କନ୍ଧମାଳ, (ଶ୍ରେୟ ତରଙ୍ଗ): କନ୍ଧମାଳ ଜିଲ୍ଲାରେ ନବ ନିଯୁକ୍ତ ଜିଲା ସଭାପତି ଙ୍କୁ ସ୍ଵାଗତ କରିଛନ୍ତି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ । ଫୁଲବାଣୀ ସର୍କିଟ ହାଉସ ଠାରେ , ଫୁଲ ତୋଡା, ଉତ୍ତରି ଦେଇ ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝୀ ଙ୍କୁ ସ୍ଵାଗତ କରିଥିବା ବେଳେ, ଭାରତୀୟ ଜନତା ପାର୍ଟିର ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

ଛାତ୍ର ରାଜନୀତି ରୁ ଆସିଥିବା ପଣ୍ଡିତ rss ର ସକ୍ରିୟ ସଭ୍ୟ । ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ସମାଧାନ କରିବା ହେଉ, ସଂଗଠନ କ୍ଷେତ୍ରରେ ପଣ୍ଡିତ ଅନେକ ଗୁରୁ ଦାୟିତ୍ବ କନ୍ଧମାଳ ଜିଲାରେ ନିଭାଇଛନ୍ତି । ବିଶେଷ କରି କନ୍ଧମାଳ ଦଙ୍ଗା ସମୟ ରେ ଜେଲ ମଧ୍ୟ ଯାଇଛନ୍ତି ପଣ୍ଡିତ । ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ରାଜ ନିର୍ବାଚନ ଥିବା ବେଳେ, କନ୍ଧମାଳ ଜିଲ୍ଲାର ୧୨ ଗୋଟି ବ୍ଲକ୍ ରେ ଏହାର ସୁଫଳ ଦେଖିବାକୁ ମିଲିବ ବୋଲି କହିଛନ୍ତି ପଣ୍ଡିତ । ଦଳର ସମସ୍ତ ଙ୍କୁ ନେଇ ସଂଗଠନ କୁ ମଜଭୂତ କରିବେ । ଜଣେ ସାଧାରଣ କର୍ମୀଙ୍କୁ ବିଜେପି ରାଜ୍ୟ ସଭାପତି, ମୁଖ୍ୟମନ୍ତ୍ରୀ, ଓ ବରିଷ୍ଠ କର୍ମକର୍ତ୍ତା ମାନେ କନ୍ଧମାଳ ଜିକ ସଭାପତି ଦାୟିତ୍ୱ ଦେଇଥିବାର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ଙ୍କୁ ଧନ୍ୟବାଦ୍ ଦେଇଛନ୍ତି । ବରିଷ୍ଠ ଆଇନଜୀବି ତଥା ବିଜେପି ନେତା ରମେଶ ମହାନ୍ତି, ସାଂସଦଙ୍କ ପ୍ରତିନିଧି ଜଗନ୍ନାଥ ସାହୁ, ଖଜୁରୀପଡ଼ା ବ୍ଲକ୍ ବିଧାୟକ ଙ୍କ ପ୍ରତିନିଧି ଅନନ୍ତ ଦିଗାଲ, ଫିରିଙ୍ଗିଆ ବ୍ଲକ୍ ସାଂସଦଙ୍କ ପ୍ରତିନିଧି ଗୋଲକ ବିହାରୀ କହଁର, ଙ୍କ ସହ ଶତାଧିକ କର୍ମୀ ସର୍କିଟ ହାଉସ ଠାରୁ ସନ୍ଧ୍ୟାରେ ଫୁଲବାଣୀ ସହର ପରିକ୍ରମା କରିଥିଲେ । କନ୍ଧମାଳ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣ ରୁ ପଣ୍ଡିତ ଙ୍କୁ ଶୁଭେଚ୍ଛା ଜଣାଇଥିଲେ ।


