କନ୍ଧମାଳ,ତୁମୁଡ଼ିବନ୍ଧ ( ଶ୍ରେୟ ତରଙ୍ଗ): କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକ ରେ ମାତିଛନ୍ତି ବଙ୍ଗାଳୀ କ୍ୱାକ ଡାକ୍ତର । କନ୍ଧମାଳ ଜିଲ୍ଲା ର ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବିଲାମାଳ ପଞ୍ଚାୟତ ର ଖଡଭଙ୍ଗା ଛକ ନିକଟରେ ସୁଶାନ୍ତ ରୋଏ ନାମକ ଏକ ବଙ୍ଗାଳି ଯୁବକ କିଛି ବର୍ଷ ହବ ଉକ୍ତ ଛକ ନିକଟରେ କ୍ଲିନିକ କରି ଚିକିତ୍ସା ଯୋଗାଇଦେବା ନାଁ ରେ ନିରୀହ ଗରିବ ଆଦିବାସୀ, ହରିଜନ ରୋଗୀଙ୍କ ଜୀବନ ସହ ଖେଳି ଟଙ୍କା ରୋଜଗାର କରୁଥିବା ଅଭିଯୋଗ ହୋଇଛି ।

ନକଲି କ୍ବାକ୍ ଙ୍କ ପାଖରେ କୌଣସି ପ୍ରମାଣ ପତ୍ର ନଥାଇ ସ୍ଵାସ୍ଥ୍ୟ ସେବା ଯୋଗେଇ ଆସୁଥିବା ବେଳେ, ପ୍ରଶାସନ କୁ ଖାତିର ନକରି କନ୍ଧମାଲ ଭେଷଜ ନିରୀକ୍ଷକ( ଡି ଆଇ) ଙ୍କୁ ହାତରେ ଧରି କ୍ଲିନିକ୍ ଚାଲିଥିବା ଅଭିଯୋଗ କରିଛନ୍ତି ଅଞ୍ଚଳ ବାସି । ଯୁବକ ଜଣଙ୍କ ଡିଗ୍ରୀ ନଥାଇ କିଭଳି ଚିକିତ୍ସା କରୁଛନ୍ତି ଏହା ଏକ ବଡ ପ୍ରଶ୍ନ ? ଖାଲି ତୁମୁଡ଼ିବନ୍ଧ ଅଞ୍ଚଳ ନୁହେଁ, ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳ ରେ ଏହିଭଳି ମାଳମାଳ ଅଭିଯୋଗ ଫର୍ଦ୍ଦ ଦେଖିବାକୁ ମିଳିଛି । ଜିଲ୍ଲାରେ ମେଡ଼ିକାଲ୍ କଲେଜ୍ ର ଶୁଭାରମ୍ଭ ହୋଇ ସରିଛି । ଅଳ୍ପ ଦିନ ବ୍ୟବଧାନ ରେ ଏହା ସମ୍ପୂର୍ଣ କାର୍ଯ୍ୟ କ୍ଷମ ହେବ । ଜିଲ୍ଲା ବାସୀଙ୍କୁ ସଚେତନ କିଏ କରେଇବ ବୋଲି ପ୍ରଶ୍ନ ଉଠେଇଛନ୍ତି କନ୍ଧମାଳ ଜିଲ୍ଲାର ବୁଦ୍ଧିଜୀବୀ । ଅନ୍ଧ ବିଶ୍ବାସ , ଗୁଣି ଗାରେଡ଼ି, ସହ ନକଲି ବଙ୍ଗାଳୀ କ୍ଵାକ ଡାକ୍ତର ମାନେ ସୁବିଧା ରେ ଲୋକଙ୍କ ପାଖରେ ପହଞ୍ଚି ବିଭିନ୍ନ ଆଳ ଦେଖାଇ, ନିରୀହ ଆଦିବାସୀ ହରିଜନ ଲୋକ ମାନଙ୍କୁ ଭୁଲେଇ ଅର୍ଥ ହଡପ କରିଥିବା ଘଟଣା ଚର୍ଚା ହେଉଥିବା ବେଳେ, ଏହାର ସଠିକ୍ ଅଭିଯୋଗ ହେଉ ନାହିଁ । ଯାହାଦ୍ବାରା ଜିଲ୍ଲା ପୋଲିସ ପ୍ରଶାସନ ନୀରବ ଦ୍ରଷ୍ଟା । ଜିଲ୍ଲାରେ କେତେ ନକଲି ବଙ୍ଗାଳୀ କ୍ୱାକ୍ ଅଛନ୍ତି,, କ୍ଲିନିକ୍ କେତେ ଅଛି ଜିଲ୍ଲାରେ ? ସମସ୍ତଙ୍କର ପଞ୍ଜୀକୃତ ହୋଇଛି ନା କିଛି କିଛି କରିଥିବା ବେଳେ, ମେଡ଼ିକାଲ୍ ଅଧିକାରୀ ମାନଙ୍କୁ ହାତ ଗୁଂଜା ଦେଇ କାମ ସାରି ଦେଇଛନ୍ତି, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଯାଞ୍ଚ କରିବା କଥା । ବିଗତ ଦିନରେ ଏହିଭଳି ଜଣେ ନକଲି ଡାକ୍ତର ନୟାଗଡ଼ ହସ୍ପିଟାଲ ପଛପଟୁ ନିଜ କ୍ଲିନିକ୍ ରୁ ଗିରଫ ହୋଇଥିବା ବେଳେ, ସେତେବେଳେ ରାଜ୍ୟରେ ତାହା ହଇଚଇ ସୃଷ୍ଟି କରିଥିଲା । ଯଦି କନ୍ଧମାଳ ଜିଲ୍ଲା ପୋଲିସ, ମେଡ଼ିକାଲ୍ ଓ ପ୍ରଶାସନିକ ଅଧିକାରୀ ମାନେ ଜିଲ୍ଲାରେ ଏହିଭଳି ନକଲି କ୍ବାକ ମାନଙ୍କୁ ନ ବାନ୍ଧନ୍ତି କିମ୍ବା ଆଖି ଦୃଷ୍ଟିଆ ପଦକ୍ଷେପ ଗ୍ରହଣ ନ କରନ୍ତି, ତାହେଲେ ମେଡ଼ିକାଲ୍ କଲେଜ୍ କାହା ସ୍ବାର୍ଥ ରେ ବୋଲି ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଛନ୍ତି । ଏଥିସହ ଦୁର୍ଗମ ଅଞ୍ଚଳ ରେ ରହୁଥିବା ଲୋକ ମାନଙ୍କୁ ସଚେତନ କରେଇ କିଭଳି ସେମାନେ ମେଡ଼ିକାଲ୍ ମୁହାଣୀ ହେବେ ଓ ଡାକ୍ତର ମାନଙ୍କୁ ନିଜର ସ୍ଵାସ୍ଥ୍ୟ ସମସ୍ୟା ବିଷୟରେ ଜଣେଇ ଚିକିତ୍ସିତ ହେବେ, ତାହା କେବେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛି ଅପେକ୍ଷାରେ ।

