କନ୍ଧମାଳ,(ଶ୍ରେୟ ତରଙ୍ଗ): ପୁଣି ଚର୍ଚ୍ଚା ରେ କନ୍ଧମାଳ ର ଭୀକ୍ଷୁ ତୁଳା ବେହେରା । ସାଧାରଣ ରୁ ନିଜର କର୍ମ ପାଇଁ ଅସାଧାରଣ ପାଲଟିଥିବା ଏହି ମହିଳା ଙ୍କ ଉପରେ ହେବ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ । ଯାହାର ପ୍ରଯୋଜନା କରିବେ ଓଡିଆ ପ୍ରଯୋଜକ ଅଜୟ ରାଉତ । ଯାହାର ନାଁ ରଖିଛନ୍ତି, ‘ତୁଳା ଏ ସାଗା ଅଫ ଷ୍ଟ୍ରଗଲ’

ସୂଚନା ଅନୁସାରେ, କିଛି ବର୍ଷ ତଳେ ଭିକ୍ଷା ବୃତ୍ତି ରୁ ସଞ୍ଚୟ ଏକ ଲକ୍ଷ୍ୟ ଟଙ୍କା ଫୁଲବାଣୀ ଜଗନ୍ନାଥ ମନ୍ଦିର କୁ ଦାନ କରିଥିଲେ । ସେବେଠାରୁ ଚର୍ଚ୍ଚା ରେ ରହି ଆସିଛନ୍ତି ତୁଳା ବେହେରା । ସାଧାରଣ ନିର୍ବାଚନ ସମୟର ଫୁଲବାଣୀ ଗସ୍ତ ରେ ପ୍ରଧାନମନ୍ତ୍ରୀ ଆସିଥିବା ବେଳେ , ମଞ୍ଚ ଉପରେ ତୁଳା ବେହେରା ଙ୍କୁ ଭେଟି ମୁଣ୍ଡିଆ ମାରିଥିଲେ । ଯାହାର ଫଟୋ, ରେଲୱେ ବିଭାଗ ତରଫରୁ ଉନ୍ମୋଚନ ହୋଇଥିବା କ୍ୟାଲେଣ୍ଡର ର ପ୍ରଥମ ପୃଷ୍ଠା ରେ ସିରୋମଣ୍ଡନ କରିଛି । ପୁଣି ଚର୍ଚ୍ଚା ରେ ତୁଳା ବେହେରା ରହିଛନ୍ତି ।

ସେବା ,ତ୍ୟାଗ ଦୟା ମନୋଭାବ ସବୁବେଳେ ତୁଳା ବେହେରା ଅନ୍ୟ ମାନଙ୍କ ପ୍ରତି ଦେଖାଇ ଆସିଛନ୍ତି । ନିଜର ଅନ୍ୟ ଭିକ୍ଷ୍ୟୁ ସାଥି ମାନଂକ ପ୍ରତି ସବୁବେଳେ ଦୟା ଭାବ ଦେଖେଇ ଆସିଛନ୍ତି । ଓଡ଼ିଆଁ ପ୍ରଯୋଜକ ଅଜୟ ରାଉତ କହିଛନ୍ତି, ତୁଳା ଙ୍କ ବାସ୍ତବ ଜୀବନ ର କାହାଣୀ କୁ ନେଇ ଆସନ୍ତା ଫ୍ରେବୁଆରି ମାସରୁ ସୁଟିଙ୍ଗ ଆରମ୍ଭ ହେବ । କଟକ, ଭୁବନେଶ୍ୱର, ଫୁଲବାଣୀ ଓ ଓଡ଼ିଶାର ଅନ୍ୟ କେତେକ ସ୍ଥାନ ରେ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇ ଖୁବଶିଘ୍ର ବଡ ପରଦା ରେ ରିଲିଜ୍ କରାହେବ । ତୁଳା ଙ୍କ ଉପରେ ଫିଲ୍ମ ନିର୍ମାଣ ହେଉଥିବାରୁ ସେ ବହୁତ୍ ଖୁସି ଅଛନ୍ତି, ଜଗନ୍ନାଥଙ୍କ ଆଶୀର୍ବାଦ, ଲୋକମାନେ ଫିଲ୍ମ ଦେଖିବେ,ଖୁସି ହେବେ ବୋଲି ତୁଳା ବେହେରା କହିଛନ୍ତି ।

