ଖଣ୍ଡପଡ଼ା (ଶ୍ରେୟ ତରଙ୍ଗ): ଖଳିସାହିରୁ ଆଡକଟାକୁ ସଂଯୋଗ କରୁଥିବା ରାସ୍ତାରେ କୋସ୍କା ନିକଟ କୁଆଁରିଆ ସେତୁ ଭାଙ୍ଗିବାର ଦୁଇ ବର୍ଷ ରୁ ଅଧିକ ସମୟ ହୋଇଥିଲେ ମଧ୍ୟ, ବିଭାଗୀୟ ଅଧିକାରୀ ଓ ଠିକାଦାର ମଧୁ ଚନ୍ଦ୍ରିକା ହେତୁ, ସେତୁ ନିର୍ମାଣରେ ଅହେତୁକ ବିଳମ୍ବ ହେଉଛି । ଏଭଳି ସ୍ଥଳେ, କୌଣସି ଅପ୍ରୋଚ୍ଚ ରାସ୍ତା ନିର୍ମାଣ ନକରି, ଠିକାଦାର ବ୍ରିଜ ଭାଙ୍ଗିବାକୁ ବସିଥିବା ବେଳେ, ଏହାକୁ ବିରୋଧ କରିଛନ୍ତି, କୋସ୍କା, ରୟତ ଢୋଲମରା, କୁମ୍ଭାରପଡ଼ା ଓ ବଳଭଦ୍ର ପ୍ରସାଦ ଚାରିଖଣ୍ଡ ପଞ୍ଚାୟତ ର ଲୋକମାନେ ।

ସୂଚନା ଅନୁସାରେ, ଦଶପଲ୍ଲା ଆଡକଟା ରୁ ଭାୟା କୋସ୍କା ଦେଇ ପ୍ରତିଦିନ ଶହ ଶହ ଗାଡି ମଟର ଖଣ୍ଡପଡ଼ା , ନୟାଗଡ଼ ଭୁନେଶ୍ବର କୁ ଯାତାୟାତ କରିଥାନ୍ତି । ମାତ୍ର ଦୁଇ ବର୍ଷ ତଳେ, ବନ୍ୟା ରେ ବ୍ରିଜ ତଳ ପଟୁ ଦବିଯିବା ଫଳରେ, କୁମ୍ଭାରପଡ଼ା, ଢୋଲମରା ହୋଇ ଏବେ ଗାଡ଼ି ମଟର ଯାଉଛି । କିନ୍ତୁ ଦୁଇ ଚକିଆ ଯାନ, ସାଇକେଲ ଏପରିକି ଚାଲି ଚାଲି ଲୋକମାନେ ବ୍ରିଜ ଉପର ଦେଇ ଯିବା ଆସିବା କରୁଛନ୍ତି । ଠିକାଦାର ବ୍ରିଜ ନିର୍ମାଣ ପାଇଁ, କୌଣସି ଆପ୍ରୋଜ ରୋଡ ନିର୍ମାଣ ନ କରି ବ୍ରିଜ ଭାଙ୍ଗିବାକୁ ମେସିନ ପଠେଇ ଭାଙ୍ଗିଥିବା ବେଳେ ଏହାକୁ ଚରିଖଣ୍ଡ ପଞ୍ଚାୟତ ବାସି ବିରୋଧ କରିଛନ୍ତି । ଖଣ୍ଡପଡ଼ା ବ୍ଲକ୍ ର ପଶ୍ଚିମାଞ୍ଚଳ ବା ପଛୁଆ ଅଞ୍ଚଳ ରୂପେ ଏହି ଚରିଖଣ୍ଡ ପଞ୍ଚାୟତ କୁ ବୁଝାଏ । ବ୍ଲକ୍ , ତହସିଲ, ଥାନା ଭଳି ଜରୁରୀ କାମ ରେ ପ୍ରତିଦିନ ଶତାଧିକ ଲୋକ ଯିବା ଆସିବା ପାଇଁ ଏହି ବ୍ରିଜ ଉପରେ ନିର୍ଭର କରି ଚଳନ୍ତି । ବିଭାଗୀୟ କର୍ତ୍ତୃପକ୍ଷ ତଥା ଜିଲ୍ଲାପ୍ରଶାସନ ଓ ସ୍ଥାନୀୟ ବିଧାୟକ, ଅଞ୍ଚଳ ବାସୀଙ୍କ ଦାବିକୁ ଶୀଘ୍ର ଗୁରୁତ୍ଵ ଦେଇ ଆପ୍ରୋଜ ରୋଡ କରିବାକୁ ଅନୁରୋଧ କରିଛନ୍ତି ।

