ଦୁବାଇ,(ଶ୍ରେୟ ତରଙ୍ଗ): ଚମ୍ପିୟାନ ଟ୍ରଫି ର ପଞ୍ଚମ ମ୍ୟାଚ୍ ରେ ଭାରତ ର ସହଜ ବିଜୟ ସହ ସେମିଫାଇନାଲ କୁ ପ୍ରବେଶ କରିଛି । ତେବେ ଆୟୋଜକ ପାକିସ୍ତାନ ମ୍ୟାଚ୍ ହାରିବା ସହ, ଚମ୍ପିୟାନ ଟ୍ରଫି ରୁ ବାଦ୍ ପଡିଛି । ଦୁବାଇ ରେ ଚାଲିଥିବା, ହୋଇ ଭୋଲ୍ଟେଜ୍ ଇଣ୍ଡିଆ – ପାକିସ୍ତାନ ମ୍ୟାଚ୍ ରେ ଆଜି ପ୍ରଥମେ , ଟଚ୍ ଜିତି ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲେଇଥିଲା ପାକ ।

ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକ ଟିମ୍ ୪୯.୪ ଓଭରରେ ଅଲ୍ଆଉଟ୍ ହୋଇ ୨୪୧ ରନ୍ କରିଥିଲା। ଫଳରେ ଟିମ୍ ଇଣ୍ଡିଆ ପାଇଁ ବିଜୟ ଲକ୍ଷ୍ୟ ୨୪୨ ରନ୍ ରହିଥିଲା। ଭାରତ ପକ୍ଷରୁ ରୋହିତ ଶର୍ମା ୨୦ ରନ୍ କରିଥିବାବେଳେ ଶୁବମନ ଗିଲ୍ ୪୬ ରନ୍ କରିଥିଲେ। ସେହିପରି ବିରାଟ କୋହଲି ୧୦୦ ରନ୍, ଶ୍ରେୟଶ ଆୟର ୫୬ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୮ ରନ୍, ଅକ୍ଷର ପଟେଲ ୩ ରନ୍ କରିଥିଲେ

ପାକିସ୍ତାନ ପକ୍ଷରୁ ସୌଦ ସକିଲ୍ ୬୨ ରନ୍ କରିଥିବାବେଳେ ମହମ୍ମଦ ରିଜୱାନ ୪୬ ରନ୍ କରିଥିଲେ। ସେହିପରି ଇମାମ ଉଲ୍ ହକ୍ ୧୦ ରନ୍, ବାବର ଆଜମ୍ ୨୩, ସଲମାନ ଆଘା ୧୯ ରନ୍, ଖୁସଦିଲ ସାହା ୩୮ ରନ୍, ନସିମ ସାହା ୧୪ ରନ୍ କରିଥିଲେ । ଭାରତ ପକ୍ଷରୁ କୁଲଦୀପ ଯାଦବ ୩ ୱିକେଟ ନେଇଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ ନେଇଥିଲେ। ସେହିପରି ରବିନ୍ଦ୍ର ଜାଡେଜା ଗୋଟିଏ ୱିକେଟ ନେଇଥିଲେ।


