ଶ୍ରେୟ ତରଙ୍ଗ ( କଣ୍ଟିଲୋ) : ଜଗନ୍ନାଥ ସଂସ୍କୃତିର ଆଦିପୀଠ କଣ୍ଟିଲୋ ଶ୍ରୀ ନୀଳମାଧବ ଜୀଉଙ୍କ ମନ୍ଦିରରେ ମହାପ୍ରଭୁଙ୍କ କାର୍ତିକ ନୀତି ଆଗେଇ ଚାଲିଛି । କାର୍ତ୍ତିକ ଶୁକ୍ଳ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥିରେ ଶ୍ରୀ ନୀଳମାଧବ ଜୀଉଙ୍କୁ କାଞ୍ଚି ଅଭିଯାନ ବେଶ ଓ ନୃସିଂହ ଅବତାର ବେଶରେ ଦର୍ଶନ ଦେଇଥିଲେ। ଆଜି ଚତୁର୍ଦ୍ଦଶୀ ତିଥିରେ ମନ୍ଦିର ଦ୍ବାର ଫିଟାଯାଇ ମଙ୍ଗଳ ଆଳତୀ, ମଇଲମ, ତଡପଲାଗି ଓ ଅବକାଶ ନୀତି ସମ୍ପନ୍ନ ହେବା ସହ ପାରମ୍ପରିକ ନୀତି ଅନୁଷ୍ଠିତ ହୋଇଥିଲା। ପବିତ୍ର କାର୍ତିକ ବ୍ରତ ସହ ଆଜି ବହୁ ହବିଷିଆଳି ଓ ଶ୍ରଦ୍ଧାଳୁ ନୀଳମାଧବଙ୍କୁ ସକାଳୁ କାଞ୍ଚି ଅଭିଯାନ ଓ ନୃସିଂହ ବେଶରେ ଦର୍ଶନ କରିଥିଲେ। ଠାକୁରଙ୍କ ଏହି ବେଶ ଦେଖିବାକୁ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗି ରହିଥିଲା। ଠାକୁରଙ୍କୁ ଶୃଙ୍ଖଳିତ ଭାବରେ ଦର୍ଶନ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଧାଡିରେ ଯିବାର ବ୍ୟବସ୍ଥା କରାଯାଇଥିଲା। ମହାପ୍ରଭୁଙ୍କ ଏହି ଦେବ ଦୁଲର୍ଭ ବେଶ ଦର୍ଶନ ନିମନ୍ତେ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।
Trending
- ୯ ଜଣ ଆଇଏସ ଅଧିକାରୀ ସିଭିଲ ସର୍ଭିସେସ୍ କୋଚିଙ୍ଗ ସେଣ୍ଟର ବୁଲି ଦେଖିଲେ
- ପ୍ରଥମ ଦାଶରଥି ସ୍ମାରକୀ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ
- ନୂଆପଡ଼ା ରେ ବିଜେପି ର ବାଜିମାତ, ତୃତୀୟ ସ୍ଥାନ କୁ ଖସିଲା ବିଜେଡି
- ବିଜେପି ନେତା ଭଗବାନ ମହାନ୍ତି ଙ୍କୁ ଫୁଲବାଣୀ ରେ ବିପୁଳ ସମ୍ବର୍ଦ୍ଧନା ।
- କଳିଙ୍ଗା ଘାଟି ରେ ଶ୍ରୀରାମ ଘରୋଇ ଯାତ୍ରୀବାହି ବସ୍ ଓଲଟି ଜଣେ ମୃତ, ସାତ ରୁ ଅଧିକ ଆହତ
- କାଞ୍ଚି ଅଭିଯାନ ବେଶରେ ମହାପ୍ରଭୁ ଶ୍ରୀ ନୀଳମାଧବ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।
- ଇଟିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ୟୁନାଇଟେଡ଼ ଇଣ୍ଡିଆ ଇନ୍ସୁରାନ୍ସ କମ୍ପାନୀ ତରଫରୁ ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ
- ମହିଳା କ୍ରିକେଟ ବିଶ୍ୱକପ ଜିତିଲା ଭାରତ.

