ଶ୍ରେୟ ତରଙ୍ଗ (ବ୍ୟୁରୋ): ନୟାଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଦଶପଲ୍ଲା ବ୍ଲକ୍ ସରକାରୀ ଉଚ୍ଚ ବିଦ୍ୟାଳୟ ଟାକରା ( ଅନୁସୂଚିତ ଜାତି ଓ ଜନଜାତି ବିଭାଗ) ର ପ୍ରଧାନ ଶିକ୍ଷକ ଶ୍ରୀ ମୁକେଶ ଦୁଗାଲ୍ ଙ୍କୁ ନେଇ ଏବେ ଜିଲ୍ଲାରେ ଦୁର୍ନୀତି ର ମାଳମାଳ ଅଭିଯୋଗ ଆସିଛି । ୧୭.୦୫.୨୦୨୩ ରେ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ବ୍ଲକ୍ ରୁ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ସରକାରୀ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଡିମିରିପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନଶିକ୍ଷକ ଭାବେ ଯୋଗଦେଇଥିବା ବେଳେ, ବିବାଦରେ ଛନ୍ଦି ହୋଇ ୧୧.୦୧.୨୦୨୪ ରେ ଟାକରା ସରକାରୀ ଉଚ୍ଚ ବିଦ୍ୟାଳୟ କୁ ପ୍ରଧାନଶିକ୍ଷକ ଭାବେ ବଦଳି ହୋଇଥିଲେ । ପୂର୍ବତନ ଜିଲ୍ଲାପାଳ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ସାହୁ ତାଙ୍କୁ ବଦଳି କରିଥିଲେ । ବର୍ତ୍ତମାନ ଟାକରାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ସରକାରୀ ଅର୍ଥ ହଡପ କରିବା, ସହକର୍ମୀ ଙ୍କୁ ଡରେଇବା ସହ ଡିଡିଓ ପାୱାର ର ଅପ ବ୍ୟବହାର କରି ହଇରାଣ କରିବା ର ଧମକ ଦେବା, ସରକାରୀ ନିୟମ ଅନୁସାରେ ଦୈନିକ ଦୁଇଟି ପିରିୟଡ଼ ପାଠ ପଢେଇବାର ବ୍ୟବସ୍ଥା ଥିବା ବେଳେ, ଗୋଟିଏ ବି କ୍ଲାସ ନକରି ଅଯଥା ସହକର୍ମୀ ମାନଙ୍କୁ ହଇରାଣ କରିବା, ବିଦ୍ୟାଳୟ ପରିଚାଳନା କମିଟି, ପୂର୍ବତନ ଛାତ୍ର ସଂସଦ କୁ ସମ୍ପୂର୍ଣ ଅଣଦେଖା କରି ବିଦ୍ୟାଳୟ ଉନ୍ନତି ମୂଳକ ଟଙ୍କା କୁ ମିଥ୍ୟା ଭାଉଚର୍ ଦେଇ ହରିଲୁଟ କରିବା, ଚାଉଳ, ଡାଲି, ବିଦ୍ୟାଳୟ ରୁ ବିଭିନ୍ନ ଆସବା ପତ୍ର ଚୋରି କରିବା, ସରକାରଙ୍କ ନିୟମ ଅନୁସାରେ ବିଦ୍ୟାଳୟରେ ରହୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ସୁଷମ ରନ୍ଧା ଖାଦ୍ୟ ଆବଶ୍ୟକ ଠାରୁ କମ୍ ପରିମାଣ ରେ ଦେବା ଭଳି, ମାଳମାଳ ଅଭିଯୋଗ ପ୍ରଧାନଶିକ୍ଷକ ଶ୍ରୀ ମୁକେଶ ଦୁଗାଳ ଙ୍କ ନାମରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ସରକାରୀ ଉଚ୍ଚ ବିଦ୍ୟାଳୟ ଟାକରା କୁ ସ୍ମାର୍ଟ କ୍ଲାସ ରୁମ୍ ପାଇଁ ଆସିଥିବା ୧,୫୦,୦୦୦ ( ଦେଢ଼ ଲକ୍ଷ ଟଙ୍କା) କାମ ନକରି ମିଥ୍ୟା ବିଲ ଭାଉଚର କରି ଅର୍ଥ ହଡପ କରିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟି, ପୂର୍ବତନ ଛାତ୍ର ସଂସଦ । ବିଦ୍ୟାଳୟରେ ପୂର୍ବତନ ପ୍ରଧାନ ଶିକ୍ଷକ ମାନେ ସଠିକ୍ ଭାବରେ ବିଦ୍ୟାଳୟ କୁ ଚଳେଇବା ସହ, ବିଦ୍ୟାଳୟ କମିଟି ସହ ସୁସମ୍ପର୍କ ରଖି ଆସିଥିଲେ । କିନ୍ତୁ ମୁକେଶ ବାବୁ ଆସିବା ଦିନଠାରୁ ବିଦ୍ୟାଳୟ ରେ ଅଶାନ୍ତି ର ବାତାବରଣ ସୃଷ୍ଟି କରିବା ସହ , ସହ କର୍ମୀ ମାନଂକ ମଧ୍ୟରେ ଫାଟ ସୃଷ୍ଟି କରି କିଭଳି ବିଦ୍ୟାଳୟ ରୁ ଚୋରି ଓ ଲୁଟ୍ କରିବା ପ୍ରୟାସ କରି ଆସିଛନ୍ତି । ପ୍ରତିବାଦ ଯିଏ କରିବ, ମିଥ୍ୟା ଜାତିଆଣ କେସ ଦେବାର ଧମକ ଦେଇ ଆସିଛନ୍ତି । ଗଣ ମାଧ୍ୟମ ପ୍ରତିନିଧି ଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀ, ସମସ୍ତଙ୍କୁ ସବୁବେଳେ ଅସହଯୋଗ କରି ଆସିଛନ୍ତି ମୁକେଶ , ଯାହା ତାଙ୍କ ବିରୁଦ୍ଧ ରେ ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି ।

ବିଗତ ଦିନରେ, ଡିମିରିପଲ୍ଲୀ ଉଚ୍ଚ ବିଦ୍ୟାଳୟ ରେ ଥିବା ବେଳେ, ଦୁଇ ମାସର ଚାଉଳ ହଡପ କରିଥିବାର ଅଭିଯୋଗ ହୋଇଥିଲା । ବିଦ୍ୟାଳୟ ରେ ରୋଷେଇଆ ପୋଷ୍ଟିଂ ରେ ଅର୍ଥ କାରବାର ମାମଲା ରେ ଛନ୍ଦି ହୋଇଥିବା ଅଭିଯୋଗ ପୂର୍ବତନ ଜିଲ୍ଲା ମଙ୍ଗଳ ଅଧିକାରୀ ଦୟାନିଧି ନାୟକଙ୍କ ନିକଟ ରେ ଗୁମି ଗ୍ରାମପଞ୍ଚାୟତ ସରପଞ୍ଚ ଓ ଗ୍ରାମବାସୀ କରିଥିଲେ । ମୁକେଶ ସବୁ ବେଳେ କହି ଆସିଛନ୍ତି, ଟଙ୍କା ଦେଇ ଅଫିସରଙ୍କୁ ରଖିଛି, କାଗଜପତ୍ର ଠିକ୍ ଥିଲେ କେହି କିଛି କରିପାରିବେ ନାହିଁ । ମୋ ଇଚ୍ଛା ଯେମିତି ଚାହିଁବି, ସେମିତି ବିଦ୍ୟାଳୟକୁ ଚଳେଇବି,, । ତେବେ ଜଣେ ସରକାରୀ କର୍ମଚାରୀ ହୋଇ କିଭଳି ଏଭଳି ଶବ୍ଦ ବ୍ୟବହାର କରି ପାରୁଛନ୍ତି ପଚାରିବାରୁ, ଗଣ ମାଧ୍ୟମ ପ୍ରତିନିଧି ମାନଂକ ସହ ଯୁକ୍ତି ତର୍କ ମଧ୍ୟ ହୋଇଥିଲା । ତେବେ ସବୁଠାରୁ ବଡ଼ କଥା, ଶ୍ରୀ ଦୁଗାଲ ଯେଉଁ ଅଞ୍ଚଳ ରେ ରୁହନ୍ତି, ସେହି ଅଞ୍ଚଳ ର କିଛି ଅସାମାଜିକ ବ୍ୟକ୍ତି ମାନଙ୍କୁ ମଦ ମାଂସ ଦେଇ ସବୁବେଳେ ନିଜ ପକ୍ଷରେ ରଖିଥାନ୍ତି, ଯାହା ଦ୍ଵାରା ବିଗତ ଦିନରେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଡିମିରିପଲ୍ଲି ବିଦ୍ୟାଳୟ ରେ ଦେଖା ଦେଇଥିଲା । ସେଠାରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହେବାରୁ ପୂର୍ବତନ ଜିଲ୍ଲାପାଳ ତାଙ୍କୁ ଟାକରା ସରକାରୀ ଉଚ୍ଚ ବିଦ୍ୟାଳୟ କୁ ବଦଳି କରିଥିଲେ । ଏଠି ଦେଢ଼ ବର୍ଷରେ, ରହିବା