ଶ୍ରେୟ ତରଙ୍ଗ ( କନ୍ଧମାଳ ) : ଫୁଲବାଣୀ ଆଦର୍ଶ ଟାଉନ ଥାନାରେ ପାଠ ପଢିଲେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ । କନ୍ଧମାଳ ଏସପି ହରିଶ୍ ବିଶି ଙ୍କ ନିର୍ଦ୍ଦେଶ କ୍ରମେ, ଫୁଲବାଣୀ ମଡେଲ ଆଦର୍ଶ ଥାନା ଅଞ୍ଚଳ ରେ ଆସୁଥିବା ଫୁଲବାଣୀ ସତ୍ୟସାଇ ଉଚ୍ଚ ବିଦ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ ଆଜି ଥାନା ବୁଲି ଦେଖିଥିଲେ ।

ଫୁଲବାଣୀ ଏସଡିପିଓ ଶୁଭ୍ରଜିତ୍ ବିଶ୍ବାଳ, ଆଦର୍ଶ ଥାନା ଆଇଆଇସି ସ୍ୱରୂପ କିଶନଙ୍କ ଉପସ୍ଥିତିରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଏଥିସହ ଥାନା କୁ କିଭଳି ଜଣେ ଆସି ଅଭିଯୋଗ କରେ, ଥାନା ରେ କେମିତି ଅଭିଯୋଗ ହୁଏ, ହାଜତ, ମାଲ ଖାନା, ସବୁ ବୁଲି ଦେଖିଥିଲେ । ବର୍ତ୍ତମାନ ସମୟ ରେ ଝିଅ ମାନେ କିଭଳି ନିଜର ସୁରକ୍ଷା ନିଜେ କରି ପାରିବେ,, ସେ ସମ୍ପର୍କରେ ପଚାରି ବୁଝିଥିଲେ । ଅଠର ବର୍ଷ ରୁ କମ୍ ବୟସର ଝିଅ ମାନଂକ ପାଇଁ କି ଆଇନ ବ୍ୟବସ୍ଥା ଅଛି, ପୋସ୍କୋ ଆକ୍ଟ କଣ, ନିଜର ହକ ପାଇଁ ନିଜେ କେମିତି ଲଢେଇ କରିବ, ସେ ସବୁ ବିଷୟରେ ପଚାରି ବୁଝିଥିଲେ । ଜିଲ୍ଲାରେ ପୋଲିସ ଜନ ସାଧାରଣ ଙ୍କ ମଧ୍ୟରେ ବନ୍ଧୁତ୍ଵ ଆଗକୁ କିଭଳି ଆହୁରି ସୁଦୃଢ଼ କରିହେବ,, ଦୋଷୀ ଦଣ୍ଡ ପାଇବ, ନିର୍ଦ୍ଦୋଷ ନ୍ୟାୟ ପାଇବ, ବୁଝିଥିଲେ ।

ଅନ୍ୟପଟେ ଥାନା କୁ ନୂଆକରି ବୁଲି ଆସିଥିବାରୁ, ବହୁତ୍ କଥା ଶିଖିବା ସହ ଭଲ ଲାଗିଲା ବୋଲି ଛାତ୍ରୀ ମାନେ କହିଥିଲେ । କନ୍ଧମାଳ ଏସପି ହରିଶ୍ ବିଶିଙ୍କ ନେତୃତ୍ୱ ରେ, ଜିଲ୍ଲା ର ସୁନାମ ବଢ଼ିବାରେ ଲାଗିଛି । ବିଶେଷକରି, ନକ୍ସଲ ଦମନ , ଗଞ୍ଜେଇ ମାଆଫିଆ ଙ୍କୁ ଧରିବା ସହ ଗଞ୍ଜେଇ ଚାଷ ନ କରିବା ପାଇଁ ଲୋକ ମାନଙ୍କୁ ସଚେତନ କରିବା, ଅପରାଧୀ ଙ୍କୁ ଧରି ଦଣ୍ଡ ପ୍ରଦାନ କରିବାରେ, ଏସପିଙ୍କ ନେତୃତ୍ୱ ରେ ଅପରାଧ ନିୟନ୍ତ୍ରଣ କୁ ଆସିଛି । ମୋଟର ସାଇକେଲ ପେଟ୍ରୋଲିଂ ହେବାପରେ, ଫୁଲବାଣୀ ସହରରେ ଭିଡ ନିୟନ୍ତ୍ରଣ କୁ ଧୀରେ ଧୀରେ ଆସୁଥିବା ବୁଦ୍ଧିଜୀବୀ ମାନେ ଆଲୋଚନା କରୁଛନ୍ତି ।

