କନ୍ଧମାଳ(ଶ୍ରେୟ ତରଙ୍ଗ): ମିଛ ସରକାରୀ ଚାକିରୀ ବିଜ୍ଞାପନ ଦେଇ ଫଶିଲେ ଯୁବକ । କନ୍ଧମାଳ ଜିଲ୍ଲାରେ ଫୁଲବାଣୀ ସଦର ଥାନା ବିଶିପଡ଼ା ଛକ ନିକଟ ରେ ନୂଆ କରି ନିର୍ମାଣ ହେଉଥିବା, ମେଡ଼ିକାଲ୍ କଲେଜ ରେ ବିଭିନ୍ନ ପଦବୀ ପାଇଁ ମିଛ ବିଜ୍ଞାପନ ଦେଇଥିଲେ ଯୁବକ । ପ୍ରତ୍ୟେକ ଦିନ ମଧ୍ୟ ଚାରି ରୁ ପାଞ୍ଚ ଜଣ ଚାକିରୀ ଆସାଇ ପ୍ରାର୍ଥୀ ଭେଟୁଥିଲେ । ଏଭଳି ଏକ ଠକ ବ୍ୟକ୍ତିଙ୍କୁ ବାନ୍ଧିଛି ଫୁଲବାଣୀ ପୋଲିସ ।

ସୂଚନା ଅନୁସାରେ, ଅଭିଯୁକ୍ତ ଲକ୍ଷ୍ମୀକାନ୍ତ ମେହେର, (୩୭ ବର୍ଷ), ଜୁନାଗଡ଼ କଳାହାଣ୍ଡି ଜିଲ୍ଲାର ବ୍ୟକ୍ତି, ଫୁଲବାଣୀ ରେ ଭଡ଼ା ଘର ନେଇ ରୁହନ୍ତି । ଫୁଲବାଣୀ ସହରରେ, ବିଭିନ୍ନ ସ୍ଥାନ ରେ ମିଛ ବିଜ୍ଞାପନ ଦେଇଥିଲେ, ଫୁଲବାଣୀ ରେ ନୂଆକରି ତିଆରି ହେଉଥିବା ମେଡ଼ିକାଲ୍ କଲେଜ୍ ରେ ସରକାରୀ ଚାକିରୀ ର ବିଜ୍ଞାପନ । ଯାହାକୁ ବିଶ୍ୱାସ କରିଥିଲେ କନ୍ଧମାଳ ଜିଲ୍ଲାର ନିରୀହ ସରଳ ଆଦିବାସୀ ଯୁବକ ଯୁବତୀ ମାନେ । ଏପରିକି ପ୍ରତିଦିନ ଠକ ଲକ୍ଷ୍ମୀକାନ୍ତ କୁ ମଧ୍ୟ କିଛି ଯୁବକ ଯୁବତୀ ସରକାରୀ ଚାକିରି ଲୋଭରେ ଭେଟିଛନ୍ତି ମଧ୍ୟ ।

ଏହି ବିଜ୍ଞାପନ ସମ୍ପୂର୍ଣ ମିଛ ବୋଲି ଗୁଜବ ବୋଲି ଚର୍ଚ୍ଚା ହେଲାପରେ, ଫୁଲବାଣୀ ଜିଲ୍ଲା ମୁଖ୍ୟ ହସ୍ପିଟାଲ ର ଭାରପ୍ରାପ୍ତ ମେଡ଼ିକାଲ୍ ସୁପରିଣ୍ଟେଣ୍ଡ ଡ଼ ଅକ୍ଷୟ କୁମାର ସାହୁ , ତା ୧୫,୦୧,୨୦୨୫ ଦିନ ଫୁଲବାଣୀ ଟାଉନ ଥାନା ରେ, ମିଛ ସରକାରୀ ଚାକିରୀ ବିଜ୍ଞାପନ କୁ ନେଇ ଅଭିଯୋଗ କରିଥିଲେ । ଟାଉନଥାନା ଅଧିକାରୀ ୧୭/୨୦୨୫ ରେ ଏକ କେସ ମାମଲା ରୁଜୁ କରି ଅଭିଯୁକ୍ତ ଲକ୍ଷ୍ମୀକାନ୍ତ ମେହେର କୁ ଗିରଫ କରିବା ସହ ତା ନିକଟ ରୁ କିଛି ମିଛ ସରକାରୀ ଚାକିରୀ ବିଜ୍ଞାପନ କାଗଜ, ମୋବାଇଲ ଫୋନ, ସିମ୍ କାଡ ଜବତ କରିବା ସହ ବିଚାର ବିଭାଗୀୟ ହାଜତ କୁ ପଠେଇ ଦେଇଛନ୍ତି ।