ଭିତରେ ସମାନ ଅବସ୍ଥା ଦେଖିବାକୁ ମିଳିଛି । ବିଦ୍ୟାଳୟ ରେ କିଛି ଛାତ୍ର ଛାତ୍ରୀ ଲୁଚି ପାଲେଇଥିବ ବେଳେ, ଗତକାଲି ବିଦ୍ୟାଳୟ କୁ ଭାରପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଚିତ୍ତ ରଂଜନ ବେହେରା ତଦନ୍ତ କରିବାକୁ ଯାଇଥିବା ବେଳେ, ଗ୍ରାମବାସୀ ଓ ବିଦ୍ୟାଳୟ ପୂର୍ବତନ ଛାତ୍ର ସଂସଦ, ପରିଚାଳନା କମିଟି ଲିଖିତ ଅଭିଯୋଗ କରିଛନ୍ତି । ଏଭଳି ଦୁର୍ନୀତି ଗ୍ରସ୍ତ ପ୍ରଧାନ ଶିକ୍ଷକ ଙ୍କୁ ନୟାଗଡ଼ ଜିଲ୍ଲା ପ୍ରଶାସନ ତଦନ୍ତ ର ପରିସର ଭୁକ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ନା, ରାଧେ ରାଧେ ତୁମରି ଅଧେ କୁ ଆମରି ଅଧେ ନ୍ୟାୟ ରେ, ଛାଡ଼ି ଦେଉଛନ୍ତି କିମ୍ବା ଅନ୍ୟତ୍ର ବଦଳି କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ନୟାଗଡ଼ ଜିଲ୍ଲାରେ ବିବାଦୀୟ ପ୍ରଧାନ ଶିକ୍ଷକ ମୁକେଶ ଦୁଗାଲ ଙ୍କ ନିଜ ଜିଲ୍ଲା କନ୍ଧମାଳ ହୋଇଥିବା ବେଳେ, ବୌଦ୍ଧ ଜିଲ୍ଲାରେ ଘର କରି ରହୁଛନ୍ତି । ବିଦ୍ୟାଳୟ ରେ ସପ୍ତାହ କୁ ମାତ୍ର ଦୁଇଦିନ ରହୁଥିବା ବେଳେ, ସରକାରୀ କାର୍ଯ୍ୟର ବାହାନା ଦେଖାଇ ବୌଦ୍ଧ ରେ ରହୁଛନ୍ତି । କଙ୍କଡ଼ା କୁ ଗୋଲି ପାଣି ସୁହାଏ ଭଳି, ଯେଉଁ ବିଦ୍ୟାଳୟ ରେ ରହିଛନ୍ତି ମୁକେଶ, ସବୁଠି ଗୋଳ ମାଲିଆ ପରିସ୍ଥିତି ସୃଷ୍ଟି କରିଛନ୍ତି । ନିଜ ସପକ୍ଷରେ କିଛି ସହକାରୀ ଶିକ୍ଷକ ମାନଙ୍କୁ ରଖି ଅହେତୁକ ଅନୁକମ୍ପା ଦେଖାଉଥିବା ବେଳେ, ଯିଏ ତାଙ୍କୁ ବିରୋଧ କଲା କିମ୍ବା ଅସହଯୋଗ କଲା ସେମାନଙ୍କୁ ବିରୋଧ କରିବାର ଘଟଣା ସାମ୍ନା କୁ ଆସିଛି । ବିଦ୍ୟାଳୟ ରେ ବୌଦ୍ଧ ଜିଲ୍ଲାର କିଛି ଛାତ୍ର ମାନଙ୍କୁ ରଖିଥିବା ବେଳେ, ନାମ ଲେଖା ଓ ବିଦ୍ୟାଳୟ ରୁ ସାର୍ଟିଫିକେଟ ନେବା ସମୟ ରେ ପ୍ରତି ପିଲାଙ୍କ ଠାରୁ ପାଞ୍ଚ ରୁ ସାତ ହଜାର ଟଙ୍କା ନେବା ବିଷୟରେ ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହିଭଳି ଘଟଣା ମଧ୍ୟ ଦିମିରିପଲି ରେ ଦେଖିବାକୁ ମିଳିଥିଲା । ସହକାରୀ ଶିକ୍ଷକ ନାଏକ ବାବୁ ଙ୍କୁ ଏହି ଦାୟିତ୍ବ ଦେଇ ବିବାଦ ରେ ଛନ୍ଦି ହୋଇଥିଲେ । ବିରୋଧ କରିବାରୁ ଟଙ୍କା ମଧ୍ୟ ଫେରସ୍ତ କରିଥିଲେ ଶ୍ରୀ ମୁକେଶ । ଏଭଳି ଦୁର୍ନୀତିଗ୍ରସ୍ତ , ଅର୍ଥ ଲୋଭି ଶିକ୍ଷକ ସମାଜ ର କଳଙ୍କ ହୋଇଥିବା ବେଳେ, ବର୍ତ୍ତମାନ ର ମୋ ସରକାର କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଛି ।

