(ଶ୍ରେୟ ତରଙ୍ଗ ବ୍ୟୁରୋ): ସବୁ କଳ୍ପନା କଳ୍ପନା ର ଅନ୍ତ ଘଟେଇ ଭାରତୀୟ ଜନତା ପାର୍ଟି ଆଜି ଓଡ଼ିଶାରେ ୧୩ ଗୋଟି ଜିଲ୍ଲାର ଜିଲ୍ଲା ସଭାପତି ଙ୍କ ନାମ ଘୋଷଣା କରିଛି । ନୟାଗଡ଼ ଜିଲ୍ଲା ପାଇଁ ରଣପୁର ବ୍ଲକ ଅଧ୍ୟକ୍ଷା ଙ୍କ ସ୍ବାମୀ ତାପସ ରଂଜନ ମାର୍ଥା ଙ୍କ ନାମ ରେ ମୋହର ବାଜିଥିବା ବେଳେ, କନ୍ଧମାଳ ରେ ପଣ୍ଡିତ ବିଶିମାଝି ଙ୍କ ନାମରେ ଦଳ ମୋହର ମାରି ଜିଲ୍ଲା ସଭାପତି ଦାୟିତ୍ୱ ଦେଇଛି । ଓଡ଼ିଶାରେ ପ୍ରଥମ କରି ବିଜେପି ଶାସନ କ୍ଷମତା କୁ ଆସିଥିବା ବେଳେ, ଜିଲ୍ଲା ସଭାପତି ଭଳି ଗୁରୁତ୍ଵ ପୂର୍ଣ୍ଣ ଦାୟିତ୍ଵ ଦେଇଛି ।

ଦୀର୍ଘ ଦିନ ଧରି ବହୁ ଆସାଇ ପାର୍ଥି ଓ ଦଳୀୟ କର୍ମୀଙ୍କ ମନରେ ଛକା ପଞ୍ଝା ଲାଗି ରହିଥିଲା ।କିଏ ହେବ ଜିଲ୍ଲା ସଭାପତି । ରାଜ୍ୟ ସରକାର କାହା ଉପରେ ଭରସା କରି ଜିଲ୍ଲାର ସଂଗଠନ ଦାୟିତ୍ଵ ଦେବେ । ସବୁଠାରୁ ରୋଚକ କଥା ହେଲା, ସୋସିଆଲ ମିଡ଼ିଆ ରେ ନୟାଗଡ଼ ରେ ବିଭିନ୍ନ ପ୍ରକାର ଗୁଜବ ସୃଷ୍ଟି ମଧ୍ୟ ହୋଇଥିଲା । ରାଇବାରୀ କୁ ଟାର୍ଗେଟ କରାଯାଇଥିବା ବେଳେ, ଏବେବି ନୟାଗଡ଼ ବାସୀଙ୍କ ମନରେ ପ୍ରଶ୍ନ, ଏ ରଇବାରି କିଏ ? ସେ ପୁରୁଷ ନା ମହିଳା ? ରାଜନୀତି ପାଠ କାହିଁକି ବୁଝି ପାରୁ ନାହିଁ? ଏବେ ରଇବାରି ଖୁସି ତ? ନିର୍ବାଚନ ପୂର୍ବରୁ ନୟାଗଡ଼ ଜିଲ୍ଲା ରେ ଜିଲ୍ଲା ସଭାପତି ଦାୟିତ୍ୱ ତାପସ ସମ୍ଭଳିଥିବା ବେଳେ, ଦଳକୁ ଆହୁରି ମଜଭୂତ କରିବା ଲକ୍ଷରେ, ପୁଣି ଦ୍ୱିତୀୟ ଥର ପାଇଁ ଦଳ ନୟାଗଡ଼ ଜିଲ୍ଲା ପାଇଁ ତାପସ ଙ୍କୁ ବାଛିଛି।

ତାପସ ରଂଜନ ମାର୍ଥା କହିଛନ୍ତି, ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଆସିଛି । ନୟାଗଡ଼ ଜିଲ୍ଲାରେ ଚାରି ନିର୍ବାଚନ ମଣ୍ଡଳୀ ରୁ ଦୁଇ ଗୋଟି ନିର୍ବାଚନ ମଣ୍ଡଳୀ ଖଣ୍ଡପଡ଼ା ଓ ରଣପୁର ନିର୍ବାଚନ ମଣ୍ଡଳୀ ରେ ବିଜେପି ଦଳର ପାର୍ଥୀ ବିଜୟ ହାସଲ କରିଛନ୍ତି । ରଣପୁର ନିର୍ବାଚନ ମଣ୍ଡଳୀ ର ବିଧାୟିକା ସୁରମା ପାଢ଼ୀ ଙ୍କୁ ବାଚସ୍ପତି ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ମଧ୍ୟ ରାଜ୍ୟସରକାର ଦେଇଛନ୍ତି । ଆଗାମୀ ଦିନରେ ଜିଲ୍ଲାରେ ସବୁ ବର୍ଗର ଲୋକଙ୍କୁ ନେଇ, ସଂଗଠନ କୁ ଆହୁରି ମଜଭୂତ କରିବୁ । ଆଗକୁ ପଞ୍ଚାୟତ ନିର୍ବାଚନ ଆସିଥିବାରୁ, ଜିଲ୍ଲାରେ ଏବେଠାରୁ ଗ୍ରାମାଞ୍ଚଳ ଉପରେ ଅଧିକ ଗୁରୁତ୍ବ ଦେବୁ ବୋଲି କହିଛନ୍ତି । ଦଳ ତାଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ ଦେଇଥିବାରୁ, ଦେଶର ପ୍ରଧାନ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପୁରୀ ସାଂସଦ ସମ୍ବିତ ପାତ୍ର, ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢ଼ୀ, ମହୋଦୟ ଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେହିଭଳି କ. ନୂଆଗାଁ ବ୍ଲକ୍ ର ପଣ୍ଡିତ ବିଶିମାଝି ଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ ପ୍ରଥମ ଥର ପାଇଁ ଦେଇଛି ଦଳ । କନ୍ଧମାଳ ଜିଲ୍ଲାରେ ତିନିଗୋଟି ନିର୍ବାଚନ ମଣ୍ଡଳ ଥିବାବେଳେ, ଫୁଲବାଣୀ ନିର୍ବାଚନ ମଣ୍ଡଳୀ ରେ ବିଜେପି ସମର୍ଥିତ ଉମା ଚରଣ ମଲ୍ଲିକ ବିଜୟ ହାସଲ କରିଥିବା ବେଳେ, କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କ ବିଜୟ ହୋଇଛି । ପଣ୍ଡିତ ଙ୍କ ଉପରେ ଦଳ ଭରସା କରି ସୁଯୋଗ ଦେଇଥିବାରୁ, ଦେଶର ପ୍ରଧାନ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବିଶେଷକରି ସାଂସଦ ଙ୍କ ନିକଟରେ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା, ଏଠି ଆଦିବାସୀ ଭାଇ ଭଉଣୀ ଙ୍କ ଉନ୍ନତି ତଥା, ଆଗାମୀ ଦିନରେ ଜିଲ୍ଲାରେ ସଂଗଠନ କୁ ଆହୁରି ମଜଭୂତ କରି ସମସ୍ତଙ୍କୁ ସାଙ୍ଗରେ ନେଇ ଯିବାର ଲକ୍ଷ୍ୟ ରଖିଛନ୍ତି ।


