କୋଟଗଡ ( ଶ୍ରେୟ ତରଙ୍ଗ) : କୋଟଗଡ଼ ଥାନା ଜାମଝୋର ରାସ୍ତାକଡରେ ପୁଣି ଲାଗିଲା ମାଓବାଦୀ ପୋଷ୍ଟର । ଜାମଝୋର ଗାଁ ଛକ ଏସଏଚ-୫ ମୁଖ୍ୟ ରାସ୍ତା କଡ଼ରେ ଗାଁ କଲ୍ୟାଣ ସମିତିର ହୋଡ଼ିଂ ଉପରେ ୩ଟି କାଗଜ ପୋଷ୍ଟର ମାରି ବିଜେପି ସରକାର, ସଙ୍ଘ ଓ ପୁଲିସ ର ମିଛ ପ୍ରଚାରରେ ଭ୍ରମିତ ନ ହେବାକୁ ଆହ୍ବାନ ଦିଆଯାଇଥିବା ବେଳେ ଜଳ, ଜଙ୍ଗଲ, ଜମି,ଶିକ୍ଷା, ରୋଜଗାର, ମୌଳିକ ସୁବିଧା ପାଇଁ ଭିକ୍ଷା ନୁହେଁ ସଂଘର୍ଷର ପଥ ଆପଣେଇବା ସହ ଇଜ୍ଜତ ର ସହ ବଂଚିବାକୁ ପୋଷ୍ଟର ରେ ଉଲ୍ଲେଖ ଅଛି |ଏହା ବ୍ୟତୀତ କୁଇ ସମାଜ, ପୂର୍ବରୁ କୁଇକୁଳ ସମିତି ନାମରେ ଲାଗିଥିବା ପୋଷ୍ଟରକୁ ବିରୋଧ କରାଯାଇଛି ଏବଂ ମେଟଲାର ମୃତ୍ୟୁ ପାଇଁ ପୁଲିସ କୁ ଦାୟୀ କରି ମାଓବାଦୀ ଆଦିବାସୀ ବିରୋଧୀ ନୁହଁ ବୋଲି ମଧ୍ୟ ପୋଷ୍ଟର ଉଲ୍ଲେଖ ଅଛି | ସୂତ୍ର ଖବର ଅନୁଯାଇ ଗତକାଲି ବିଳମ୍ବିତ ରାତ୍ରିରୁ ମାଓ ପୋଷ୍ଟର ବା. ଘୁ. ନା. ସିପିଆଇ ମାଓବାଦୀ ଜାରି କରାଯାଇଥିଲେ ବି ପୁଲିସ, ସୁରକ୍ଷାବଳ ପୋଷ୍ଟର ବାହାର ନ କରିଥିବାରୁ ପୋଷ୍ଟରକୁ ନେଇ ଭୟଭୀତ ସ୍ଥାନୀୟ ଜନସାଧାରଣ ଓ ଗ୍ରାମବାସୀ


