ନୂଆଦିଲ୍ଲୀ (ଶ୍ରେୟ ତରଙ୍ଗ): ଆଗ୍ରା ନିକଟରେ ଏକ ଭୟାବହ ଦୁର୍ଘଟଣା ଘଟି ଗୋଟିଏ ପରିବାର ର ସମସ୍ତ ସଦସ୍ୟଙ୍କ ମୃତୁ ଘଟିଛି । ଦୁର୍ଘଟଣା ଏତେ ଜୋର୍ ହୋଇଥିଲା, କାରଟି ମିନି ଟ୍ରକ୍ ଭିତରେ ପଶିଯାଇଥିଲା । ଫଳରେ କାର ଭିତରେ ଥିବା ଗୋଟିଏ ପରିବାରର ଚାରି ଜଣ ସଦସ୍ୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥୂଲା । ସୂଚନାଯୋଗ୍ୟ, ସୋମବାର ସକାଳେ ଦିଲ୍ଲୀର ଏକ ପରିବାର ପ୍ରୟାଗରାଜର ମହାକୁମ୍ଭମେଳା ଦେଖ୍ ଫେରୁଥିଲେ। ଏହି ସମୟରେ ସେମାନେ ବସିଥିବା କାରଟି ଆଗ୍ରା-ଲକ୍ଷ୍ନୌ ରୋଡ ରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ମୃତକଙ୍କ ମଧ୍ୟରେ ଦିଲ୍ଲୀର ଉତ୍ତମ ନଗରର ବାସିନ୍ଦା ଓମ ପ୍ରକାଶ ଆର୍ଯ୍ୟ (୪୧), ତାଙ୍କ ପତ୍ନୀ ପୂର୍ଣ୍ଣିମା ସିଂହ (୩୪), ଝିଅ ଅହାନା (୧୨) ଏବଂ ପୁଅ ବିନାୟକ (୪) ରହିଛନ୍ତି। ସ୍ଥାନୀୟଲୋକଙ୍କ କହିବାନୁସାରେ, କାରଟି ପ୍ରଥମେ ଭାରସାମ୍ୟ ହରାଇ ଡିଭାଇଡର ରେ ଧକ୍କା ଖାଇଥିଲା । ଏହାପରେ କାରଟି ଏକ୍ସପ୍ରେସୱେର ଅନ୍ୟ ଲେନରେ ପହଞ୍ଚିଯାଇଥିଲା । ଏହି ସମୟରେ କାରଟି ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ସହିତ ଧକ୍କା ହୋଇ ଯାଇଥିଲା। ଧକ୍କା ଏତେ ଜୋରଦାର ଥୂଲା ଯେ ବିସ୍ଫୋରଣ ହୋଇ କାରଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା ।ଘଟଣା ସ୍ଥଳ ରେ ଦିଲ୍ଲୀ ପୋଲିସ ପହଞ୍ଚି, ମୃତ ଦେହକୁ ଜବତ କରିବା ସହ , ତଦନ୍ତ ଆରମ୍ଭ କରିଛି ।

