ଶ୍ରେୟ ତରଙ୍ଗ ( କନ୍ଧମାଳ ): କଳିଙ୍ଗା ଘାଟିରେ ବସ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କର ମୃତ ହୋଇଥିବା ବେଳେ, ସାତ ରୁ ଅଧିକ ଆହତ ହୋଇଛନ୍ତି । ଶ୍ରୀରାମ ଘରୋଇ ବସ୍ ବରଗଡ଼ ରୁ ବ୍ରହ୍ମପୁର ଯାଉଥିଲା । କଳିଙ୍ଗା ଘାଟି ର ଅନ୍ଧାରୀ କୋଟି ବୁଲାଣି ପୂର୍ବରୁ ବସ ଟି ଦୁର୍ଘଟଣା ହୋଇଥିବା ବେଳେ, ବସ୍ ରେ ୨୦ ରୁ ଅଧିକ ଯାତ୍ରୀ ଥିଲେ । ମୃତ ବ୍ୟକ୍ତିଙ୍କ ମର ଶରୀର ଜି ଉଦୟଗିରି ହସ୍ପିଟାଲ ରେ ରଖାଯାଇଛି । ତେବେ , ତାଙ୍କ ପରିଚୟ ମିଳିନାହିଁ । ଘଟଣା ସ୍ଥଳରେ ଜି. ଉଦୟଗିରି ଓ ଭଞ୍ଜନଗର ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଜି. ଉଦୟଗିରି ଓ ଭଞ୍ଜନଗର ଡାକ୍ତରଖାନା ରେ ଭର୍ତ୍ତି କରାଇଥିବା ସୂଚନା ମିଳିଛି । କଳିଙ୍ଗା ଘାଟିରେ ଭୁସ୍ଖଳନ ପରେ, ଗତ ୩୧ ତାରିଖରୁ ହାଲୁକା ଯାନ ବାହନ ଚଳାଚଳ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଥିବା ବେଳେ ବସ ଓ ଭାରିଯାନ ଚଳାଚଳ ପାଇଁ ଅନୁମତି ଦିଆ ଯାଇନାହିଁ । କିନ୍ତୁ ପ୍ରଶାସନ ର ବାରଣ ସତ୍ତ୍ୱେ ରାତିରେ ଘରୋଇ ବସ ଗୁଡ଼ିକ ଘାଟିରେ ଯାତାୟାତ କରୁଛନ୍ତି । ଭୂସ୍ଖଳନ ପରେ , ଏହା ପ୍ରଥମ ବସ୍ ଦୁର୍ଘଟଣା , ଜିଲ୍ଲା ପ୍ରଶାସନ ତରଫରୁ ୨୪ ଘଣ୍ଟିଆ ପୋଲିସ ଘାଟିରେ ଜଗିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି । ଯାହାଦ୍ବାରା ଦୁର୍ଘଟଣା ରୁ ମୁକ୍ତି ମିଳିବା ସହ ଧନ ଜୀବନ କ୍ଷୟ କ୍ଷତି ହେବ ନାହିଁ ।

