ରୋଗୀ ମାନଙ୍କ ସହ ଆସିଥିବା ବ୍ୟକ୍ତିଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ ହେଉଛି ।

ସେହିଭଳି ରୋଗୀ କଲ୍ୟାଣ ସମିତି ବୈଠକରେ ରୋଗୀ କଲ୍ୟାଣ ସମିତି ସଭ୍ୟଙ୍କୁ ନ ଜଣାଇ ବୈଠକ କରିବା ଓ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ ନେଇ ଆଜି ଜିଲ୍ଲାପାଳଙ୍କୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। କ.ନୂଆଗାଁ ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା, ବ୍ଲକ ସାଂସଦଙ୍କ ପ୍ରତିନିଧି ପଣ୍ଡିତ କୁମାର ବିଶିମାଝୀ, ଜିଲ୍ଲା ପରିଷଦ ସଭ୍ୟା ଅନିତା ମଲିକ,ରୋଗୀ କଲ୍ୟାଣ ସମିତିର ସଭ୍ୟ ପ୍ରଫୁଲ ଚନ୍ଦ୍ର ଦାସ , ବ୍ଲକ ଉପାଧ୍ୟକ୍ଷ ଧବଳେଶ୍ଵର ପାତ୍ର, ଲେତିଙ୍ଗିଆ ପଞ୍ଚାୟତର ସରପଞ୍ଚ କୁନାଲ ପ୍ରଧାନ, କୁଜାମେଣ୍ଢି ସରପଞ୍ଚ ଗୁନୁଲତା ମଲିକ ଙ୍କ ସମେତ କ.ନୂଆଗାଁ ଗ୍ରାମବାସୀ ଅଭିଯୋଗ କରିଥିଲେ।

ସେହିପରି ଡକ୍ଟର ବେହେରା ସାରଙ୍ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଦାୟିତ୍ୱ ରେ ମଧ୍ୟ ଅଛନ୍ତି ସେଠାରେ ମଧ୍ୟ ସେହିପରି ଅବସ୍ଥା l ଦିନେ ମଧ୍ୟ ଡକ୍ଟର ଙ୍କ ଦେଖାନାହିଁ l ସାଧାରଣ ରୋଗୀଙ୍କୁ ମଧ୍ୟ ଫୁଲବାଣୀ ସ୍ଥାନାନ୍ତରିତ କରାଯାଉଛି l ରୋଗୀଙ୍କୁ ଠିକ ଭାବରେ ଖାଇବା ମିଳୁନି l ଔଷଧ ପାଇଁ ନିରାମୟ ରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି l ସବୁଠାରୁ ବଡ ଆଶ୍ଚର୍ଯ୍ୟ ର କଥା ଗୋଟିଏ ଡାକ୍ତର ଗୋଟିଏ ମେଡିକାଲ ରେ ବର୍ଷ ବର୍ଷ ଧରି କେମିତି ରହିଛନ୍ତି ବାରମ୍ବାର ଡାକ୍ତର ବେହେରା ଏବଂ ମେଡିକାଲ ର ଅବସ୍ଥା ବିଷୟରେ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ ପ୍ରଶାସନ କିଛି ବି ପଦକ୍ଷେପ ନ ନେବା ଜନସାଧାରଣ ରେ ପ୍ରଶ୍ନବାଚୀ ହୋଇ ରହିଛି l

